Advertisement
Article Detail0/zeeodisha/odisha2546209

Subhadra Yojana: ସୁଭଦ୍ରା ଟଙ୍କା ନ ମିଳିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ମହିଳା, ଆଉ ତା ପରେ...

Odisha News: ସୁଭଦ୍ରା ଟଙ୍କା ନ ମିଳିବାରୁ ଅଙ୍ଗନବାଡ଼ି କର୍ମୀ ଙ୍କୁ ଖୁଣ୍ଟରେ ବାନ୍ଧିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ରାଜରାସ୍ତା ଉପରେ ବସିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସରକାର ଯଥା ଶିଘ୍ର ସୁଭଦ୍ରା ଟଙ୍କା ପ୍ରଦାନ କରନ୍ତୁ ବୋଲି ଏକା ଜିଦ୍ ରେ ଅଟଳ ରହିଲେ ଶତାଧିକ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।

Subhadra Yojana: ସୁଭଦ୍ରା ଟଙ୍କା ନ ମିଳିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ମହିଳା, ଆଉ ତା ପରେ...

(ଗଜପତି, ପ୍ରେମାନନ୍ଦ ପୂଜାରୀ) Odisha News: ସୁଭଦ୍ରା ଟଙ୍କା ନ ମିଳିବାରୁ ଅଙ୍ଗନବାଡ଼ି କର୍ମୀ ଙ୍କୁ ଖୁଣ୍ଟରେ ବାନ୍ଧିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ରାଜରାସ୍ତା ଉପରେ ବସିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସରକାର ଯଥା ଶିଘ୍ର ସୁଭଦ୍ରା ଟଙ୍କା ପ୍ରଦାନ କରନ୍ତୁ ବୋଲି ଏକା ଜିଦ୍ ରେ ଅଟଳ ରହିଲେ ଶତାଧିକ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।

ଗଜପତି ଜିଲ୍ଲାର ରାୟଗଡ ବ୍ଳକରେ ସୁଭଦ୍ରା ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ପ୍ରାପ୍ୟ ପାଇବାରୁ ବଞ୍ଚିତ ଅଛନ୍ତି। ସେହିଭଳି ରାୟଗଡ ବ୍ଳକର ହାତୀବାଡ଼ି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ସୁଭଦ୍ରା ଟଙ୍କା ଏ ଯାଏଁ ମିଳିନଥିବା ଅଭିଯୋଗ ହୋଇଆସୁଥିଲା । ଉକ୍ତ ଯୋଜନାରୁ ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ପାଇଁ ସମସ୍ତ ପ୍ରକାରର ପ୍ରଚେଷ୍ଟା କରିବା ପରେ ମଧ୍ୟ ଖାତାକୁ ଟଙ୍କା ନ ଆସିବାରୁ ଏଭଳି ନିର୍ଣ୍ଣାୟକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାରମ୍ବାର ଅଭିଯୋଗ ସତ୍ବେ କୈାଣସି ସୁଫଳ ନ ମିଳିବାରୁ  ହାତୀବାଡି ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ଜମ୍ବୁବତୀ ଦେବୀଙ୍କୁ  ଏକ ଖୁଣ୍ଟରେ ବାନ୍ଧିଥିଲେ ମହିଳାମାନେ । ଏହାପରେ ସ୍ଥାନୀୟ ମହିଳା ମାନଙ୍କ ସହ ସ୍ଥାନୀୟ ଲୋକେ ମିଶାମିଶି ପାରଳାଖେମୁଣ୍ଡି ମୋହନା ବ୍ରହ୍ମପୁର ସଂଯୁକ୍ତ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ହାତିବାଡି ଗ୍ରାମର ଲୋକେ ସୁଭଦ୍ରା ଟଙ୍କା ନ ମିଳିବାରୁ ଟୋଲ ଫ୍ରି ନମ୍ବରକୁ କଲ୍ କରିଥିଲେ। ହେଲେ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ପ୍ରତି ଉତ୍ତରରେ "ତମ ମାନଙ୍କୁ ଟଙ୍କା ମିଳିବନି" କାରଣ ତମର ଦୁଇରୁ ତିନି ଏକର ଜଳ ସେଚିତ ଚାଷ ଜମି ରହିଛି ବୋଲି କହିଥିଲେ । ଏହା ଶୁଣିବା ପରେ ଉକ୍ତ ଗ୍ରାମବାସୀ ମାନେ ଅଙ୍ଗନବାଡି ଦିଦିଙ୍କୁ ଖମ୍ଭରେ ବାନ୍ଧିବା ସହ ମୁଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଶୁଣିବାକୁ ମିଳିଛି। 

