Year 2022: କେଉଁ ଫର୍ମାର୍ଟରେ କିପରି ଥିଲା ଭାରତୀୟ ଦଳର ପ୍ରଦର୍ଶନ? କିଏ କରିଛନ୍ତି ସର୍ବାଧିକ ରନ? କିଏ ନେଇଛନ୍ତି ସର୍ବାଧିକ ୱିକେଟ?
Advertisement
Article Detail0/zeeodisha/odisha1501375

Year 2022: କେଉଁ ଫର୍ମାର୍ଟରେ କିପରି ଥିଲା ଭାରତୀୟ ଦଳର ପ୍ରଦର୍ଶନ? କିଏ କରିଛନ୍ତି ସର୍ବାଧିକ ରନ? କିଏ ନେଇଛନ୍ତି ସର୍ବାଧିକ ୱିକେଟ?

Indian Cricket Team:  ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୨। ହେଲେ ବିଦାୟ ନେବାକୁ ଯାଉଥିବା ବର୍ଷରେ ଭାରତୀୟ ଦଳର ପ୍ରଦର୍ଶନ କିପରି ରହିଛି ତାହା ଉପରେ ପକାନ୍ତୁ ନଜର।  

Year 2022: କେଉଁ ଫର୍ମାର୍ଟରେ କିପରି ଥିଲା ଭାରତୀୟ ଦଳର ପ୍ରଦର୍ଶନ? କିଏ କରିଛନ୍ତି ସର୍ବାଧିକ ରନ? କିଏ ନେଇଛନ୍ତି ସର୍ବାଧିକ ୱିକେଟ?

Team India Perfomance in 2022: ବିଦାୟ ନେବାକୁ ଯାଉଛି ବର୍ଷ ୨୦୨୨। ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଡିସେମ୍ବର ୨୫ ତାରିଖ ରବିବାର ମିରପୁର ଶେର-ଇ-ବଙ୍ଗଳା ଜାତୀୟ ଷ୍ଟାଡିୟମ ଠାରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମୁକାବିଲାରେ ଭାରତୀୟ ଦଳ ବିଜୟ ସହ ଏହାର ଅଭିଯାନକୁ ସମାପ୍ତ କରିଛି।

ଚଳିତ ବର୍ଷ ଭାରତୀୟ ଦଳ ଶ୍ରୀଲଙ୍କା, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚେଷ୍ଟ ମ୍ୟାଚରେ ୪ ଥର ବିଜୟ ହାସଲ କରିଛି। ହେଲେ ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। 

ସେହିପରି T20 ବର୍ଗରେ ଭାରତୀୟ ଦଳ ମୋଟ ୪୦ ମ୍ୟାଚ ଖେଳିଥିଲା। ଯାହା ମଧ୍ୟରେ ୟୁଏଇ ଠାରେ ଆୟୋଜିତ ହୋଇଥିବା ଏସିଆ କପ୍-୨୦୨୨ ଏବଂ ଅଷ୍ଟ୍ରେଲିଆ ଠାରେ ଆୟୋଜିତ T-20 ବିଶ୍ୱକପ୍ ୨୦୨୨ ସାମିଲ ରହିଛି। ୱେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାରେ ସର୍ବାଧିକ ବିଜୟ ପଞ୍ଜିକରଣ କରି ଆଠଟି ମ୍ୟାଚ୍‌ରେ ସାତ ଥର ବିଜୟୀ ହୋଇଛି ଭାରତ। ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସବୁଠାରୁ ଖରାପ ରେକର୍ଡ ଆସିଥିଲା। କାରଣ ଚଳିତ ବର୍ଷ ଶତକଡ଼ା ୫୦% ବିଜୟ ପଞ୍ଜୀକରଣ କରିଥିଲା ଦଳ। ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏକ ମ୍ୟାଚ ଡର୍କ ୱର୍ଥ ଲୁଇସ ନିୟମ ଅନୁସାରେ ଟାଇ ରହିଥିଲା। 

