BSKY Scheme: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲେ ୫ରୁ ୧୮ ବର୍ଷର ପିଲା..
Advertisement
Article Detail0/zeeodisha/odisha1847740

BSKY Scheme: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲେ ୫ରୁ ୧୮ ବର୍ଷର ପିଲା..

BSKY Scheme: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ(BSKY) ସାମିଲ ହେଲେ ୫ରୁ ୧୮ ବର୍ଷ ବୟସର ପିଲା। ରାସନକାର୍ଡରେ ଏହି ପିଲାମାନଙ୍କର ନାମ ନଥିଲେ ମଧ୍ୟ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। 

BSKY Scheme: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲେ ୫ରୁ ୧୮ ବର୍ଷର ପିଲା..

BSKY Scheme: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ(BSKY) ସାମିଲ ହେଲେ ୫ରୁ ୧୮ ବର୍ଷ ବୟସର ପିଲା। ରାସନକାର୍ଡରେ ଏହି ପିଲାମାନଙ୍କର ନାମ ନଥିଲେ ମଧ୍ୟ ସେମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।

ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ତାଙ୍କ ପିଲାଙ୍କୁ ମାଗଣାରେ ଚିକିତ୍ସା ମିଳିପାରିବା ନେଇ ବିଜ୍ଞପ୍ତିରେ କୁହାଯାଇଛି।ଉପଯୁକ୍ତ ତଥ୍ୟ ପ୍ରଦାନ କରି ପିତାମାତା ନିଜ ପିଲାମାନଙ୍କ ନାଁ ସାମିଲ କରିପାରିବେ। ଏନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।

ତେବେ ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଏହା ଜାଣିବା ପରେ ତତ୍ପରତା ଦେଖାଇଛି। ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିଲେ ଛୁଆ। ଯାହାକୁ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି କି ଯଦି ଖାଦ୍ୟ ସୁରକ୍ଷା ଯୋଜନାରେ ଅଭିବାକଙ୍କ ନାମ ସାମିଲ ଥାଏ, ତେବେ ତାଙ୍କ ଛୋଟ ପିଲାଙ୍କୁ ବିଏସ୍‌କେୱାଇ ଯୋଜନାରୁ ବଞ୍ଚିତ କରାଯିବ ନାହିଁ । କୌଣସି କାରଣରୁ ଯଦି ୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା (ଏନ୍‌ଏଫ୍‌ଏସ୍‌ଏ) ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌)ରେ ଅନ୍ତର୍ଭୁକ୍ତ ହୋଇ ନାହିଁ ତେବେ ସେମାନେ ମଧ୍ୟ ବିଏସ୍‌କେୱାଇରେ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇ ପାରିବେ।

Also Read: Raksha Bandhan 2023: ଭଦ୍ରା କିଏ? କାହିଁକି ଭଦ୍ରା କାଳରେ ନିଷେଧ ହୋଇଥାଏ ରାକ୍ଷୀ ବାନ୍ଧିବା