Add Zee News as a Preferred Source

ଯାହା ଫଳରେ ବହୁ ସମୟ ପର୍ଯ୍ୟନ୍ତ ଟ୍ରାଫିକ ଯାମ ହୋଇ ଯାଇଥିଲା। ଘଟଣା ସ୍ଥଳରେ ରାୟଗଡ଼ ପୋଲିସ ଏବଂ ତହସିଲଦାର , ଗୋଷ୍ଠି ଉନ୍ନୟନ ଅଧିକାରୀ , ସମ୍ମନ୍ବୀତ ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ବହୁ ସମୟ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା। ଏ ସମ୍ପର୍କରେ ରାୟଗଡ ବ୍ଳକର ଆଇସିଡିଏସ ର ସିଡିପିଓ ବି କମଳାଙ୍ଗି ଙ୍କୁ ପଚାରିବାରେ ହାତୀ ବାଡି ଗ୍ରାମରେ ଅନେକ ହିତାଧିକାରୀଙ୍କୁ ଏ ଯାଏଁ ସୁଭଦ୍ରା ଟଙ୍କା ମିଳିନାହିଁ। ସେମାନଙ୍କ ଆବେଦନ ପରେ ଟଙ୍କା ମିଳିବା ପାଇଁ ପ୍ରକ୍ରିୟା ଚାଲିଛି। 

ଲୋକଙ୍କୁ ଅନେକ ବୁଝାସୁଝା ପରେ ମଧ୍ୟ ଗୁରୁବାର ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଜମ୍ବୁବତୀ ଦେବୀଙ୍କୁ ଖୁଣ୍ଟରେ ବାନ୍ଧିଥିଲେ ସ୍ଥାନୀୟ ମହିଳା ମାନେ । ଏ ଖବର ପାଇବା ପରେ ତତକ୍ଷଣାତ୍ ଘଟଣା ସ୍ଥଳରେ ସିଡିପିଓ ଓ ତାଙ୍କ ଟିମ ପହଞ୍ଚି ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଙ୍କୁ ଉଦ୍ଧାର କରି କାର୍ଯ୍ୟାଳୟକୁ ଆଣିଥିଲେ । ତେବେ ଅଙ୍ଗନବାଡ଼ି କର୍ମୀ ଙ୍କୁ କୈାଣସି ପରିସ୍ଥିତିରେ ମଧ୍ୟରେ ଖୁଣ୍ଟରେ ବନ୍ଧା ଯିବା ଉଚିତ୍ ନୁହେଁ। ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ରାୟଗଡ ବ୍ଳକରେ ୧୯୦୬୨ ଜଣ ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିଥିଲେ । ସେଥିମଧ୍ୟରୁ ବର୍ତମାନ ସୁଧା ୧୫ ୩୬୫ ଜଣଙ୍କ ଖାତାକୁ ଟଙ୍କା ସଫଳକୃତ ପ୍ରଦାନ ହୋଇଛି । ବଳକା ୨୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଖାତାକୁ ଟଙ୍କା ଯିବା ପାଇଁ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟରତ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ସିଡିପିଓ ।

 

About the Author