Odisha News: ଗଣେଶ ଭସାଣି ବେଳେ ଅଘଟଣ, ନଦୀରେ ଗୋଡ଼ ଖସି ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2422271

Odisha News: ଗଣେଶ ଭସାଣି ବେଳେ ଅଘଟଣ, ନଦୀରେ ଗୋଡ଼ ଖସି ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ

Odisha News: ଗୁରୁତର ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଜଣକୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇଛନ୍ତି। ମୃତ ଛାତ୍ର ହେଲେ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ ସ୍ୱାଇଁଙ୍କ ପୁଅ ରିତେଶ ସ୍ୱାଇଁ। ସେ ଆଦିକବି ଶାରଳା ଦାସ କଲେଜର ଯୁକ୍ତ ଦୁଇ ବର୍ଷର ଛାତ୍ର ହୋଇଥିବା ବେଳେ ଗୁରୁତର ଛାତ୍ର ହେଲେ ଭରାଳ ଗ୍ରାମର ଅକ୍ଷୟ କୁମାର ବାରିକ ଙ୍କ ପୁଅ ଏସ ରବି କିରଣ। ତେବେ ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ବ କରିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Odisha News: ଗଣେଶ ଭସାଣି ବେଳେ ଅଘଟଣ, ନଦୀରେ ଗୋଡ଼ ଖସି ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ
Odisha News: (ନାରାୟଣ ବେହେରା) ଗଣେଶ ଭସାଣି ବେଳେ ଅଘଟଣ। ଗଣେଶ ଭସାଣି ପାଇଁ ବୃଦ୍ଧା ନଦୀକୁ ଯାଇଥିବା ବେଳେ ଘଟିଛି ଅଘଟଣ। ଗଣେଶ ଭସାଣୀ ସମୟରେ ନଦୀରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଠାରେ ଥିବା ଏକ ଘରୋଇ କମ୍ପୁଟର ତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗତକାଲି ଗଣେଶ ପୂଜା କରାଯାଇଥିଲା। ଆଜି ସକାଳେ କିଛି ଛାତ୍ର ପାଖ ବୃଦ୍ଧା ନଦୀକୁ ଠାକୁର ବିସର୍ଜନ କରିବାକୁ ଯାଇଥିବା ବେଳେ ନଦୀ ଭିତରକୁ ତିନିଜଣଙ୍କ ଗୋଡ ଖସିଯାଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନିଜଣକୁ ନଦୀ ଭିତରୁ ଉଦ୍ଧାର କରାଯାଇଥିଲା। 
ତେବେ ଜଣଙ୍କ ଅବସ୍ଥା ଭଲ ଥିବା ବେଳେ ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଜଣକୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇଛନ୍ତି। ମୃତ ଛାତ୍ର ହେଲେ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ ସ୍ୱାଇଁଙ୍କ ପୁଅ ରିତେଶ ସ୍ୱାଇଁ। ସେ ଆଦିକବି ଶାରଳା ଦାସ କଲେଜର ଯୁକ୍ତ ଦୁଇ ବର୍ଷର ଛାତ୍ର ହୋଇଥିବା ବେଳେ ଗୁରୁତର ଛାତ୍ର ହେଲେ ଭରାଳ ଗ୍ରାମର ଅକ୍ଷୟ କୁମାର ବାରିକ ଙ୍କ ପୁଅ ଏସ ରବି କିରଣ। ତେବେ ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ବ କରିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।