ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଶିକାରୀ ଗିରଫ
Advertisement
Article Detail0/zeeodisha/odisha2380916

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଶିକାରୀ ଗିରଫ

ଚହଲା ବନ୍ୟପ୍ରାଣୀ ରେଞ୍ଜର ଏକ ଟିମ୍ ପୋରାଗୋଡ଼ା ଫୁଟପାଥ ନିକଟରେ ପାଟ୍ରୋଲିଂ କରି ଜାଣିବାକୁ ପାଇଥିଲେ ଯେ, କିଛିଲୋକ ଅସ୍ତ୍ରଶସ୍ତ୍ର ଧରି ଏସ୍ଟିୁଆରର କୋର ଅଞ୍ଚଳରେ ପ୍ରବେଶ କରିଛନ୍ତି। ଟିମ୍ ଅନୁପ୍ରବେଶକାରୀଙ୍କୁ ପିଛା କରି ମଙ୍ଗଳଙ୍କୁ ଧରିବାରେ ସଫଳ ହୋଇଥିଲା। 

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଶିକାରୀ ଗିରଫ

ମୟୂରଭଞ୍ଜ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସ୍ଟି ଆର)ରେ ବନ ବିଭାଗ କର୍ମଚାରୀମାନେ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି। ଶନିବାର ନିୟମିତ ପାଟ୍ରୋଲିଂ ବେଳେ ଏହି ଗିରଫଦାରୀ ହୋଇଛି। ଅଭିଯୁକ୍ତ ଜଣକ ହେଲେ ୪୩ ବର୍ଷୀୟ ମଙ୍ଗଳ ବନସିଂହ, ତାଙ୍କ ଘର ଜିଲ୍ଲାର ନୁନିଆଗୋଡ଼ା ଗ୍ରାମରେ। 

ସୂଚନା ମୁତାବକ, ଚହଲା ବନ୍ୟପ୍ରାଣୀ ରେଞ୍ଜର ଏକ ଟିମ୍ ପୋରାଗୋଡ଼ା ଫୁଟପାଥ ନିକଟରେ ପାଟ୍ରୋଲିଂ କରି ଜାଣିବାକୁ ପାଇଥିଲେ ଯେ, କିଛିଲୋକ ଅସ୍ତ୍ରଶସ୍ତ୍ର ଧରି ଏସ୍ଟିୁଆରର କୋର ଅଞ୍ଚଳରେ ପ୍ରବେଶ କରିଛନ୍ତି। ଟିମ୍ ଅନୁପ୍ରବେଶକାରୀଙ୍କୁ ପିଛା କରି ମଙ୍ଗଳଙ୍କୁ ଧରିବାରେ ସଫଳ ହୋଇଥିଲା। ତାଙ୍କ ନିକଟରୁ ଗୋଟିଏ ଧନୁ, ତିନିଟି ତୀର ଓ ରନ୍ଧା ଚାଉଳ ଭର୍ତ୍ତି ବ୍ୟାଗ୍ ଜବତ କରାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

Also Read- ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଗଣମାଧ୍ୟମ ଚଳଚଞ୍ଚଳ, ୪-୫ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବାଚନ

Also Read- ଡାକ୍ତରଙ୍କୁ ଅପସନ୍ଦ ଏମ୍ସ : ୩ ବର୍ଷରେ ୪୨୨ ଡାକ୍ତରଙ୍କ ଇସ୍ତଫା, ଭୁବନେଶ୍ୱରରୁ ସର୍ବାଧିକ ୩୭