IPL 2023: ପ୍ରଥମ ଥର ପାଇଁ ଅଧିନାୟକଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ । ଯଦି ଏହି ଭୁଲ ପୁନରାବୃତ୍ତି ହୁଏ, ତେବେ ଅଧିନାୟକଙ୍କ ଜରିମାନା ୨୪ ଲକ୍ଷ ହେବ ଓ ବାକି ଦଳର ଖେଳାଳିଙ୍କୁ ମ୍ୟାଚ୍ ଫିର ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡିବ । ଏଥି ସହିତ ତୃତୀୟ ଥର ପାଇଁ ସ୍ଲୋ ଓଭର ରେଟର ଭୁଲ ପାଇଁ ଅଧିନାୟକଙ୍କୁ ୩୦ ଲକ୍ଷ ଜୋରିମାନା ଦେବାକୁ ପଡିବ ଓ ଗୋଟିଏ ମ୍ୟାଚ ପାଇଁ ମଧ୍ୟ ବ୍ୟାନ୍ କରାଯାଇପାରେ ।
Trending Photos
IPL 2023: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ୨୦୨୩ (IPL 2023) ରେ ଏପର୍ଯ୍ୟନ୍ତ ମୋଟ ୩୪ଟି ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚଗୁଡିକରେ ପ୍ରଶଂସକମାନଙ୍କୁ ଏକରୁ ଅଧିକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି । କିନ୍ତୁ ଆଇପିଏଲ ୨୦୨୩ (IPL 2023) ମଧ୍ୟରେ ବିରାଟ କୋହଲି (Virat Kohli) ଙ୍କ ଟେନସନ ବୃଦ୍ଧି ପାଇଛି । ବିରାଟ କୋହଲି (Virat Kohli) ମଧ୍ୟ ଗତ ଦୁଇଟି ମ୍ୟାଚ୍ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ର ଅଧିନାୟକତ୍ୱ ପରିଚାଳନା କରୁଛନ୍ତି । ଏହି ଉଭୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ଜିତିଛି । କିନ୍ତୁ ଏହି ସମୟ ମଧ୍ୟରେ ବିରାଟ କୋହଲି (Virat Kohli) ଏକ ବଡ଼ ଭୁଲ କରିଛନ୍ତି, ଯେଉଁଥିପାଇଁ ବ୍ୟାନ୍ ହେବାର ଆଶଙ୍କା ଅଧିକ ରହିଛି ।
ନିକଟ ଅତୀତରେ ବିରାଟ କୋହଲି (Virat Kohli) ଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବା ଆରସିବି (RCB) ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । କିନ୍ତୁ ଏହି ସମୟ ମଧ୍ୟରେ ଦଳ ନିର୍ଦ୍ଧାରିତ ସମୟରେ ଓଭର ପୂରଣ କରିପାରି ନଥିଲା । ଏହି କାରଣରୁ ବିରାଟ କୋହଲିଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଏହା ଦ୍ୱିତୀୟ ଥର ଯେତେବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକଙ୍କୁ ମନ୍ଥର ଗତି ଯୋଗୁଁ ଜରିମାନା କରାଯାଇଛି । ଏହାପୂର୍ବରୁ ଫାଫ୍ ଡୁପ୍ଲେସିଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ଏଭଳି ପରିସ୍ଥିତିରେ ଏବେ ବିରାଟ କୋହଲିଙ୍କ ଉପରେ ବ୍ୟାନ୍ ଲାଗିବାର ଆଶଙ୍କା ରହିଛି ।
ସ୍ଲୋ ଓଭର ରେଟର ନିୟମ ଅନୁଯାୟୀ, ପ୍ରଥମ ଥର ପାଇଁ ଅଧିନାୟକଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିଥାଏ । ଯଦି ଏହି ଭୁଲ ପୁନରାବୃତ୍ତି ହୁଏ, ତେବେ ଅଧିନାୟକଙ୍କ ଜରିମାନା ୨୪ ଲକ୍ଷ ହେବ ଓ ବାକି ଦଳର ଖେଳାଳିଙ୍କୁ ମ୍ୟାଚ୍ ଫିର ୨୫ ପ୍ରତିଶତ ଜୋରିମାନା ଦେବାକୁ ପଡିବ । ଏଥି ସହିତ ତୃତୀୟ ଥର ପାଇଁ ସ୍ଲୋ ଓଭର ରେଟର ଭୁଲ ପାଇଁ ଅଧିନାୟକଙ୍କୁ ୩୦ ଲକ୍ଷ ଜୋରିମାନା ଦେବାକୁ ପଡିବ ଓ ଗୋଟିଏ ମ୍ୟାଚ ପାଇଁ ମଧ୍ୟ ବ୍ୟାନ୍ କରାଯାଇପାରେ । ଏଥି ସହିତ ଦଳର ଖେଳାଳିଙ୍କୁ ମ୍ୟାଚ୍ ଫି ର ୫୦ ପ୍ରତିଶତ ଜୋରିମାନା ଦେବାକୁ ପଡିବ । ଏଭଳି ପରିସ୍ଥିତିରେ ଯଦି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଆରସିବି ପୁଣି ଥରେ ଏପରି ଭୁଲ କରେ, ତେବେ ତାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବ୍ୟାନ୍ କରାଯାଇପାରେ ।
ଅଧିକ ପଢ଼ନ୍ତୁ-ଶନି ସୃଷ୍ଟି କଲେ 'ଶଶ ରାଜ ଯୋଗ', ୩୦ ମାସ ପର୍ଯ୍ୟନ୍ତ ୫ଟି ରାଶି ଉପରେ ବର୍ଷିବ ବମ୍ପର ଧନ!
ଅଧିକ ପଢ଼ନ୍ତୁ-୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାର ଦେଲେ ଖୁସି ଖବର: ତାରିଖ ହେଲା ନିଶ୍ଚିତ, ଜାଣନ୍ତୁ କେବେ ମିଳିବ ଟଙ୍କା?
ଅଧିକ ପଢ଼ନ୍ତୁ-ରାତିର ନିଦ ଉଡ଼ାଇଦେବ ବାବା ଭେଙ୍ଗାର ଏହି ଭବିଷ୍ୟବାଣୀ, ଏହି ଖତରନାକ୍ ଅସ୍ତ୍ରର କଲେ ଉଲ୍ଲେଖ
ଆଦର୍ଶ ପରିସ୍ଥିତିରେ ଆଇପିଏଲରେ ଏକ ଇନିଂସରେ ୨୦ ଓଭର ଫିଙ୍ଗିବା ପାଇଁ ୯୦ ମିନିଟ୍ ସ୍ଥିର କରାଯାଇଛି । ସମସ୍ତ ଦଳକୁ ନିର୍ଦ୍ଧାରିତ ସମୟରେ ୨୦ ଓଭର ବୋଲିଂ କରିବାକୁ ପଡ଼ିବ । ଯଦି ମ୍ୟାଚର ୨୦ ଓଭର ୮୫ ମିନିଟରେ ଆରମ୍ଭ ହୁଏ, ତେବେ ଅଧିନାୟକ ଓ ଦଳ ସ୍ଲୋ ଓଭର ରେଟ୍ ପାଇଁ ଦଣ୍ଡିତ ହେବେ ନାହିଁ । କିନ୍ତୁ ଯଦି କୌଣସି ଦଳ ୮୫ ମିନିଟ ମଧ୍ୟରେ ୨୦ ତମ ଓଭର ଆରମ୍ଭ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଏହାକୁ ସ୍ଲୋ ଓଭର ରେଟର ପେନାଲ୍ଟି ଦେବାକୁ ପଡିବ ।