Tokyo Olympics: ରଙ୍ଗାରଙ୍ଗ ଆତସବାଜୀରେ ଆରମ୍ଭ ହେଲା ମହାକୁମ୍ଭ
Advertisement
Article Detail0/zeeodisha/odisha948882

Tokyo Olympics: ରଙ୍ଗାରଙ୍ଗ ଆତସବାଜୀରେ ଆରମ୍ଭ ହେଲା ମହାକୁମ୍ଭ

ଏହି କ୍ରମରେ ମାର୍ଚ୍ଚଫାଷ୍ଟରେ ଭାରତର ନମ୍ବର ୨୧ ତମ ସ୍ଥାନରେ ରହିଥିଲା । ଅଲମ୍ପିକ ଖେଳରେ ଦେଶର କୋଣ ଅନୁକୋଣରୁ ଖେଳାଳି ମାନେ ମେଡାଲ (Olympics Medal) ଜିତି ନିଜ ଦେଶର ନାଁକୁ ଗର୍ବିତ କରିବାକୁ ଏହି ବଡ଼ ପ୍ଲାଟଫର୍ମରେ ଓହ୍ଲାଇଥାନ୍ତି । 

Tokyo Olympics: ରଙ୍ଗାରଙ୍ଗ ଆତସବାଜୀରେ ଆରମ୍ଭ ହେଲା ମହାକୁମ୍ଭ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ୨୦୨୦ ର ଆରମ୍ଭ ଆଜି ଠାରୁ ହୋଇଛି । ଖେଳର ମହାକୁମ୍ଭ ଆରମ୍ଭ ପୂର୍ବରୁ ଉଦଘାଟନୀ ସମାରୋହ ଆରମ୍ଭ ହୋଇସାରିଛି । କୋରୋନା ଭୂତାଣୁ ଭୟ ଯୋଗୁଁ ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଦିଆଯାଇ ନାହିଁ । ଏଠାରେ କହିରଖୁଛୁ ଯେ, ଏହି ଭବ୍ୟ ଆୟୋଜନର ସ୍ୱାଗତ ପାଇଁ ପ୍ରତିଟି ଦେଶ ଛୋଟ ଛୋଟ ଦଳରେ ଆସି ଖେଳର ଉଦଘାଟନୀ କରିଛନ୍ତି । ତେବେ ମାର୍ଚ୍ଚ ଫାଷ୍ଟ ବେଳେ ଆମ ଦେଶ ଭାରତ ୨୧ ନମ୍ବରରେ ଆସି ଅଭିବାଦନ ଗ୍ରହଣ କରିଛି । 

ତେବେ ଭାରତୀୟ ଦଳ (India Team) ର ମାର୍ଚ୍ଚଫାଷ୍ଟ ରେ ମନପ୍ରୀତ ସିଂ ଏବଂ ପୂର୍ବତନ ଅଲିମ୍ପିକ୍ ପଦକ ବିଜେତା ମେରି କମ ପ୍ରତିନିଧିତ୍ୱ କରିଥିଲେ । ଏହି ଦୁଇ ଖେଳାଳି ମଧ୍ୟ ଭାରତୀୟ ପତାକା (National Flag) ଧରିଥିଲେ। ଭାରତୀୟ ଦଳର ମାର୍ଚ୍ଚଫାଷ୍ଟ ସମୟରେ ଟୋକିଓର ଜାତୀୟ ଷ୍ଟାଡିୟମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଭାରତର ଏକ ଛୋଟ ପତାକା ଧରି ଖେଳାଳୀଙ୍କ ମନୋବଳ ବଢାଇବା ଦେଖିବାକୁ ମିଳିଥିଲା। ଏଠାରେ କହି ରଖୁଛୁ ଯେ, ଏଥର ଆମ ଦେଶ ଭାରତ ଅଲିମ୍ପିକ୍ସ ପାଇଁ ସର୍ବ ବୃହତ ଖେଳାଳିଙ୍କ ଦଳ ପଠାଇଛି।

Also Read: ଖୋଲିବ ବହୁତ 'ରାଜ୍'; ସାମ୍ନାସାମ୍ନି ହେବେ ପତ୍ନୀ ଶିଳ୍ପା ଓ ପତି କୁନ୍ଦ୍ରା

Tokyo Olympics ର ମାର୍ଚ୍ଚଫାଷ୍ଟ ର ଶୁଭାରମ୍ଭ ସର୍ବପ୍ରଥମେ ଗ୍ରୀସ ଓ  ଆଇଓସି ରେଫ୍ୟୁଜି ଟିମ କରିଥିଲେ । ଏହାପରେ ଆଇସଲ୍ୟାଣ୍ଡ ଓ ଆୟର୍ଲାଣ୍ଡ ର ଟିମ ମାର୍ଚ୍ଚଫାଷ୍ଟରେ ପଦାର୍ପଣ କରିଥିଲେ । ଏହି କ୍ରମ ଗୁଡ଼ିକ ଜାପାନୀ ଅକ୍ଷର ଅନୁସାରେ ରଖାଯାଇଥାଏ । ଏହି କ୍ରମରେ ମାର୍ଚ୍ଚଫାଷ୍ଟରେ ଭାରତର ନମ୍ବର ୨୧ ତମ ସ୍ଥାନରେ ରହିଥିଲା । ଅଲମ୍ପିକ ଖେଳରେ ଦେଶର କୋଣ ଅନୁକୋଣରୁ ଖେଳାଳି ମାନେ ମେଡାଲ (Olympics Medal) ଜିତି ନିଜ ଦେଶର ନାଁକୁ ଗର୍ବିତ କରିବାକୁ ଏହି ବଡ଼ ପ୍ଲାଟଫର୍ମରେ ଓହ୍ଲାଇଥାନ୍ତି । 

Also Read: Diwali ରେ ମାର୍କେଟକୁ ଆସୁଛି ୫ ଲକ୍ଷର Tata ର SUV କାର୍, ଜାଣନ୍ତୁ Features

ଉଦଘାଟନୀ ସମାରୋହରେ ଜାପାନ Japan ର ଜାତୀୟ ଷ୍ଟାଡିୟମ୍ ସୁନ୍ଦର ଆତସବାଜିରେ ରଙ୍ଗୀନ ହୋଇଉଠିଥିଲା । ଏହା ବ୍ୟତୀତ ଜାପାନୀ କଳାକାରମାନେ ମଧ୍ୟ ଏକ ରଙ୍ଗୀନ୍ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଦର୍ଶନ କରିଥିଲେ । ଏଠାରେ କହିରଖୁଛୁ ଯେ ଟୋକିଓ ଅଲିମ୍ପିକ୍ (Tokyo Olympics) ଗେମ୍ସ ପ୍ରାୟ ଏକ ବର୍ଷ ବିଳମ୍ବ ପରେ ପୁନଃ ଆରମ୍ଭ ହୋଇଛି । ବାସ୍ତବରେ ଗତ ବର୍ଷ କୋରୋନା ଭୂତାଣୁ ସଂକ୍ରମଣର ବୃଦ୍ଧି ହେତୁ ଏହି ମହାକୁମ୍ଭକୁ ସ୍ଥଗିତ ରଖାଯାଇଥିଲା ।