IND vs IRE T20I : ୭ ୱିକେଟରେ ଜିତିଲା ଭାରତ, ଚହଲ ଦେଲେ ଚାଞ୍ଚଲ୍ୟକର ତଥ୍ୟ
Advertisement
Article Detail0/zeeodisha/odisha1234490

IND vs IRE T20I : ୭ ୱିକେଟରେ ଜିତିଲା ଭାରତ, ଚହଲ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ରବିବାର ଡବଲିନରେ ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହୋଇଥିଲା। ବର୍ଷା ପାଇଁ ମାତ୍ର ୧୨ ଓଭର ଲେଖାଏଁ ଖେଳିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ବ୍ୟଟିଂ କରି ଆୟରଲାଣ୍ଡ ୧୨ ଓଭରରେ ୪ ୱିକେଟ ହରାଇ ଭାରତ ଆଗରେ ୧୦୯ ରନର ଟାର୍ଗେଟ ରଖିଥିଲା।

ସୌ- ସୋସିଆଲ ମିଡିଆ

IND vs IRE T20I : ରବିବାର ଶୀତ, ବର୍ଷା ଏବଂ ଝଡତୋଫାନ ମଧ୍ୟରେ ଟିମ୍ ଇଣ୍ଡିଆ ଘରୋଇ ଆୟର୍ଲାଣ୍ଡ ଉପରେ ବିଜୟ ହାସଲ କରିଛି। ବର୍ଷା ସତ୍ତ୍ୱେ ଟିମ୍ ଇଣ୍ଡିଆ ମାତ୍ର ୯ ଓଭରରେ ୧୦୯ ରନ କରି ଡବଲିନ ଟି୨୦ ଜିତିଛି। କ୍ୟାପଟେନ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲରୁ ୨୪ରନ କରି ଅପରାଜିତ ରହିଥିଲେ। ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ୩ ଓଭରରେ ଗୋଟିଏ ୱିକେଟ ନେଇ ମାତ୍ର ୧୧ ରନ ଦେଇ ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଛନ୍ତି।

ରବିବାର ଡବଲିନରେ ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ୱେଣ୍ଟି ଅନୁଷ୍ଠିତ ହୋଇଥିଲା। ବର୍ଷା ପାଇଁ ମାତ୍ର ୧୨ ଓଭର ଲେଖାଏଁ ଖେଳିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ବ୍ୟଟିଂ କରି ଆୟରଲାଣ୍ଡ ୧୨ ଓଭରରେ ୪ ୱିକେଟ ହରାଇ ଭାରତ ଆଗରେ ୧୦୯ ରନର ଟାର୍ଗେଟ ରଖିଥିଲା। ବର୍ଷା ବାଧାପ୍ରାପ୍ତ ଡବଲିନ୍ ଟି-ଟ୍ୱେଣ୍ଟିରେ ଭାରତ ବିଜୟୀ ହୋଇଛି। ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଖେଳାଳି କମାଲ କରିଛନ୍ତି। ପ୍ରଥମ ଟି-ଟ୍ୱେଣ୍ଟିରେ ବିଜୟ ହାସଲ ପରେ ଦ୍ୱିତୀୟ ମୁକାବିଲା ଜିତିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି। 

Also Read: IND vs ENG: ପୁନର୍ବାର ଟିମ୍ ଇଣ୍ଡିଆର ଅଧୀନୟକତ୍ୱ ସମ୍ଭାଳିବେ ବିରାଟ କୋହଲି!

ଟସ୍ ହାରି ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ମାତ୍ର ୪ ରନରେ ବିସ୍ଫୋରକ ବ୍ୟାଟସମ୍ୟାନ୍ ପଲ୍ ଷ୍ଟିର୍ଲିଂ ପ୍ୟାଭିଲିୟନ୍ ଫେରିଥିଲେ। ଅଧିନାୟକ ବଲବ୍ରିନ୍ 0, ଡିଲେନି ୮ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ହାରି ଟେକ୍ଟର ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୩୩ ବଲରୁ ୬୪ ରନର ଇନିଂସ ଖେଳିଥିଲେ। ଶେଷରେ ଦଳ ୧୨ ଓଭରରେ ୪ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା।

