ICC World Cup Online Ticket: ଭାରତୀୟ ଦଳର ବିଶ୍ୱକପ୍ ମ୍ୟାଚ୍ ପାଇଁ କେବେ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବୁକିଂ? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ
Advertisement
Article Detail0/zeeodisha/odisha1820657

ICC World Cup Online Ticket: ଭାରତୀୟ ଦଳର ବିଶ୍ୱକପ୍ ମ୍ୟାଚ୍ ପାଇଁ କେବେ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବୁକିଂ? ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

ICC World Cup Online Ticket: ଭାରତୀୟ ଦଳ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳିବ । ସମସ୍ତ ମ୍ୟାଚ୍‌ର ଟିକେଟ୍ ବୁକିଂ ସମ୍ବନ୍ଧୀୟ ସୂଚନା ଆଇସିସି ଦ୍ୱାରା ସେୟାର କରାଯାଇଛି ।

ସୌ: ସୋସିଆଲ ମିଡିଆ

ICC World Cup Indian Team Matches Online Ticket: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଭାରତରେ ୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଦନିକିଆ ବିଶ୍ୱକପର (ODI World Cup 2023) ନୂଆ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥିରେ ୯ଟି ମ୍ୟାଚର କାର୍ଯ୍ୟସୂଚୀରେ ଏକ ପରିବର୍ତ୍ତନ କରାଯାଇଛି, ଯେଉଁଥିରେ ଭାରତୀୟ ଦଳର ୨ଟି ମ୍ୟାଚ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏହା ପରେ ବିଶ୍ୱକପ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ (ICC World Cup Online Ticket) ବୁକିଂ ପ୍ରକ୍ରିୟା ମଧ୍ୟ ପ୍ରକାଶ ପାଇଛି, ଯେଉଁଥିରେ ବିଭିନ୍ନ ତାରିଖରେ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରାଯାଇପାରିବ ।

ଅକ୍ଟୋବର ୮ ରେ ଚେନ୍ନାଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସହ ODI ବିଶ୍ୱକପରେ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିବ । ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିବାକୁ ପ୍ରଶଂସକମାନେ ପ୍ରଥମେ ୧୫ ଅଗଷ୍ଟରୁ ଆଇସିସିର ୱେବ୍ ସାଇଟରେ ପଞ୍ଜୀକୃତ ହେବେ । ଏହା ପରେ ୨୫ ଅଗଷ୍ଟରୁ ଟିକେଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ ।

ଏହି ତାରିଖଗୁଡ଼ିକରେ ହେବ ଭାରତୀୟ ଦଳ ମ୍ୟାଚର ଟିକେଟ୍ ବୁକିଂ
ଦିନିକିଆ ବିଶ୍ୱକପ ପାଇଁ ଟିକେଟ୍ ବୁକିଂ କରିବାକୁ ପ୍ରଶଂସକମାନଙ୍କୁ ପ୍ରଥମେ ୧୫ ଅଗଷ୍ଟରୁ www.cricketworldcup.com/register ଭିଜିଟ୍ କରି ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହା ପରେ ୨୫ ଅଗଷ୍ଟରୁ ଫେଜ୍ ଅନୁଯାୟୀ ଟିକେଟ୍ ବୁକିଂ ଆରମ୍ଭ ହେବ । ଅନଲାଇନ୍ ମ୍ୟାଚ୍ ଟିକେଟ୍ ବୁକ୍ କରିବା ପାଇଁ ମାଇ ଶୋ ଓ ପେଟିଏମ୍ ପ୍ଲାଟଫର୍ମରୁ କିଣା ଯାଇହେବେ । ଚେନ୍ନାଇରେ ଅଷ୍ଟ୍ରେଲିଆ ଖେଳିବା ପରେ ଭାରତୀୟ ଦଳ ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହା ପରେ ଦଳ ୧୪ ଅକ୍ଟୋବରରେ ଅହମ୍ମଦାବାଦ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଖେଳିବ ।

ପୁଣେ ଗ୍ରାଉଣ୍ଡରେ ବାଂଲାଦେଶ ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଚତୁର୍ଥ ମ୍ୟାଚ୍ ଖେଳିବ । ଧର୍ମଶାଳା ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ମ୍ୟାଚ୍ ଓ ଏହା ପରେ ଭାରତୀୟ ଦଳକୁ ଲକ୍ଷ୍ନୈର ଏକାନା ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପଡିବ । ଏଥି ସହିତ ଭାରତୀୟ ଦଳ ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ପଡ଼ିଆରେ ରାଉଣ୍ଡ ରୋବିନ ପର୍ଯ୍ୟାୟର ଶେଷ ୩ଟି ମ୍ୟାଚ୍ ଖେଳିବ ।

ଏହି ତାରିଖଗୁଡ଼ିକରେ ଭାରତୀୟ ଦଳ ମ୍ୟାଚ୍ ପାଇଁ ଟିକେଟ୍ ବୁକ୍ କରିପାରିବେ
ଅଗଷ୍ଟ ୨୫ - ଭାରତ ବ୍ୟତୀତ ସମସ୍ତ ୱାର୍ମ ଅପ୍ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ
ଅଗଷ୍ଟ ୩୦ - ଭାରତୀୟ ଦଳର ଗୁଆହାଟି ଓ ତ୍ରିଭେନ୍ଦ୍ରମ୍ ମ୍ୟାଚ୍ ପାଇଁ ଅନ୍ଲାଇନ୍ ଟିକେଟ୍ ବୁକିଂ କରିପାରିବେ
ଅଗଷ୍ଟ ୩୧ - ଭାରତୀୟ ଦଳର ଚେନ୍ନାଇ, ଦିଲ୍ଲୀ ଓ ପୁଣେ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ
ସେପ୍ଟେମ୍ବର ୧ - ଭାରତୀୟ ଦଳର ଧର୍ମସାଳା, ଲକ୍ଷ୍ନୈ ଓ ମୁମ୍ବାଇ ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ
ସେପ୍ଟେମ୍ବର ୨ - ଭାରତୀୟ ଦଳର ବେଙ୍ଗାଲୁରୁ ଓ କୋଲକାତା ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ
ସେପ୍ଟେମ୍ବର ୩ - ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳର ମ୍ୟାଚ୍ ପାଇଁ ଅନଲାଇନ୍ ଟିକେଟ୍ ବୁକିଂ କରିପାରିବେ
ସେପ୍ଟେମ୍ବର ୧୫ - ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ବୁକିଂ କରିପାରିବେ

ଏହା ବି ପଢ଼ନ୍ତୁ: ODI World Cup 2023: ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ରହିଛି ଏହି ବଡ଼ ସମସ୍ୟା; ନିଜେ ରୋହିତ ଶର୍ମା କଲା ଖୁଲାସା

ଏହା ବି ପଢ଼ନ୍ତୁ: Indian Team's Jersey: ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଜର୍ସିରେ ଲେଖାଯିବ ପାକିସ୍ତାନର ନାମ, ଜାଣନ୍ତୁ ଏହା କାହିଁକି ହେବ?