Road Accident: ହାଇୱାକୁ ପିଟିଲା ବସ, ଏକାଧିକ ଯାତ୍ରୀ ଆହତ
Advertisement
Article Detail0/zeeodisha/odisha1822964

Road Accident: ହାଇୱାକୁ ପିଟିଲା ବସ, ଏକାଧିକ ଯାତ୍ରୀ ଆହତ

Accident News:  ଭୁବନେଶ୍ବରରୁ ଅଜୟ ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି ୪୦ରୁ ଊର୍ଦ୍ଦ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିଲା । ଦିନ ପ୍ରାୟ ୧୨ ବେଳେ ଯାଜପୁର ୧୬ନଂ ଜାତୀୟ ରାଜପଥ ସାରୋଇ ଛକ ନିକଟରେ ଏକ ହାଇୱା ଗାଡିକୁ ପଛପଟୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଡିଭାଇଡ଼ର ଉପରକୁ ଚଢିଯାଇଥିଲା । ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଆହତ ହୋଇଥିଲେ । 

ସୌ(ସୋସିଆଲ ମିଡିଆ)

Road Accident: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ । ଯାଜପୁର (Jajapur) ୧୬ନଂ ଜାତୀୟ ରାଜପଥ ସାରୋଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ମେଡ଼ିକାଲରେ ଚିକତ୍ସା ଲାଗି ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ଅଜୟ ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି (Passenger Bus) ୪୦ରୁ ଊର୍ଦ୍ଦ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ବର (Balasore) ଅଭିମୁଖେ ଯାଉଥିଲା । ଦିନ ପ୍ରାୟ ୧୨ ବେଳେ ଯାଜପୁର ୧୬ନଂ ଜାତୀୟ ରାଜପଥ ସାରୋଇ ଛକ (sorei chok )ନିକଟରେ ଏକ ହାଇୱା ଗାଡିକୁ ପଛପଟୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଡିଭାଇଡ଼ର ଉପରକୁ ଚଢିଯାଇଥିଲା । ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣା ଖବର ପାଇବା ପରେ ଚଣ୍ତିଖୋଲ ଦମକଳ ବାହିନୀ (Chandikhol fire bridge) ଘଟଣାସ୍ଥଳରେ ପହଁଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଧର୍ମଶାଳା ଓ ବଡ଼ଚଣା ମେଡ଼ିକାଲରେରେ( Badachana medical college) ଭର୍ତ୍ତି କରିଥିଲେ । ପରେ ପୋଲିସ ଦୁର୍ଘଟଣା (Accident) ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି  ।

ସେପଟେ ଶନିବାର ଦିନ ନାଗୌର ଜିଲ୍ଲା ବାଥାଡି ଗାଁ ନିକଟରେ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା । ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ଏକ ପରିବାର ନାଗପୁର ଅଭିମୁଖେ କାରରେ ଯୋଗେ ଯାତ୍ରା କରୁଥିଲେ।  କାରଟି ରାସ୍ତାରେ ଯାଉଥିବା ବେଳେ ଏକ ସରକାରୀ ବସଟି କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।

Also Read- ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ୭ ଦିନ ପରେ ବି ପୋଲିସର ହାତ ଖାଲି

Also Read- Weather Update: ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ଆଜି ୧୦ଟି ଜିଲ୍ଲାକୁ ଆଲର୍ଟ ଜାରି

ସେହିପରି ନିକଟରେ ତାମିଲନାଡୁର ଚେଙ୍ଗାଲପାଟୁ (Tamil Nadu’s Chengalpattu)ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସଡ଼କ ଦୁର୍ଘଟଣାରେ (road accident in Tamil Nadu) ୬ ଜଣଙ୍କର ମୃତ୍ୟୁ (6 killed in road accident) ହୋଇଥିବା ବେଳେ ୯ ଜଣ ଆହତ (9 injured) ହୋଇଥିଲେ । ଶୁକ୍ରବାର ଦିନ ଅପରାହ୍ନ ସମୟରେ ଏକ ଟ୍ରକ୍ କିଛି ମାଲ୍ ବୋଝେଇ କରି ତାମିଲନାଡୁ ଚେଙ୍ଗାଲପାଟୁରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଜାତୀୟ ରାଜପଥ ଉପରେ ତିନୋଟି ବାଇକରେ ୬ ଜଣ ସାଙ୍ଗ ସେହି ରାସ୍ତା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିଲେ। ହଠାତ୍ ମାଲ ବୋଝେଇ ଟ୍ରକଟି ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରକୁ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ବାଟ ଦେଇ ଯାଉଥିବା କିଛି ଯାତ୍ରୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ । ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ଥିବାବେଳେ ପୋଲିସ ଟ୍ରକଟିକୁ ଜବତ କରିଛି ।