ସେହିପରି ୫୦ ଓଭର ବିଶିଷ୍ଟ ଦିନିକିଆ ବର୍ଗରେ ଚଳିତ ବର୍ଷ ଭାରତୀୟ ଦଳ ମୋଟ ୨୪ ମ୍ୟାଚ ଖେଳିଥିଲା। ଏହା ମଧ୍ୟରୁ ୧୪ ମ୍ୟାଚରେ ଦଳକୁ ବିଜୟ ମିଳିଥିବା ବେଳେ ୮ ମ୍ୟାଚରେ ପରାଜୟ ବରଣ କରିବାକୁ ପଡ଼ିଛି। ସେହିପରି ଦୁଇଟି ମ୍ୟାଚର କୌଣସି ଫଳାଫଳ ଆସିନଥିଲା। ସେହିପରି ଗତ ନଭେମ୍ବର ଏବଂ ଚଳିତ ଡିସେମ୍ବର ମାସରେ ଖେଳାଯାଇ ମ୍ୟାଚରେ ଭାରତୀୟ ଦଳକୁ ବାଲଂଦେଶ ଏବଂ ନ୍ୟୁଜିଲାଣ୍ଡ ପାଖରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। 

କିଏ କରିଛନ୍ତି ସର୍ବାଧିକ ରନ? କିଏ ନେଇଛନ୍ତି ସର୍ବାଧିକ ୱିକେଟ? 
ପ୍ରାୟ ସାତୋଟି ମ୍ୟାଚ୍ ପାଇଁ ଦଳରେ ସ୍ଥାନ ପାଇଥିବା ଋଷଭ ପନ୍ତ 680 ରନ୍ ସହ ଟେଷ୍ଟ ଫର୍ମାଟରେ ବ୍ୟାଟିଂ ତାଲିକାରେ ଶୀର୍ଷରେ ରହିଛନ୍ତି। ନିଜେ ଖେଳିଥିବା ୧୨ ଇନିଂସରେ ଦୁଇଟି ଶତକ ସହ ଚାରାଟି ଅର୍ଦ୍ଧଶତକ ଅନ୍ତର୍ଭୂକ୍ତ ରହିଛି। ଅନ୍ୟପଟେ ଯଶପ୍ରୀତ ବୁମରା ମାତ୍ର ପାଞ୍ଚଟି ମ୍ୟାଚ୍‌ରେ ୨୨ ୱିକେଟ୍ ହାସଲ କରିଛନ୍ତି। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୫/୨୪। 

ସେହିପରି ଦିନିକିଆ ଫର୍ମାଟରେ ଶ୍ରେୟାସ ଆୟର ୧୭ ମ୍ୟାଚରେ ସ୍ଥାନ ପାଇଥିଲେ। ଯେଉଁଥିରୁ ସେ ହାରାହାରି ୫୫.୬୯ ହାରରେ ୭୨୪ ରନ୍ ହାସଲ କରିବାରେ ସଫଳ ହୋଇଥିଲେ। ଚଳିତ ବର୍ଷ ପାଇଁ ଦିନିକିଆ ଫର୍ମାଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଛନ୍ତି। ଅନ୍ୟପଟେ ମହମ୍ମଦ ସିରାଜ ଚଳିତ ବର୍ଷ ଦିନିକିଆ ଫର୍ମାଟରେ ଦଳ ପାଇଁ ସର୍ବାଧିକ ୱିକେଟ୍ ନେଇଥିଲେ। ମୋଟ ୧୫ ମ୍ୟାଚ ଖେଳି ସିରାଜ ୨୪ ୱିକେଟ୍ ଅକ୍ତିଆର କରିଛନ୍ତି।

ଯଦି T20 ଫର୍ମାଟ କଥା କୁହାଯାଏ ତାହେଲେ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୧୧୬୪ ରନ୍ ସଂଗ୍ରହ କରିଛନ୍ତି। ଚଳିତ ବର୍ଷ ସେ ୩୧ ମ୍ୟାଚ ଖେଳି ୨ ଶତକ ସହ ୯ ଅର୍ଦ୍ଧ ଶତକ ହାସଲ କରିଥିଲେ। ଅନ୍ୟପଟେ ଭୁବନେଶ୍ୱର କୁମାର ଚଳିତ ବର୍ଷ ଦଳ ପାଇଁ ପ୍ରଭାବଶାଳୀ ରହିଥିଲେ। କାରଣ ସେ ମାତ୍ର ୩୧ ଇନିଂସରେ ୩୭ ୱିକେଟ୍ ନେଇଥିଲେ। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୫/୪।