Asia Cup ପୂର୍ବରୁ ମୁମ୍ବାଇ ରାସ୍ତାରେ ସ୍କୁଟର ଧରି ବୁଲିଲେ ବିରାଟ-ଅନୁଷ୍କା; ଦେଖନ୍ତୁ Video
Advertisement
Article Detail0/zeeodisha/odisha1312544

Asia Cup ପୂର୍ବରୁ ମୁମ୍ବାଇ ରାସ୍ତାରେ ସ୍କୁଟର ଧରି ବୁଲିଲେ ବିରାଟ-ଅନୁଷ୍କା; ଦେଖନ୍ତୁ Video

Virat Kohli Anushka Sharma Video:  ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଏକ ସ୍କୁଟରରେ ବୁଲୁଥିବା ଦେଖିବାକୁ ମିଳିଛି । ଏହି ଦୁଇଜଣଙ୍କର ଅନେକ ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୌ: ସୋସିଆଲ ମିଡିଆ

Virat Kohli Anushka Sharma Video: ଭାରତୀୟ କ୍ରିକେଟ୍ ଦଳର ଭେଟେରାନ ଖେଳାଳି ବିରାଟ କୋହଲି (Virat Kohli) ବର୍ତ୍ତମାନ କ୍ରିକେଟରୁ ବିରତି ନେଇ ଛୁଟି କାଟୁଛନ୍ତି । ସେ ଏସିଆ କପ୍ ୨୦୨2 ରୁ (Asia Cup 2022) ପୁଣିଥରେ ପଡ଼ିଆରେ ଖେଳୁଥିବାର ନଜର ଆସିବେ । ନିକଟରେ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ (Anushka Sharma) ସହ ମୁମ୍ବାଇର ଏକ ସ୍କୁଟରରେ ବୁଲୁଥିବାର ନଜର ଆସିଥିଲେ । କୋହଲି ଓ ଅନୁଷ୍କାଙ୍କ ଅନେକ ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମଧ୍ୟ ଏହା ଉପରେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

କୋହଲି ଓ ଅନୁଷ୍କା ମୁମ୍ବାଇର ଏକ ସ୍କୁଟରରେ ବୁଲୁଥିବା ଦେଖିବାକୁ ମିଳିଛି । ଦୁହେଁ କଳା ରଙ୍ଗର ହେଲମେଟ ପିନ୍ଧିଥିଲେ । ଏହା ସତ୍ତ୍ୱେ ପ୍ରଶଂସକମାନେ ତାଙ୍କୁ ଚିହ୍ନି ଦେଇଥଲେ । ଏହି ସମୟରେ କୋହଲି ଓ ଅନୁଷ୍କାଙ୍କୁ ମଧ୍ୟ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା, କାରଣ ଅନେକ ଲୋକ ସେମାନଙ୍କ ଭିଡିଓ ବନାଉଥିଲେ ଓ ଫଟୋ କ୍ଲିକ୍ କରୁଥିଲେ । ଗୋଟିଏ ଭିଡିଓରେ ଅନୁଷ୍କା ମଧ୍ୟ ଏହି କାରଣରୁ ଟିକେ ବିରକ୍ତ ହେଉଥିବା ନଜର ଆସିଥିଲେ ।

ଉଲ୍ଲେଖନୀୟ କଥା ହେଉଛି, ଇଂଲଣ୍ଡ ଗସ୍ତ ପରେ କୋହଲି କ୍ରିକେଟରୁ କିଛିଦିନ ବିରତି ନେଇଛନ୍ତି । ସେ ଭାରତୀୟ ଦଳ ସହ ଜିମ୍ବାୱେ ଗସ୍ତ କରିନାହାଁନ୍ତି । ତାଙ୍କ ଖରାପ ଫର୍ମ ପାଇଁ କୋହଲିଙ୍କୁ ସମାଲୋଚନା କରାଯାଉଥିଲା । ଏହା ପରେ ସେ ଏକ ବିରତି ନେବାକୁ ସ୍ଥିର କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଏସିଆ କପ୍‌ରୁ ପଡ଼ିଆକୁ ଓହ୍ଲାଇବେ । ଏହି ଟୁର୍ଣ୍ଣାମେଣ୍ଟର ଭାରତର ପ୍ରଥମ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିଯିବ । ଯାହା ଅଗଷ୍ଟ ୨୮ ରେ ହେବ ।

ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଫର୍ମ ସହ ସଂଘର୍ଷ କରୁଥିବାରୁ ଜିମ୍ବାୱେ ବିପକ୍ଷ ODI ସିରିଜରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ନିକଟରେ ଖବର ଆସିଥିଲା । କୋହଲି ଆଇପିଏଲ୍ ୨୦୨୨ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଆକ୍ସନକୁ ଫେରିବା ପରେ ସମସ୍ତ ଫର୍ମାଟରେ ୬ ଟି ଇନିଂସରେ ସର୍ବାଧିକ ୨୦ ସ୍କୋର କରିଛନ୍ତି । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତର ପୂର୍ବତନ ଅଧିନାୟକଙ୍କୁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ସେ ଜିମ୍ବାୱେ ଗସ୍ତ କରିବେ ନାହିଁ ।

ଏହା ବି ପଢ଼ନ୍ତୁ: India Vs Zimbabwe: ଦୀପକ ଚହରଙ୍କୁ ଛୁଇଁ ଧନ୍ୟ ହୋଇଗଲେ ଜିମ୍ବାୱେ ବୋଲରଙ୍କ ପରିବାର

ଏହା ବି ପଢ଼ନ୍ତୁ: Asia Cup 2022: ଭାରତ ସହ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଲାଗିଲା ବଡ ଝଟକା