Ind vs Ire: ଆଜି ଆୟର୍ଲାଣ୍ଡ ସହିତ ଲଢ଼ିବ ଟିମ୍ ଇଣ୍ଡିଆ; ଏହିପରି ଦେଖିପାରିବେ ଲାଇଭ୍ ମ୍ୟାଚ୍
Advertisement

Ind vs Ire: ଆଜି ଆୟର୍ଲାଣ୍ଡ ସହିତ ଲଢ଼ିବ ଟିମ୍ ଇଣ୍ଡିଆ; ଏହିପରି ଦେଖିପାରିବେ ଲାଇଭ୍ ମ୍ୟାଚ୍

India vs Ireland 1st T20 Match Live Streaming: ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି ଡବଲିନରେ ଖେଳାଯିବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳିବ ।

ସାଙ୍କେତିକ ଫଟୋ

India vs Ireland 1st T20 Match Live Streaming: ଟିମ୍ ଇଣ୍ଡିଆ ଓ ଆୟର୍ଲାଣ୍ଡ (India vs Ireland) ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ୍ ଆଜି ଅର୍ଥାତ୍ ଜୁନ୍ ୨୬ ରେ ଖେଳାଯିବ । ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ହେବେ, ଯିଏକି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ପାଇଁ ଅଧିନାୟକ ଭାବରେ ନଜର ଆସିବେ । ଏଭଳି ପରିସ୍ଥିତିରେ ପ୍ରଥମ ମ୍ୟାଚ ଜିତିବା ପାଇଁ ହାର୍ଦ୍ଦିକଙ୍କ ଉପରେ ଚାପ ରହିବ । ଏଥିପାଇଁ ଏହି ମ୍ୟାଚ୍ ଆକର୍ଷଣୀୟ ହେବ । ଆୟର୍ଲାଣ୍ଡର ଦଳ (Team Ireland) ମଧ୍ୟ ଦୁର୍ବଳ ନୁହେଁ । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚକୁ ଲାଇଭ୍ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଏହି ପଦ୍ଧତି ଗ୍ରହଣ କରିପାରିବେ ।

ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ କେବେ ଏବଂ କେଉଁଠାରେ ଖେଳାଯିବ?

ଆୟର୍ଲାଣ୍ଡ ଓ ଇଣ୍ଡିଆର ମଧ୍ୟରେ ୨୬ ଜୁନ୍ ଅର୍ଥାତ ରବିବାର ଦିନ ଡବଲିନ୍ ଦି ଭିଲେଜ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ ।

ପ୍ରଥମ ଟି-୨୦ ମ୍ୟାଚ୍ କେଉଁ ସମୟରୁ ଆରମ୍ଭ ହେବ?

ପ୍ରଥମ ଟି-୨୦ ମ୍ୟାଚ୍ ଭାରତୀୟ ସମୟ ରାତି ୯ ଟାରୁ ଆରମ୍ଭ ହେବ ଓ ଏହି ମ୍ୟାଚର ଟସ୍ ରାତି ୮.୩୦ ରେ ହେବ ।

କେଉଁଠାରେ ଓ କିପରି ଦେଖିପାରିବେ ପ୍ରଥମ ଟି-୨୦ ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ?

ସୋନି ସ୍ପୋର୍ଟସ ନେଟୱାର୍କରେ ଆପଣ ଆୟର୍ଲାଣ୍ଡ ବନାମ ଇଣ୍ଡିଆ ପ୍ରଥମ ଟି -୨୦ ମ୍ୟାଚର ଲାଇଭ ଟେଲିକାଷ୍ଟ ଦେଖିବାରେ ସକ୍ଷମ ହେବେ, ଯେଉଁଠାରେ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ଭାଷାରେ କମେଣ୍ଟ୍ରି ଶୁଣିପାରିବେ । ଏହା ଭାରତୀୟ କ୍ରିକେଟ୍ ଦଳର ଏକ ସୀମିତ ଓଭର ମ୍ୟାଚ୍, ତେଣୁ ଆପଣ ଏହାକୁ ଡିଡି ସ୍ପୋର୍ଟସରେ ମଧ୍ୟ ଲାଇଭ୍ ଦେଖିପାରିବେ ।

ଆପଣ ନିଜ ସ୍ମାର୍ଟଫୋନ୍ କିମ୍ବା ଟ୍ୟାବଲେଟରେ ସୋନି LIV ଆପରେ ଆୟର୍ଲାଣ୍ଡ ବନାମ ଇଣ୍ଡିଆ ପ୍ରଥମ ଟି -୨୦ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ । ଯଦି ଆପଣ ଆୟର୍ଲାଣ୍ଡ ବନାମ ଇଣ୍ଡିଆ ପ୍ରଥମ ଟି -୨୦ ମ୍ୟାଚକୁ ଲାପଟପ୍ କିମ୍ବା ଡେସ୍କଟପ୍ ରେ ଲାଇଭ୍ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସୋନି ଲିଭ୍ ୱେବସାଇଟରେ ଲଗଇନ୍ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ: ବୋଲରଙ୍କ ପାଇଁ ଫ୍ୟାନ୍ସଙ୍କ ସହ ଲଢ଼ିବାକୁ ଲାଗିଲେ ବିରାଟ କୋହଲି; ଭିଡ଼ିଓ ଭାଇରଲ