Crime News: ପ୍ରେମ ପାଇଁ ଘର ଛାଡ଼ି ଆସିଥିବା ଝିଅକୁ ମଶାଣିକୁ ରାସ୍ତା ଦେଖାଇଲା ପ୍ରେମିକ..
Advertisement
Article Detail0/zeeodisha/odisha1847901

Crime News: ପ୍ରେମ ପାଇଁ ଘର ଛାଡ଼ି ଆସିଥିବା ଝିଅକୁ ମଶାଣିକୁ ରାସ୍ତା ଦେଖାଇଲା ପ୍ରେମିକ..

Crime News: ସଂକୀର୍ତ୍ତନ କାର୍ଯ୍ଯକ୍ରମ ପାଇଁ ଟେଣ୍ଟ ତିଆରି ବେଳେ ପ୍ରେମ ହେଲା। ସେଇ ପ୍ରେମରେ ପଡ଼ି ଯୁବତୀ ନିଜ ଘର ଛାଡ଼ି ପଳାଇ ଆସିଲେ। ସ୍ଥାନୀୟ ସରପଞ୍ଚ ଓ ମୂରବୀଙ୍କ ମଧ୍ଯସ୍ଥତାରେ ବାହାଘର ହୋଇଗଲା। ହେଲେ ସେଇ ବାହାଘର ବେଶୀଦିନ ଭଲରେ ତିଷ୍ଠିଲାନି। କିଛିଦିନ ବିତିଲା ପରେ ଯିଏ ହାତ ଧରିଥିଲା, ଯିଏ ପ୍ରେମ ପାଇଁ ସବୁ କିଛି କରିଦେବାକୁ କହୁଥିଲେ, ସିଏ ପୁଣି ଆରମ୍ଭ କରିଦେଲେ ନିର୍ଯାତନା। 

Crime News: ପ୍ରେମ ପାଇଁ ଘର ଛାଡ଼ି ଆସିଥିବା ଝିଅକୁ ମଶାଣିକୁ ରାସ୍ତା ଦେଖାଇଲା ପ୍ରେମିକ..

