ଏହି ନୋଟିସର ଜବାବ ଆଗାମୀ ୭ ଦିନ ମଧ୍ୟରେ ରଖିବାକୁ କୁହାଯାଇଛି। କେଉଁ ପରିସ୍ଥିତିରେ ଓ କିଭଳି ନିୟମ ବିରୋଧରେ ଯାଇ ସଂପୃକ୍ତ ସେବାୟତ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇଲେ ତାର ତଦନ୍ତ ବି ହେବ ।
Trending Photos
ଭୁବନେଶ୍ୱର: ଗତକାଲି ଲିଙ୍ଗରାଜ ମନ୍ଦିର ମଧ୍ୟରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଏହି ମାମଲାରେ ଆଜି ଶିଳ୍ପାଙ୍କ ସହିତ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏନେଇ ଅତିରିକ୍ତ ଜିଲ୍ଲାପାଳ ସ୍ପଷ୍ଟ ସୂଚନା ଦେଇଛନ୍ତି।
ଏହି ନୋଟିସର ଜବାବ ଆଗାମୀ ୭ ଦିନ ମଧ୍ୟରେ ରଖିବାକୁ କୁହାଯାଇଛି। କେଉଁ ପରିସ୍ଥିତିରେ ଓ କିଭଳି ନିୟମ ବିରୋଧରେ ଯାଇ ସଂପୃକ୍ତ ସେବାୟତ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇଲେ ତାର ତଦନ୍ତ ବି ହେବ । ବାରମ୍ବାର ଏଭଳି ଘଟଣା ଘଟୁଛି । ଆଗକୁ ଏମିତି ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ନିୟମକୁ କଡ଼ାକଡ଼ି କରାଯିବ ବୋଲି ଏଡିଏମ୍ କହିଛନ୍ତି ।
ସେପଟେ ଏହି ଘଟଣାକୁ ନେଇ ବିଧାୟକ ବାବୁ ସିଂହ ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହା ଏକ ଗୁରୁତର ତ୍ରୁଟି । ଏଭଳି ଭୁଲ ବାରମ୍ବାର ହେଉଛି । ଖୋଦ୍ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କ୍ୟାମେରା ଟିମଙ୍କୁ ବାହାରେ ରଖାଗଲା। ଲିଙ୍ଗରାଜ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ କେଉଁ ପର୍ଯ୍ୟନ୍ତ କ୍ୟାମେରା ଯାଇପାରିବ ସେନେଇ ସ୍ୱତନ୍ତ୍ର ନିୟମ ଅଛି। ଯେଉଁମାନେ ନିୟମଉଲଂଘନ କରିଛନ୍ତି, ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ପାଇଁ ଚିଠି ଲେଖାଯିବ ବୋଲି ବାବୁ ସିଂ କହିଛନ୍ତି।
Also read - Mangal Gochar 2024: ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ, ଦୀପାବଳିରେ ସତର୍କ ରୁହନ୍ତୁ ୩ ରାଶି
Also read - Mercury Transit 2024: ଲକ୍ଷ୍ମୀନାରାୟଣ ରାଜଯୋଗ, କେଉଁ ରାଶିରେ କି ପ୍ରଭାବ, ଜାଣନ୍ତୁ...