ବିହାର ରାଜଧାନୀରେ ଅଘଟଣ, ଟନେଲ ଦୁର୍ଘଟଣାରେ ୨ ଓଡ଼ିଆ ମୃତ
Advertisement
Article Detail0/zeeodisha/odisha2493759

ବିହାର ରାଜଧାନୀରେ ଅଘଟଣ, ଟନେଲ ଦୁର୍ଘଟଣାରେ ୨ ଓଡ଼ିଆ ମୃତ

ପାଟନାରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ । ଏଥିସହ ଆହତ ହୋଇଥିବା ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

ବିହାର ରାଜଧାନୀରେ ଅଘଟଣ, ଟନେଲ ଦୁର୍ଘଟଣାରେ ୨ ଓଡ଼ିଆ ମୃତ

ଭୁବନେଶ୍ୱର: ପାଟନାରେ ମେଟ୍ରୋ ଟନେଲ ନିର୍ମାଣ ଚାଲିଥିବା ସମୟରେ ଦୁର୍ଘଟଣା ଘଟିଛି । ଫଳରେ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ଏଥିସହ ଦୁର୍ଘଟଣାରେ ୮ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଆହତଙ୍କ ମଧ୍ୟରେ ୬ଜଣ ଓଡ଼ିଆ ରହିଥିବା ସୂଚନା ମିଳିଛି । ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ପାଟନାରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ । ଏଥିସହ ଆହତ ହୋଇଥିବା ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

ମିଳିଥିବା ସୂଚନା ମୁତାବକ, ସୋମବାର ଦିନ ପାଟନାରେ ଏନଆଇଟି ଟର୍ଣ୍ଣର ଏଗ୍‌ଜିଟ୍‌ ପଏଣ୍ଟ ନିକଟ ମେଟ୍ରୋ ଟନେଲରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନେ ନାଇଟ୍ ସିଫ୍ଟରେ ଟନେଲ ମଧ୍ୟରେ କାମ କରୁଥିବା ସମୟରେ ଏକ ଲୋକୋ ପିକଅପ୍ ମେସିନର ବ୍ରେକ୍ ଫେଲ୍‌ ହୋଇଯାଇଥିଲା। ଫଳରେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଅନେକ ଶ୍ରମିକଙ୍କ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ମେସିନ ତଳେ ଚାପି ହେବା କାରଣରୁ ୨ ଜଣ ଶ୍ରମିକ ଜୀବନ ଯାଇଛି । ଏଥିସହ ମୋଟ ୮ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

Also Read- ଜାଣନ୍ତୁ ବାଣ ଫୁଟାଇବା ବେଳେ କିଭଳି ରହିବେ ସୁରକ୍ଷିତ, କଣ କହୁଛନ୍ତି ଡାକ୍ତର

Also Read- ଲିଙ୍ଗରାଜ ମନ୍ଦିରରେ ଶିଳ୍ପା ଫଟୋ ଉଠାଇବା ମାମଲା: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