West Bengal News: ପଶ୍ଚିମବଙ୍ଗରେ ୩୦୦ ଓଡି଼ଆଙ୍କୁ ଆକ୍ରମଣ ଅଭିଯୋଗ
Advertisement
Article Detail0/zeeodisha/odisha2383084

West Bengal News: ପଶ୍ଚିମବଙ୍ଗରେ ୩୦୦ ଓଡି଼ଆଙ୍କୁ ଆକ୍ରମଣ ଅଭିଯୋଗ

West Bengal News: ପଶ୍ଚିମବଙ୍ଗରେ ଓଡ଼ିଆଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗରେ ଅଟକ ଥିବା ଓଡ଼ିଆ ଲୋକେ ବିଶେଷକରି ବାଲେଶ୍ବର ଓ ମୟୂରଭଂଜ ଅଞ୍ଚଳର ହୋଇଥିବା ଜଣାପଡିଛି। 

West Bengal News: ପଶ୍ଚିମବଙ୍ଗରେ ୩୦୦ ଓଡି଼ଆଙ୍କୁ ଆକ୍ରମଣ ଅଭିଯୋଗ

West Bengal News: ପଶ୍ଚିମବଙ୍ଗରେ ଓଡ଼ିଆଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗରେ ଅଟକ ଥିବା ଓଡ଼ିଆ ଲୋକେ ବିଶେଷକରି ବାଲେଶ୍ବର ଓ ମୟୂରଭଂଜ ଅଞ୍ଚଳର ହୋଇଥିବା ଜଣାପଡିଛି। ଏ-ମାନେ ସମସ୍ତେ କବିରାଜ ଚିକିତ୍ସା ନେବା ପାଇଁ ଯାଇଥିବା ବେଳେ ସେମାନେ ସେଠାରେ ଫସିଥିବା ଜଣାପଡିଛି। ଫସିଥିବା ଲୋକେଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି କହିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ। 

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ କେଶପୁର ଅଞ୍ଚଳରେ ରହିଛନ୍ତି ଜଣେ ବାବା । ଯାହାଙ୍କ ପାଖକୁ ଲୋକେ କବିରାଜି ଚିକିତ୍ସା ପାଇଁ ଯାଇଥାଆନ୍ତି। ଏହି କ୍ରମରେ  ବାଲେଶ୍ବର ଓ ମୟୂରଭଂଜ ଅଞ୍ଚଳରୁ କିଛି ଲୋକେ ସେଠାକୁ ଯାଇଥିଲେ। ହେଲେ ଦୁଇଦିନ ତଳେ ଯାଇଥିବା ଲୋକମାନଙ୍କୁ ପଶ୍ଚିମବଙ୍ଗରେ କିଛି ଭିନ୍ନ ସମ୍ପ୍ରଦାୟର ଲୋକମାନେ ଓଡ଼ିଆମାନଙ୍କୁ ଅଟକାଇଛନ୍ତି । ଏବଂ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।  ଏ-ହି ଘଟଣାଟିର ବାଂଲାଦେଶ ଘଟଣା ସହିତ ସମ୍ପର୍କ ରହିଛି ବୋଲି ଚର୍ଚ୍ଚା ହେଉଛି।  ସେମାନେ ଓଡି଼ଶାକୁ ପେରିବା ବେଳେ ସେମାନଙ୍କ ଗାଡିକୁ ଅଟକା ଯାଇ ଆକ୍ରମଣ ହୋଇଥିବା ଜଣାପଡିଛି। ତେବେ, ତାଜା ସୂଚନା ମୁତାବକ, ସ୍ବତନ୍ତ୍ର ବସ୍ ଯୋଗେ ଏମାନେ ସମସ୍ତେଘରକୁ ଫେରୁଛନ୍ତି ବୋଲି ଜଣାପଡିଛି।