Staircase vastu tips: ସୀଢି ତଳେ ଯଦି ଏଭଳି କିଛି କରୁଛନ୍ତି ତେବେ ସବୁଦିନ ପାଇଁ ଲାଗି ରହିବ ଅଭାବ ଅସୁବିଧା
Advertisement
Article Detail0/zeeodisha/odisha1976981

Staircase vastu tips: ସୀଢି ତଳେ ଯଦି ଏଭଳି କିଛି କରୁଛନ୍ତି ତେବେ ସବୁଦିନ ପାଇଁ ଲାଗି ରହିବ ଅଭାବ ଅସୁବିଧା

  କିଛି ପାରମ୍ପରିକ ନିୟମାନୁସାରେ ପ୍ରତ୍ୟେକ ଘରେ କିଛି ଉର୍ଜା ରହିଥାଏ । ଆଉ ବାସ୍ତୁ ନିର୍ଦ୍ଧାରିତ କରେ ଯେ ସେହି ଉର୍ଜା ସେ ଘରେ ରହୁଥିବା ପରିବାର ସଦସ୍ୟଙ୍କ ପାଇଁ କେମିତି ସକାରାତ୍ମକ ଏବଂ ସନ୍ତୋଷଜନକ ହେବ । ଯଦି ଆପଣ ସ୍ବତନ୍ତ୍ର ଘର ତିଆରି କରୁଛନ୍ତି କିମ୍ବା ଆପଣଙ୍କ ଫ୍ଲାଟ ଭିତରେ ସୀଢ଼ି ଅଛି ତାହେଲେ ସୀଢ଼ି ସହ ଜଡ଼ିତ ବ

SOCIAL MEDIA

Staircase vastu tips: 

କିଛି ପାରମ୍ପରିକ ନିୟମାନୁସାରେ ପ୍ରତ୍ୟେକ ଘରେ କିଛି ଉର୍ଜା ରହିଥାଏ । ଆଉ ବାସ୍ତୁ ନିର୍ଦ୍ଧାରିତ କରେ ଯେ ସେହି ଉର୍ଜା ସେ ଘରେ ରହୁଥିବା ପରିବାର ସଦସ୍ୟଙ୍କ ପାଇଁ କେମିତି ସକାରାତ୍ମକ ଏବଂ ସନ୍ତୋଷଜନକ ହେବ । ଯଦି ଆପଣ ସ୍ବତନ୍ତ୍ର ଘର ତିଆରି କରୁଛନ୍ତି କିମ୍ବା ଆପଣଙ୍କ ଫ୍ଲାଟ ଭିତରେ ସୀଢ଼ି ଅଛି ତାହେଲେ ସୀଢ଼ି ସହ ଜଡ଼ିତ ବାସ୍ତୁ ଉପାୟ ଆପଣଙ୍କ ଘରେ ସନ୍ତୁଳନ ଆଣିହେବ । ଯଦି ଆପଣଙ୍କ ସୀଢ଼ି ବାସ୍ତୁ ନିୟମ ପାଳନ କରୁଛି ତାହେଲେ ଆପଣଙ୍କ ଜୀବନରେ ସମୃଦ୍ଧି ଆସିପାରେ । ଆଉ ଯଦି ସୀଢ଼ିରେ ସମସ୍ୟା ଥାଏ ତାହେଲେ ଆପଣଙ୍କ ଜୀବନରେ ଅସଫଳ ଆସିପାରେ । କିଛି ଲୋକ ଅନେକ ସମୟରେ ସୀଢ଼ି ଘର ତଳେ ଏମିତି କିଛି କରନ୍ତି ଯାହା ବାସ୍ତୁଦୋଷ ସୃଷ୍ଟି କରେ । ଆସନ୍ତୁ ଜାଣିବା ସିଢ଼ୀ ତଳେ କଣ ରଖିବା କଣ ନାହିଁ ।

ସୀଢ଼ି ତଳେ ଶୌଚାଳୟ

ଅଧିକାଂଶ ଲୋକ ସୀଢ଼ି ତଳେ ଶୌଚାଳୟ କରନ୍ତି । ଏହା ବାସ୍ତୁ ଦୋଷ ସୃଷ୍ଟି କରେ । ଏହାଦ୍ବାରା ଘରର ସଦସ୍ୟ ରୋଗରେ ପଡ଼ି ପାରନ୍ତି । ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗିରୁହେ ।

ସୀଢ଼ି ତଳେ ପାଣିର ବ୍ୟବସ୍ଥା

ସୀଢ଼ି ତଳେ ପାଣିର କୌଣସି ଜିନିଷ ରଖନ୍ତୁ ନାହିଁ  । କିଛି ଲୋକ ସୀଢ଼ି ତଳେ ବେସିନ ମଧ୍ୟ ବନାନ୍ତି । ଏହାଦ୍ବାରା ଘରେ ବାସ୍ତୁ ଦୋଷ ରହିଯାଏ । ଏହାସହ ଆକ୍ବାରିୟମ ମଧ୍ୟ ସୀଢ଼ି ତଳେ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଧନ ସଂଚୟ ହୋଇପାରେ ନାହିଁ । ପରିଶ୍ରମ କରି ଅର୍ଜି ଥିବା ଧନ ବ୍ୟର୍ଥରେ ଯାଏ ।

ସୀଢ଼ି ତଳେ ପୂଜା ଘର

ସୀଢ଼ି ତଳେ ପୂଜା ଘର କରିବା ଅଶୁଭ ହୋଇଥାଏ । ବାସ୍ତୁଶାସ୍ତ୍ରରେ ଏହାକୁ ପ୍ରମୁଖ ବାସ୍ତୁ ତୃଟି ବୋଲି କୁହାଯାଏ ।

ସୀଢ଼ି ତଳେ ପଢ଼ା ଘର

କିଛି ଲୋକ ସୀଢ଼ି ତଳେ ପଢ଼ା ଘର କିମ୍ବା କାର୍ଯ୍ୟସ୍ଥଳ କରନ୍ତି । କିନ୍ତୁ ଏଭଳି କରିବା ଦ୍ବାରା ପିଲା ମାନଙ୍କର ପଢ଼ିବାରେ ମନ ଲାଗେ ନାହିଁ । ଏବଂ କାମ ମଧ୍ୟ ଠିକ୍ ଭାବରେ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । ବାସ୍ତୁ ଅନୁସାରେ ସୀଢ଼ି ଘର ତଳେ ବସି କାମ କଲେ ମାନସିକ ଦୁଃଶ୍ଚିନ୍ତା ବଢ଼େ ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)