୧୦୯ ରନ୍ ଟାର୍ଗେଟ୍ ନେଇ ଆରମ୍ଭରୁ ହିଁ ଦୀପକ ହୁଡ଼ା ଏବଂ ଈଶାନ କିଷନ ବିସ୍ପୋରକ ବ୍ୟାଟିଂ କରିଥିଲେ। ହୁଡ଼ା ୨୯ ବଲରୁ ଅପରାଜିତ ୪୭ ରନ୍ କରିଥିବା ବେଳେ ଈଶାନ ୧୧ ବଲରୁ ୨୬ କରି ଆଉଟ୍ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ୧୨ ବଲରୁ ୨୪ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଭାରତ ୯.୨ ଓଭରରେ ୩ ୱିକେଟ୍ ହରାଇ ୧୧୧ ରନ୍ କରିବା ସହ ବିଜୟୀ ହୋଇଥିଲା। ଦମଦାର ପ୍ରଦର୍ଶନ କରି ୟୁଜଭେନ୍ଦ୍ର ଚହଲ (Yuzvendra Chahal) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେ ୩ ଓଭରରେ ମାତ୍ର ୧୧ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମଥର ପାଇଁ ଅଧିନାୟକ ଦାୟିତ୍ୱ ନେଇ ବିଜୟୀ ହୋଇଛନ୍ତି । ପ୍ରଥମ ଟି-ଟ୍ୱେଣ୍ଟିରେ ବିଜୟ ସହ ଭାରତ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଡବଲିନରେ ସିରିଜରେ ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ୍ କବଜା ଲକ୍ଷ୍ୟରେ ଭାରତୀୟ ଟିମ୍ ମଇଦାନକୁ ଓହ୍ଲାଇବ। ସେପଟେ ମ୍ୟାଚରେ ବୋଲରମାନେ କିଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ, ସେନେଇ ୟୁଜଭେନ୍ଦ୍ର ଚହଲ ଚାଞ୍ଚଲ୍ୟକର କଥା କହିଛନ୍ତି। 

Also Read: Ind vs Ire: ଆଜି ଆୟର୍ଲାଣ୍ଡ ସହିତ ଲଢ଼ିବ ଟିମ୍ ଇଣ୍ଡିଆ; ଏହିପରି ଦେଖିପାରିବେ ଲାଇଭ୍ ମ୍ୟାଚ୍

ୟୁଜଭେନ୍ଦ୍ର ଚହଲ କହିଛନ୍ତି, 'ଥଣ୍ଡା ସମୟରେ ବୋଲିଂ କରିବା ଅତ୍ୟନ୍ତ କଷ୍ଟକର ଥିଲା। ମୋତେ ଫିଙ୍ଗର ସ୍ପିନର ଭଳି ଲାଗୁଥିଲା। କିନ୍ତୁ ମୋତେ ପରିସ୍ଥିତି ସହ ଖାପ ଖୁଆଇବାକୁ ପଡିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧୀନରେ ପରିବେଶ ଥଣ୍ଡା ଥିଲା, ସେ ମୋର ପ୍ଲାନଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ମୋତେ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ମୁଁ ତିନୋଟି ସ୍ୱିଟର ପିନ୍ଧିଛି ତେଣୁ ଅସହଜ ଅନୁଭବ କରୁଛି।' 

ଚହଲଙ୍କ କଥା ଶୁଣି ଲାଗୁଛି, ପାଗ ଖରାପ ଯୋଗୁଁ ଡବଲିନରେ ପ୍ରବଳ ଥଣ୍ଡା ପଡିଥିଲା। ଯେଉଁଥିପାଇଁ ଭାରତୀୟ ଖେଳାଳିମାନେ ଶୀତରେ କମ୍ପୁଥିଲେ, ଆଉ ସେଥିରୁ ରକ୍ଷା ପାଇବା ପାଇଁ  ତିନି ତିନୋଟି ସ୍ୱିଟର ପିନ୍ଧିଥିଲେ। ଭାରତର ଅନେକ ସହରରେ ବର୍ତ୍ତମାନ ମଧ୍ୟ ଗ୍ରୀଷ୍ମ ଅନୁଭୁତ ହେଉଛି। ତେଣୁ ଉଷ୍ମ ପରିବେଶରୁ ଯାଇଥିବା ଭାରତୀୟ ଖେଳାଳୀଙ୍କୁ ଆୟର୍ଲାଣ୍ଡରେ ଖେଳିବା କିଛି ମାତ୍ରାରେ କଷ୍ଟକର ହେଉଛି।