IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ବାଦ ପିଡିଲେ ଅନେକ ବଡ଼ ଖେଳାଳି, ଦଳକୁ ଫେରିଲେ ଅଶ୍ୱିନ୍
Advertisement

IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ବାଦ ପିଡିଲେ ଅନେକ ବଡ଼ ଖେଳାଳି, ଦଳକୁ ଫେରିଲେ ଅଶ୍ୱିନ୍

India team for Australia ODI series: ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି ।

 

India team for Australia ODI series

Team India Squad: ସେପ୍ଟେମ୍ବର ୨୨ ରୁ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ଦଳର କମାଣ୍ଡ କେ.ଏଲ୍ ରାହୁଲଙ୍କ ହାତରେ ରହିବ । ଆର ଅଶ୍ୱିନ୍ (R Ashwin) ଦଳକୁ ଫେରିଛନ୍ତି । ତେବେ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ଦିନିକିଆ ପାଇଁ ଦଳକୁ ଫେରିବେ ।

ବିଶ୍ୱକପ ପରି ଏକ ବଡ ଘଟଣାକୁ ଦୃଷ୍ଟିରେ ରଖି ବିସିସିଆଇ ପ୍ରଥମ ଦୁଇଟି ଦିନିକିଆରୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି । ଏହା ସହିତ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ହୋଇପାରେ । ଅକ୍ଷର ପଟେଲଙ୍କ ଆଘାତ ଯୋଗୁଁ ଚୟନକର୍ତ୍ତାଙ୍କୁ ଟିମ୍ ବଦଳାଇବାକୁ ଚିନ୍ତା କରୁଛନ୍ତି । ଆର ଅଶ୍ୱିନ୍ ଓ ୱାଶିଂଟନ୍ ସୁନ୍ଦରଙ୍କୁ ତାଙ୍କର ବିକଳ୍ପ ଭାବରେ ଦେଖାଯାଉଛି । ତେଣୁ ଏହି ଦୁଇ ଖେଳାଳିଙ୍କୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ପାଇଁ ଦଳରେ ରଖାଯାଇଛି । ଏହା ସମ୍ଭବ ଯେ ଅଶ୍ୱିନ ଓ ସୁନ୍ଦରଙ୍କ ମଧ୍ୟରୁ ଜଣେ ବିଶ୍ୱକପ ଟିକେଟ ପାଇବେ ।

ଏହା ବ୍ୟତୀତ ଚୟନକର୍ତ୍ତାମାନେ ପ୍ରଥମ ଦୁଇଟି ଦିନିକିଆ ପାଇଁ ଦଳରେ ରୁତୁରାଜ ଗାଇକୱାଡଙ୍କୁ ସ୍ଥାନ ଦେଇଛନ୍ତି । ପ୍ରଥମ ଦୁଇଟି ଦିନିକିଆ ପାଇଁ ତିଲକ ଭର୍ମା ଓ ପ୍ରସିଦ୍ଧ କ୍ରୀଷ୍ଣା ମଧ୍ୟ ଦଳର ଅଂଶ ଅଟନ୍ତି । କିନ୍ତୁ ଏହି ତିନି ଖେଳାଳି ତୃତୀୟ ଦିନିକିଆରେ ଦଳ ସହ ରହିବେ ନାହିଁ । ତେବେ ସଞ୍ଜୁ ସାମସନ୍ କୌଣସି ମ୍ୟାଚ୍ ପାଇଁ ମନୋନୀତ ହୋଇନାହାଁନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସଞ୍ଜୁ ସାମସନଙ୍କ ପାଇଁ ଟିମ୍ ଇଣ୍ଡିଆର ଦ୍ୱାର ବନ୍ଦ ହୋଇଯାଇଛି ।

ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ODI ଖେଳିବାକୁ ପଡିବ । ପ୍ରଥମ ODI ୨୨ ସେପ୍ଟେମ୍ବରରେ ଖେଳାଯିବ, ଦ୍ୱିତୀୟ ODI ୨୪ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ସିରିଜର ତୃତୀୟ ତଥା ଶେଷ ODI ମ୍ୟାଚ୍ ୨୭ ସେପ୍ଟେମ୍ବରରେ ଖେଳାଯିବ ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ: କେ.ଏଲ୍ ରାହୁଲ (ଅଧିନାୟକ), ଶୁବମନ ଗିଲ, ରୁତୁରାଜ ଗାଇକୱାଡ, ଶ୍ରେୟସ ଆୟର, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା , ପ୍ରସିଦ୍ଧ କ୍ରୀଷ୍ଣା, ଆର ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର ।

ତୃତୀୟ ଦିନିକିଆ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶୀରଜ, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା, କୁଲଦୀପ ଯାଦବ, ଆର ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର ।