Hardik Pandya: ୧୭ ବର୍ଷ ପରେ ଭାରତ ବିପକ୍ଷରେ ଇତିହାସ ସୃଷ୍ଟି କରିଛି ଓ୍ୱେଷ୍ଟଇଣ୍ଡିଜ, ଲଜ୍ଜାଜନକ ରେକର୍ଡ କଲେ ହାର୍ଦ୍ଦିକ
Advertisement
Article Detail0/zeeodisha/odisha1823903

Hardik Pandya: ୧୭ ବର୍ଷ ପରେ ଭାରତ ବିପକ୍ଷରେ ଇତିହାସ ସୃଷ୍ଟି କରିଛି ଓ୍ୱେଷ୍ଟଇଣ୍ଡିଜ, ଲଜ୍ଜାଜନକ ରେକର୍ଡ କଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ଶେଷ ମ୍ୟାଚରେ ଆୟୋଜକ ଦଳ ଚମତ୍କାର ପ୍ରଦର୍ଶନ କରି ୮ ୱିକେଟରେ ଜିତିଥିଲେ। ଏହା ସହ ୱେଷ୍ଟଇଣ୍ଡିଜ୍ ମଧ୍ୟ ସିରିଜ୍ ୨-୧ରେ କବଜା କରିଥିଲା। ଏହି ବିଜୟ କାରିବିଆନ୍ ଦଳ ପାଇଁ ଐତିହାସିକ ଅଟେ। ଏଥି ସହିତ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଏକ ଲଜ୍ଜାଜନ

Hardik Pandya: ୧୭ ବର୍ଷ ପରେ ଭାରତ ବିପକ୍ଷରେ ଇତିହାସ ସୃଷ୍ଟି କରିଛି ଓ୍ୱେଷ୍ଟଇଣ୍ଡିଜ, ଲଜ୍ଜାଜନକ ରେକର୍ଡ କଲେ ହାର୍ଦ୍ଦିକ

Hardik Pandya: ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟି-୨୦ ସିରିଜର ଶେଷ ମ୍ୟାଚରେ ଆୟୋଜକ ଦଳ ଚମତ୍କାର ପ୍ରଦର୍ଶନ କରି ୮ ୱିକେଟରେ ଜିତିଥିଲେ। ଏହା ସହ ୱେଷ୍ଟଇଣ୍ଡିଜ୍ ମଧ୍ୟ ସିରିଜ୍ ୨-୧ରେ କବଜା କରିଥିଲା। ଏହି ବିଜୟ କାରିବିଆନ୍ ଦଳ ପାଇଁ ଐତିହାସିକ ଅଟେ। ଏଥି ସହିତ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ପଞ୍ଜିକୃତ ହୋଇଛି। ଆମେରିକାର ଲାଉଡରହିଲରେ ଖେଳାଯାଇଥିବା ଏହି ମ୍ୟାଚ୍ ସିରିଜ୍ ନିର୍ଣ୍ଣୟକାରୀ ଥିଲା କିନ୍ତୁ ଏଥିରେ ଭାରତୀୟ ଦଳ ଆରମ୍ଭରୁ ବ୍ୟାକଫୁଟରେ ଦେଖାଯାଇଥିଲା ଏବଂ ଶେଷରେ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଲା।

୧୭ ବର୍ଷ ପରେ ସିରିଜ ଜିତିଲା ଓ୍ୱେଷ୍ଟଇଣ୍ଡିଜ 
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିପାକ୍ଷିକ ସିରିଜରେ ଭାରତ ଦୀର୍ଘ ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିଆସୁଛି। କିନ୍ତୁ ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍ ଜିତି ଏହାକୁ ବର୍ଜନ କରିଛି। ବାସ୍ତବରେ ଭାରତ ବିପକ୍ଷ ୫ ମ୍ୟାଚ୍ ସିରିଜରେ ୧୭ ବର୍ଷ ପରେ ଏହା ତାଙ୍କର ପ୍ରଥମ ବିଜୟ। ଏହାପୂର୍ବରୁ ୨୦୦୬ରେ, କାରିବିଆନ୍ ଦଳ ODI ସିରିଜରେ ଭାରତକୁ ପରାସ୍ତ କରିଥିଲା। ଏଥି ସହିତ ୱେଷ୍ଟଇଣ୍ଡିଜ୍ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଛି।

ହାର୍ଦ୍ଦିକଙ୍କ ନାଁରେ ଯୋଡ଼ିହେଲା ଲଜ୍ଜାଜନକ ରେକର୍ଡ
ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ପାଞ୍ଚ ଥର ମ୍ୟାଚ୍ ଟି-୨୦ ସିରିଜ୍ ଖେଳିଛି। ଏଥିରୁ ଏହା ହେଉଛି ତାଙ୍କର ପ୍ରଥମ ପରାଜୟ। ଏହାପୂର୍ବରୁ ୨୦୨୦ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ପରାସ୍ତ କରିଥିଲା। ଭାରତ ଏପର୍ଯ୍ୟନ୍ତ ୩ଟି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜିତିଥିବା ବେଳେ ଗୋଟିଏ ଡ୍ର ହୋଇଛି। ଏଭଳି ପରିସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି ଯାହାର ନେତୃତ୍ୱରେ ଭାରତକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ପରାଜୟର ସମ୍ମୁଖୀନ ହେବାକୁ ପଡିବ।

ସୂଚନାଯୋଗ୍ୟ ଭାରତ ବିପକ୍ଷ ପଞ୍ଚମ ମ୍ୟାଚ ଜିତି ସିରିଜ ହାତେଇଛି ଟି-୨୦ ସିରିଜ ହାତେଇଛି ୱେଷ୍ଟଇଣ୍ଡିଜ୍। ଅଗଷ୍ଟ ୧୩ ତାରିଖ ରବିବାର ଅନୁଷ୍ଠିତ ହୋଇଥିବା ଶେଷ ମୁକବିଲାରେ ଭାରତୀୟ ଦଳକୁ ୯ ୱିକେଟ ବ୍ୟବଧାନରେ ପରାସ୍ତ କରିଥିଲା ୱେଷ୍ଟଇଣ୍ଡିଜ। ଏହି ବିଜୟ ପରେ ଭାରତ ୩-୨ ବ୍ୟବଧାନରେ ଟି-୨୦ ସିରିଜ୍କ ହାରିଛି। ପଞ୍ଚମ ମୁକାବିଲାରେ ୱେଷ୍ଟଇଣ୍ଡିଜ୍ ସାମ୍ନାର ୧୬୬ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଯାହାକୁ ଦଳ ୧୮ ଓଭର ବେଳକୁ ୨ ୱିକେଟ୍ ହରାଇ ହାସଲ କରି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ବ୍ରେଣ୍ଡନ୍ କିଙ୍ଗ ଅପରାଜିତ ୮୫ ରନ୍ ସ୍କୋର କରିଥିଲେ। ଏହା ସହିତ ନିକୋଲାସ ପୁରନ ଙ୍କ ୪୭ ରନ୍ ର ଇନିଂସ ମଧ୍ୟ ଦେଖିବାକୁ ମିଳିଥିଲା।

ଶେଷ ଟି-୨୦ ମୁକାବିଲାରେ ୧୬୬ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ ଦଳର ଆରମ୍ଭ ମଧ୍ୟ ଭଲ ନଥିଲା। ଦଳ ମାତ୍ର ୧୨ ରନ ସ୍କୋର କରିବା ସମୟରେକାଇଲ ପ୍ରଥମ ୱିକେଟ ରୂପେ ମାୟର୍ସଙ୍କୁ ହରାଇଥିଲା। ଏହା ପରେ ବ୍ୟାଟିଂ କରିବାକୁ ବାହାରିଥିବା ନିକୋଲାସ ପୁରନ୍ ବିଗତ ଦୁଇଟି ପାଳିର ବିଫଳତାକୁ ଭୁଲି ସକରାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ।

ନିକୋଲାସ ପୁରନ ଆସିବା ମାତ୍ରେ ଅର୍ଶଦୀପ ସିଂହଙ୍କ ପ୍ରଥମ ଓଭର ବେଳେ ଛକା ମାରିଥିଲେ। ସେହିପରକି ହାର୍ଦ୍ଦିକ ପାଣ୍ଡ୍ୟା ଓଭର ସମୟରେ ଲଗାତାର ଦୁଇଟି ଛକା ସହ ଦ୍ରୁତ ଗତିରେ ରନ୍ ସ୍କୋର ଆରମ୍ଭ କରିଥିଲେ। ପ୍ରଥମ ୬ ଓଭର ପର୍ଯ୍ୟନ୍ତ ୧ ୱିକେଟ୍ ହରାଇ ନିକୋଲାସ ପୁରନ ଏବଂ ବ୍ରେଣ୍ଡନ କିଙ୍ଗ ମିଳିତ ଭାବେ ଦଳୀୟ ସ୍କୋର ୬୧ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।

