Advertisement
Article Detail0/zeeodisha/odisha2111005
Zee OdishaOdisha SportsBajrang Punia: ଆନ୍ଦୋଳନକୁ ଓହ୍ଲାଇବେ କୁସ୍ତିଯୋଦ୍ଧା, ସୋସିଆଲ ମିଡ଼ିଆରେ ସୂଚନା ଦେଲେ ବଜରଙ୍ଗ

Bajrang Punia: ଆନ୍ଦୋଳନକୁ ଓହ୍ଲାଇବେ କୁସ୍ତିଯୋଦ୍ଧା, ସୋସିଆଲ ମିଡ଼ିଆରେ ସୂଚନା ଦେଲେ ବଜରଙ୍ଗ

ନୂଆଦିଲ୍ଲୀ: ଏମଏସପି ସମେତ ଅନେକ ପ୍ରସଙ୍ଗ ଦାବି କରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ। ଆଜି କୃଷକ ଆନ୍ଦୋଳନର ଦ୍ୱିତୀୟ ଦିନ। ଦିଲ୍ଲୀ ଆଡ଼କୁ ଯିବା ପାଇଁ କୃଷକମାନେ ସେମାନଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି, ତଥାପି ବହୁଳ ପୋଲିସ ବ୍ୟାରିକେଡିଂ ଏବଂ ଲୁହବୁହା ଗ୍ୟାସ ଗୁଳି ଲଗାତାର ଚାଷୀଙ୍କ ପାଇଁ ବାଧା ସୃଷ୍ଟି କରୁଛି।

Bajrang Punia: ଆନ୍ଦୋଳନକୁ ଓହ୍ଲାଇବେ କୁସ୍ତିଯୋଦ୍ଧା, ସୋସିଆଲ ମିଡ଼ିଆରେ ସୂଚନା ଦେଲେ ବଜରଙ୍ଗ

Bajrang Punia: ନୂଆଦିଲ୍ଲୀ: ଏମଏସପି ସମେତ ଅନେକ ପ୍ରସଙ୍ଗ ଦାବି କରି କୃଷକମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି କୃଷକ। ଆଜି କୃଷକ ଆନ୍ଦୋଳନର ଦ୍ୱିତୀୟ ଦିନ। ଦିଲ୍ଲୀ ଆଡ଼କୁ ଯିବା ପାଇଁ କୃଷକମାନେ ସେମାନଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି, ତଥାପି ବହୁଳ ପୋଲିସ ବ୍ୟାରିକେଡିଂ ଏବଂ ଲୁହବୁହା ଗ୍ୟାସ ଗୁଳି ଲଗାତାର ଚାଷୀଙ୍କ ପାଇଁ ବାଧା ସୃଷ୍ଟି କରୁଛି। ଏହାରି ମଧ୍ୟରେ କୁସ୍ତିଯୋଦ୍ଧା ମଧ୍ୟ ବଡ଼ଧରଣର ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡ଼ିଛି। 

ଏନେଇ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବୁଧବାର ଏକ ଭିଡ଼ିଓ ଜାରି କରି ଆନ୍ଦୋଳନକୁ ନେଇ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ବଜରଙ୍ଗ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି କି ଆମ ସହିତ ଜଡିତ ଥିବା ସମସ୍ତ ସଂଗଠନ, କୃଷକ ସଂଗଠନ ହେଉ, ଖାପ ପଞ୍ଚାୟତ, ଶ୍ରମ ସଂଗଠନ କିମ୍ବା ମହିଳା ସଂଗଠନ, ଆମ ସହ ଜଡିତ ସମସ୍ତ ସଂଗଠନ ସହ କଥା ହେବା ପରେ ଆମେ ଶୀଘ୍ର ନିଷ୍ପତ୍ତି ନେବୁ ଏବଂ ମୁଁ ସରକାରଙ୍କୁ ନିବେଦନ କରିବି ଯେ ଆମକୁ ଏତେ ବାଧ୍ୟ କରିବା ଉଚିତ୍ ନୁହେଁ ଯେ ଖେଳାଳିମାନଙ୍କୁ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିବ। 

ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ତରଫରୁ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ଉପରୁ ବ୍ୟାନ  ହଟାଇବା ପରେ ବଜରଙ୍ଗ ପୁନିଆ ନିଲମ୍ବିତ ଡବ୍ଲୁଏଫ୍ଆଇ ସଭାପତି ସଞ୍ଜୟ ସିଂଙ୍କ ଉପରେ ଆକ୍ରାମକ ଅଭିଯୋଗ ଆଣିଛନ୍ତି। ଏହି ଭିଡିଓରେ ବଜରଙ୍ଗ ସଞ୍ଜୟ ସିଂଙ୍କ ଉପରେ ଅଭିଯୋଗ କରିଛନ୍ତି ଏବଂ ଏକ ବଡ ଅଲ୍ଟିମେଟମ ଦେଇଛନ୍ତି। ପୂର୍ବତନ ଡବ୍ଲୁଏଫଆଇ ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଅଭିଯୋଗ ଆଣିଥିବା ରେସଲର ବଜରଙ୍ଗ ପୁନିଆ ସୋସିଆଲ ମିଡିଆରେ ଏହି ଭିଡିଓ ମାଧ୍ୟମରେ ସଞ୍ଜୟ ସିଂଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ବଜରଙ୍ଗ ଅଭିଯୋଗ କରିଛନ୍ତି ଯେ ସଞ୍ଜୟ ସିଂ UWW ସହିତ ବ୍ୟବସ୍ଥା କରି WFI ରୁ ଏହି ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ଏପରିକି ସଞ୍ଜୟ ସିଂ ପୁନର୍ବାର ସଭାପତି ହେବେ ବୋଲି ବଜରଙ୍ଗ ଦାବି କରିଛନ୍ତି।

Add Zee News as a Preferred Source
About the Author