Accident News: ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ
Advertisement
Article Detail0/zeeodisha/odisha2415049

Accident News: ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ

Accident News: ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ଲାଗିରହିଛି। ଏହି ରାସ୍ତା ଫିସିଂ ହାରବର ରାସ୍ତା ହୋଇଥିବା ବେଳେ କମ୍ପାନୀ ମାନେ କାହିଁକି ଏହି ରାସ୍ତାକୁ ବ୍ୟବହାର କରି ବାରମ୍ବାର ଦୁର୍ଘଟଣା ଘଟାଉଛନ୍ତି ଏନେଇ ପ୍ରଶ୍ନ କରିବା ସହ କମ୍ପାନୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ରାସ୍ତା କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି। 

Accident News: ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ
Accident News: (ନାରାୟଣ ବେହେରା) ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ। ମୃତକ ହେଲେ ପାରାଦୀପ ବୃନ୍ଦାବନ କଲୋନୀ ରେ ରହୁଥିବା ଉପେନ୍ଦ୍ର ଭୋଳ ଙ୍କ ପୁଅ ରାଜେଶ ଭୋଳ ,ବୟସ ୨୧ ବୋଲି ଜଣାପଡିଛି। ସୂଚନାନୁଯାୟୀ ଆଜି ପାରାଦୀପ ନେହେରୁ ବଙ୍ଗଳାରୁ ଏକ ସ୍କୁଟିରେ ଉପେନ୍ଦ୍ର ଅଠରବାଙ୍କୀ ଫେରୁଥିବା ସମୟରେ ସ୍କୁଟି ପଛପଟୁ ଏକ ଟ୍ରକ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି। ତେବେ ଦୁର୍ଘଟଣା ସ୍ଥଳରେ ଉପେନ୍ଦ୍ରର ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ନେଇ ପାରାଦୀପ ମେରାଇନ୍ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କିନ୍ତୁ ଉତ୍ୟକ୍ତ ସ୍ଥାନୀୟ ଲୋକଙ୍କ ସମେତ ପରିବାର ଲୋକେ ପାରାଦୀପ ଅଠରବାଙ୍କୀ ରେ ଟାୟାର ଜାଳି ମୂଖ୍ୟ ରାସ୍ତା ଅବରୋଧ କରିବା ସହିତ ନେହେରୁ ବଙ୍ଗଳା ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। 
ପାରାଦୀପ ନେହେରୁ ବଙ୍ଗଳା ରାସ୍ତା ରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ଲାଗିରହିଛି। ଏହି ରାସ୍ତା ଫିସିଂ ହାରବର ରାସ୍ତା ହୋଇଥିବା ବେଳେ କମ୍ପାନୀ ମାନେ କାହିଁକି ଏହି ରାସ୍ତାକୁ ବ୍ୟବହାର କରି ବାରମ୍ବାର ଦୁର୍ଘଟଣା ଘଟାଉଛନ୍ତି ଏନେଇ ପ୍ରଶ୍ନ କରିବା ସହ କମ୍ପାନୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ରାସ୍ତା କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି। ଯେପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନିକ ଅଧିକାରୀ ଏହାର ସଠିକ ସମାଧାନ ରାସ୍ତା ନବାହାର କରନ୍ତି ସେ ପର୍ଯ୍ୟନ୍ତ ଏହି ଧାରଣା ଜାରୀ ରହିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ତେବେ ଘଟଣା କୁ ନେଇ ଉତେଜନା ଲାଗି ରହିଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଚଳାଇବା ସହ ଉତେଜିତ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି।