World Cup 2023: କେଉଁ ହୋଟେଲରେ ରହୁଛନ୍ତି ପାକିସ୍ତାନର ଟିମ୍? ଖେଳାଳିମାନଙ୍କ ପାଇଁ କ'ଣ ସବୁ ରହିଛି ସୁବିଧା, ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha1891580

World Cup 2023: କେଉଁ ହୋଟେଲରେ ରହୁଛନ୍ତି ପାକିସ୍ତାନର ଟିମ୍? ଖେଳାଳିମାନଙ୍କ ପାଇଁ କ'ଣ ସବୁ ରହିଛି ସୁବିଧା, ଦେଖନ୍ତୁ ଭିଡିଓ

ODI World Cup 2023: ବୁଧବାର ଦିନ ପାକିସ୍ତାନର ଦଳ ଭାରତରେ ପହଞ୍ଚିଛି । ହାଇଦ୍ରାବାଦ ବିମାନବନ୍ଦରରେ ପାକିସ୍ତାନୀ ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ଆସନ୍ତୁ ଜାଣିବା କେଉଁ ହୋଟେଲରେ ପାକିସ୍ତାନ ଦଳର ଖେଳାଳୀ ମାନେ ରହିଛନ୍ତି ଓ ଏଥିରେ କ'ଣ କ'ଣ ସୁବିଧା ରହିଛି ।

 

Babar Azam (ସୌ: ସୋସିଆଲ ମିଡିଆ)

ODI World Cup 2023: ପାକିସ୍ତାନର ଦଳ ବିଶ୍ୱକପ୍ ୨୦୨୩ ଖେଳିବା ପାଇଁ ଭାରତରେ ପହଞ୍ଚିଛି । ଗତକାଲି (ବୁଧବାର ଦିନ)  ରାତିରେ ପାକିସ୍ତାନୀ କ୍ରୀକେଟ୍ ଟିମକୁ ହାଇଦ୍ରାବାଦରେ ଜୋରଦାର ଭାବରେ ସ୍ୱାଗତ କରାଯାଇଥିଲା । ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଫୋନରେ ଫଟୋ ଉଠାଉଥିବା ନଜର ଆସିଥିଲେ । ଏହି ସମୟ ମଧ୍ୟରେ ହାଇଦ୍ରାବଦ ବିମାନବନ୍ଦର ବହୁତ ଜନଗହଳୀ ଥିଲା । ଭାରତର ଅତିଥି ସତ୍କାର ଦ୍ୱାରା ପାକିସ୍ତାନ ଦଳ ମଧ୍ୟ ବହୁତ ଖୁସି ନଜର ଆସିଥିଲେ । ଭାରତରେ ପଡ଼ୋଶୀ ଦେଶର ସମସ୍ତ ଖେଳାଳୀଙ୍କୁ ଏକ ଗାମୁଛା ଦିଆଯାଇ ସ୍ୱାଗତ କରାଯାଇଥିଲା ।

ଜାଣନ୍ତୁ କେଉଁ ହୋଟେଲରେ ରହୁଛନ୍ତି ପାକିସ୍ତାନ ଟିମ୍
ପାକିସ୍ତାନର ଦଳ ଭାରତ ପହଞ୍ଚିବା ପରେ ବହୁତ ଖୁସି ଦେଖାଯାଉଥିଲା । ଏହା ସମେତ ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ନଜର ଆସିଥିଲେ । ବିମାନ ବନ୍ଦରରେ ଉହ୍ଲାଇବା ପରେ, ସମସ୍ତ ଖେଳାଳିଙ୍କୁ ବସ୍ ଦ୍ୱାରା ହୋଟେଲକୁ ନିଆ ଯାଇଥିଲା । ବାବର ଟିମର ସବୁ ଖେଳାଳି ମାନେ ଚଳିତ ବର୍ଷର ବିଶ୍ୱକପକୁ ନିଜ ନାମରେ କରିବା ପାଇଁ ଭାରତରେ ପହଞ୍ଚିଛନ୍ତି । ପାକିସ୍ତାନ ଟିମ୍ ରହିବା ପାଇଁ 'ପାର୍କ ହୟାତ୍ ହାଇଦ୍ରାବାଦ' ହୋଟେଲରେ ସବୁ ବ୍ୟବସ୍ଥା କରାଯାଇଛି । ସମସ୍ତ ପ୍ରକାରର ସୁବିଧା ଏଠାରେ ଥିବା ସମସ୍ତ ଖେଳାଳିଙ୍କୁ ପ୍ରଦାନ କରାଯିବ । ହୋଟେଲର ସୁଇମିଙ୍ଗ ପୁଲ୍, ଜିମ୍ ସମେତ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ରହିଛି । PCB ଏହାର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ପାକିସ୍ତାନୀ ଖେଳାଳୀଙ୍କୁ ଆଗମନ ପରେ ସେଠାରେ କିପରି ସ୍ୱାଗତ କରାଯାଉଛି ତାହା ଦେଖୁବାକୁ ମିଳିଛି ।

୨୯ ସେପ୍ଟେମ୍ବରରେ ନିଜର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳିବ ପାକିସ୍ତାନ
କହିରଖୁଛୁ ଯେ ପାକିସ୍ତାନ ନିଜର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ୨୯ ସେପ୍ଟେମ୍ବରରେ ନ୍ୟୁଜିଲ୍ୟାଣ୍ଡ ଦଳ ସହିତ ଖେଳିବ । ପାକିସ୍ତାନ ଏହି ମ୍ୟାଚକୁ ଜିତି ନିଜକୁ ବିଶ୍ୱ କପ୍ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟର ଏକ ବଡ଼ ଶକ୍ତିଶାଳୀ ଟିମ୍ ଭାବେ ପ୍ରଦର୍ଶିତ କରିବ । ୱାର୍ମ-ଅପ୍ସ ମ୍ୟାଚ୍ ପରେ ବିଶ୍ୱକପର ଆରମ୍ଭ ୫ ଅକ୍ଟୋବରରୁ ଆରମ୍ଭ ହେବ । ବିଶ୍ୱକପର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଯାଉଛି । ଏହା ସମେତ ଭାରତ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ବିଶ୍ୱକପତ୍ରର ପ୍ରଥମ ମ୍ୟାଚ୍ ଖେଳିବ । ଏହା ସହିତ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ୧୪ ଅକ୍ଟୋବରରେ ହେବ ।