Gajapati News: ପଥର ବ୍ଲାଷ୍ଟିଂ ବେଳେ ଅଘଟଣ , ଚାପି ହୋଇ ମାମୁଁ- ଭଣଜା ମୃତ
Advertisement

Gajapati News: ପଥର ବ୍ଲାଷ୍ଟିଂ ବେଳେ ଅଘଟଣ , ଚାପି ହୋଇ ମାମୁଁ- ଭଣଜା ମୃତ

Gajapati News: ପଥର ବ୍ଲାଷ୍ଟିଙ୍ଗ (stone blasting)ବେଳେ ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି(Gajapati) ଜିଲ୍ଲା ମୋହନା ଥାନା ବନ୍ଧଗୁଡା କ୍ରସର ନିକଟରେ । ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଶ୍ରମିକ ସମ୍ପର୍କରେ ମାମୁ ଓ ଭଣଜା ହେବେ ବୋଲି ସୂଚନା ମିଳିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Gajapati News: ପଥର ବ୍ଲାଷ୍ଟିଙ୍ଗ (stone blasting)ବେଳେ ପଥର ତଳେ ଚାପି ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି(Gajapati) ଜିଲ୍ଲା ମୋହନା ଥାନା ବନ୍ଧଗୁଡା କ୍ରସର ନିକଟରେ । ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଝରେଡି ରାଧା ଗୋବିନ୍ଦପୁର ଗାଁର ନାରାୟଣ ନାହାକ ଓ ମଧୁରଚୁଆ ଗାଁର ବିଷ୍ଣୁ ପ୍ରସାଦ ନୟକ ବୋଲି ଜଣାପଡିଛି।  ମୃତ୍ୟୁ ବରଣ କରିଥିବା ଦୁଇ ଜଣ ଶ୍ରମିକ ସମ୍ପର୍କରେ ମାମୁ ଓ ଭଣଜା ହେବେ ବୋଲି ସୂଚନା ମିଳିଛି (2 workers killed in stone blasting)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି । ପଥର ବ୍ଲାଷ୍ଟିଂ ( stone blasting)ପରେ ଏକ ବିଶାଳ ପଥର ୨ ଜଣଙ୍କ ଉପରେ ଚାପି ହୋଇ ଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି । ତେବେ, ଉଭୟଙ୍କ ପତ୍ତା ଏ ଯାଏଁ ମିଳିନି।

Also Read: Weather Update: ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ! ସତର୍କ କରାଇଲା ପାଣିପାଗ ବିଭାଗ

Also Read: Dengue: ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗୀନ୍, ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ସୂଚନା ଅନୁସାରେ, ଗଜପତି ଜିଲ୍ଲା ମୋହନା ଥାନା ବନ୍ଧଗୁଡା କ୍ରସର ନିକଟରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ ଟାରେ ପଥର ବ୍ଲାଷ୍ଟି ଚାଲିଥିଲା। ଏହି ସମୟରେ ଉଭୟ ମାମୁ ଭଣଜା ଏକ ବଡ଼ ପଥର ପଛ ପଟେ ବସି ବ୍ଲାଷ୍ଟିଂ ପରିଚାଳନା କରୁଥିଲେ । ବ୍ଲାଷ୍ଟିଂ ପରେ ଏକ ବିଶାଳ ପଥର ଦୁଇ ଜଣଙ୍କ ଉପରେ ଚାପି ହୋଇଯାଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏବେବି ଉଭୟ ମାମୁ ,ଭଣଜା ପଥର ତଳେ ଚାପି ହୋଇ ରହିଥିବା ଜଣାପଡି଼ଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ପଥର କ୍ରସର ଭିତରୁ ଖୋଜୁଛି ପୋଲିସ୍ । କିନ୍ତୁ ଏ ଯାଏଁ ୨ ମୃତଦେହର ପତ୍ତା ମିଳିନି।