ଏଠାରୁ ଉଭୟ ଦ୍ରୁତ ଗତିରେ ରନ୍ ସ୍କୋର କରିବାର ପ୍ରକ୍ରିୟା ଜାରି ରଖିଥିଲେ। ଯାହା ପରେ ମ୍ୟାଚ୍ ପ୍ରାୟତଃ ଏକପାଖିଆ ହୋଇଯାଇଥିଲା। ଏହା ପରେ, ଖରାପ ପାଗ ହେତୁ ୧୨.୩ ଓଭର ପରେ ମ୍ୟାଚ୍ ବନ୍ଦ ହୋଇଯାଇଥିଲା। ସେତେବେଳକୁ ୱେଷ୍ଟ ଇଣ୍ଡିଜ୍ ଗୋଟିଏ ୱିକେଟ ହରାଇ ୧୧୭ ରନ୍ ସ୍କୋର କରିଥିଲା। ଏହା ପରେ ଖେଳ ଆରମ୍ଭ ହେବା ସହିତ ୱେଷ୍ଟଇଣ୍ଡିଜ୍ ଦଳ ନିକୋଲାସ ପୁରନଙ୍କ ରୂପରେ ଆଉ ଏକ ଝଟକା ପାଇଲା। ଯିଏ ୪୭ ରନ୍ ର ଇନିଂସ ଖେଳିବା ପରେ ତିଲକ ବର୍ମାଙ୍କ ଦ୍ୱାରା ଶିକାର ହୋଇଥିଲେ।

ନିକୋଲାସ୍ ପୁରନ୍ ପାଭିଲିୟନ ଫେରିଯିବା ପରେ ବ୍ରେଣ୍ଡନ୍ କିଙ୍ଗ ଙ୍କୁ ସମର୍ଥନ କରିବାକୁ ପଡ଼ିଆକୁ ଆସିଥିବା ସାଇ ହୋପ୍ ରନ୍ ସ୍କୋର ବେଗକୁ ମନ୍ଥର କରିବାକୁ ଦେଇନଥିଲେ। ବ୍ରେଣ୍ଡନ୍ କିଙ୍ଗ ମଧ୍ୟ ଗୋଟିଏ ପାଖରୁ ରନ୍ ସ୍କୋର କରିବାର ପ୍ରକ୍ରିୟା ଜାରି ରଖିଥିଲେ। ଏହି ମ୍ୟାଚ୍ ର ୧୮ ତମ ଓଭର ସମୟରେ ଦଳକୁ ବିଜୟ ଲକ୍ଷ୍ୟ ନିକଟରେ ପହଞ୍ଚାଇ ଦେଇଥିଲେ। ବ୍ରେଣ୍ଡନ୍ କିଙ୍ଗ ୮୫ ରନ୍ ର ଅପରାଜିତ ଇନିଂସ ଖେଳିଥିବା ବେଳେ, ସାଇ ହୋପ ମଧ୍ୟ ୨୨ ରନ ସ୍କୋର କରିଥିଲେ। ଭାରତ ଦଳ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ତିଳକ ବର୍ମା ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ।

ଶେଷ ଟି-୨୦ ମୁକାବିଲାରେ ଭାରତୀୟ ଦଳର ପାଳି କଥା ଯଦି କୁହାଯାଏ ତାହେଲେ ସୂର୍ଯ୍ୟକୁମାର ଯାଦବଙ୍କ ୬୧ ରନ୍ ର ଚମତ୍କାର ଇନିଂସ ଦେଖିବାକୁ ମିଳିଥିଲା। ୟଶସ୍ୱୀ ଜୈସ୍ୱାଲ ୫ ଏବଂ ଶୁଭମାନ ଗିଲ ୯ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ। ତିଲକ ବର୍ମା ନିଶ୍ଚିତ ୨୭ ରନ୍ ର ଇନିଂସ ଖେଳିଥିଲେ। କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୧୪ ଏବଂ ସଞ୍ଜୁ ସାମସନ ୧୩ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ୱେଷ୍ଟଇଣ୍ଡିଜ ଦଳ ପାଇଁ ରୋମାରିଓ ଶେଫର୍ଡ ୪ ୱିକେଟ୍ ନେଇଥିବା ବେଳେ, ଜେସନ୍ ହୋଲ୍ଡର ଏବଂ ଆକିଲ ହୁସୈନ୍ ୨-୨ ୱିକେଟ୍ ନେଇଥିଲେ।