Crime News: ସଂକୀର୍ତ୍ତନ କାର୍ଯ୍ଯକ୍ରମ ପାଇଁ ଟେଣ୍ଟ ତିଆରି ବେଳେ ପ୍ରେମ ହେଲା। ସେଇ ପ୍ରେମରେ ପଡ଼ି ଯୁବତୀ ନିଜ ଘର ଛାଡ଼ି ପଳାଇ ଆସିଲେ। ସ୍ଥାନୀୟ ସରପଞ୍ଚ ଓ ମୂରବୀଙ୍କ ମଧ୍ଯସ୍ଥତାରେ ବାହାଘର ହୋଇଗଲା। ହେଲେ ସେଇ ବାହାଘର ବେଶୀଦିନ ଭଲରେ ତିଷ୍ଠିଲାନି। କିଛିଦିନ ବିତିଲା ପରେ ଯିଏ ହାତ ଧରିଥିଲା, ଯିଏ ପ୍ରେମ ପାଇଁ ସବୁ କିଛି କରିଦେବାକୁ କହୁଥିଲେ, ସିଏ ପୁଣି ଆରମ୍ଭ କରିଦେଲେ ନିର୍ଯାତନା। ମାତ୍ର କିଛିଦିନ ସୁଖ ସଂସାର ପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା। ବାପଘରୁ ୨ ଲକ୍ଷ ଟଙ୍କା ଆଣିବାକୁ ଜିଦ୍ ଧରିଥିଲା ସୈତାନ ସ୍ବାମୀ ଆଉ ବିବାହିତା ନଣନ୍ଦ। ହେଲେ ବାପଘରୁ ଯୌତୁକ ଟଙ୍କା ଆଣି ନ ପାରିବାରୁ ସୈତାନ ସ୍ବାମୀ ଆରମ୍ଭ କରିଥିଲା ମାରଧର। ପରେ ପରେ ନଣନ୍ଦ ଓ ପରିବାର ଲୋକ ମାରଧର କରିଥିଲେ। ନିସ୍ତୁକ ମାଡ଼ରେ ନିଶ୍ଚେତ ହୋଇଥିବା ସ୍ତ୍ରୀଙ୍କୁ ଜୋରଜବରଦସ୍ତ ବିଷ ଖୋଇଦେଲା। ପୁଣି ଅସୁସ୍ଥ ଅବସ୍ଥାରେ ତାଂକୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ଦୁଇଦିନ ଧରି ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।   ଏମିତି ଏକ ପ୍ରେମ ପ୍ରତାରଣାର ବୀଭତ୍ସ ଘଟଣାଟି ଘଟିଛି ଧାମନଗର ଥାନା ଅଞ୍ଚଳ ଚୁଡ଼ାକୁଟୀ ପଞ୍ଚାୟତ ଅଧିନ ପଳସା ଗାଁର। ଏହି ଗାଁର ସୁବାସ ଜେନାଙ୍କ ୨୫ ବର୍ଷୀୟ ପୁଅ ମାନସ ଯେନା ଟେଣ୍ଟ କାମ କରୁଥିବାବେଳେ ଧୁଷୁରୀ ଥାନା ବମକୁରା ଅଞ୍ଚଳର ସୁଚିସ୍ମିତା ସାହୁଙ୍କ ସହ ପ୍ରେମ ହୋଇଥିଲା। ପଳସା ଗାଁରେ ବାହା ହୋଇଥିବା ଭଉଣୀଙ୍କ ଘରକୁ ସୁଚିସ୍ମିତା ଆସିଥିବାବେଳେ ମାନସ ସହ ପ୍ରେମରେ ପଡ଼ିଥିଲେ। ଫେବ୍ରୁଆରିରେ କୀର୍ତ୍ତନରୁ ଆରମ୍ଭ ହୋଇଥିବା ପ୍ରେମ ମାର୍ଚ୍ଚରେ ବିବାହରେ ପରିଣତ ହୋଇଥିଲା। ମାର୍ଚ୍ଚ ୧୦ରେ ହୋଲି ଉତ୍ସବବେଳେ ମାନସ ସହ ସୁଚିସ୍ମିତା ଘର ଛାଡ଼ି ପଳାଇଥିଲେ। ଏହାପରେ ପୁଅଘର ପଞ୍ଚାୟତର ସରପଞ୍ଚ ଏବଂ ଝିଅ ଘର ପଞ୍ଚାୟତର ସରପଞ୍ଚ ଓ ଉଭୟ ପରିବାର ଲୋକ ଏକାଠି ବସି ଲେଖାପଢ଼ା କରିଥିଲେ। ଦୁହେଁ ଅସୁରାଳିର ଏକ ମନ୍ଦିରରେ ବିବାହ କରିଥିବାର ପ୍ରମାଣ ଦେଲେ। ଏହାପରେ ଦୁଇ ପରିବାର ବିବାହକୁ ସମ୍ମତି ଦେଇଥିଲେ। ପରେ ପରେ ଜୁଲାଇ ମାସରେ ସୁଚିସ୍ମିତା ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। 

ସ୍ବାମୀ ଓ ପରିବାର ଲୋକ ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହୁଥିବା କହିଥିଲେ। ଏ କଥା ଝିଅଠାରୁ ଶୁଣିବା ପରେ ମାଆ ତିଳୋତ୍ତମା ସାହୁ ବାପା କେଦାର ସାହୁଙ୍କ ସହ ଆଲୋଚନା କରିଥିଲେ। ଯୋଗାଡ଼ କରୁଥିବା କହିଥିଲେ। ହେଲେ ଯୌତୁକ ରାକ୍ଷସ ମାନସ କିନ୍ତୁ ଶାନ୍ତ ରହିନଥିଲା। ଭଉଣୀ ସହ ମିଶି ଜୁଲାଇ ୨୯ରେ ସୁଚିସ୍ମିତାଙ୍କୁ ନିସ୍ତୁକ ପିଟିଥିଲା।ତଥାପି ମନ ଶାନ୍ତି ହୋଇନଥିଲା। ମାଡ଼ ଖାଇବା ପରେ ଅଚେତ ହୋଇଯାଇଥିବା ସୁଚିସ୍ମିତାଙ୍କୁ ଜୋର ଜବରଦସ୍ତ ବିଷ ପିଆଇଥିବା ଅଭିଯୋଗ ହୋଇଛି।। 

Also read: BSKY Scheme: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲେ ୫ରୁ ୧୮ ବର୍ଷର ପିଲା..