ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ୭ ଦିନ ପରେ ବି ପୋଲିସର ହାତ ଖାଲି
Advertisement
Article Detail0/zeeodisha/odisha1822800

ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ୭ ଦିନ ପରେ ବି ପୋଲିସର ହାତ ଖାଲି

Bhubaneswar News: ଗତ ମଙ୍ଗଳବାର ଦିନ ଆସିଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶୁଭଲକ୍ଷ୍ମୀ ମୃତଦେହରୁ ନିଶାଦ୍ରବ୍ୟର ନମୂନା ମିଳିଥିବା ଦର୍ଶାଯାଇଥିଲା । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ ପରେ ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଥିଲା । ଯାହାପରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଟୁଷ୍ଟି ସାମ୍ନାକୁ ଆସିଥିଲା ।

ସୌ(ସୋସିଆଲ ମିଡିଆ)

Bhubaneswar News: ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଇତି ମଧ୍ୟରେ ବିତିଛି ଏକ ସପ୍ତାହ । କିନ୍ତୁ ମୃତ୍ୟୁର ୭ ଦିନ ପରେ ବି ରହସ୍ୟ ଉପରୁ ପରଦା ହଟାଇ ପାରିନି ପୋଲିସ । ଏହି ମାମଲାରେ ଅଙ୍କଲ, ହୋଟଲେ କର୍ମଚାରୀ ଓ ସାଙ୍ଗସାଥୀଙ୍କୁ ପଚରାଉଚରା ପରେ ବି ପୋଲିସର ହାତ ଖାଲି ରହିଛି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଆସିଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶୁଭଲକ୍ଷ୍ମୀ ମୃତଦେହରୁ ନିଶାଦ୍ରବ୍ୟର ନମୂନା ମିଳିଥିବା ଦର୍ଶାଯାଇଥିଲା । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନିଶା ସେବନ କରିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । କିନ୍ତୁ ପରେ ଶ୍ବାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଥିଲା । ଯାହାପରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଟୁଷ୍ଟି ସାମ୍ନାକୁ ଆସିଥିଲା ।

ସେପଟେ ଏସଏଫଏସଏଲକୁ ପଠାଯାଇଥିବା ଭିସେରା ରିପୋର୍ଟ ସହ ଶୁଭଲକ୍ଷ୍ମୀଙ୍କ କଲ ରେକର୍ଡ, ମେସେଜରୁ ତାଙ୍କ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ ପୋଲିସ ଲାଗି ବଡ଼ ସୁଯୋଗ ରହିଛି । ସେପଟେ ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀଙ୍କ ଶେଷ ସିସିଟିଭି ଫୁଟେଜ ମଧ୍ଯ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଭୋର ସମୟରେ ହୋଟଲେ ଭିତରେ ପ୍ରବେଶ କରି ରୁମ ନଂ ୨୦୫କୁ ଯାଉଥିବା ଦେଖିବାକୁ ମିଳିଛି । ତାଙ୍କ ସହ ଦୁଇଜଣ ୱେଟର ତାଙ୍କ ବ୍ୟାଗ ଧରି ଯାଉଥିବା ମଧ୍ଯ ଦେଖିବାକୁ ମିଳିଛି । ତେବେ ଶୁଭଲକ୍ଷ୍ମୀ ଏତେ ରାତି ପର୍ଯ୍ୟନ୍ତ କେଉଁଠାରେ ଥିଲେ? ଭୋରରୁ ସେ କ’ଣ ପାଇଁ ହୋଟେଲ ଆସିଲେ ? ହୋଟେଲ ଆସିବା ପରେ ଏପରି କ’ଣ ଘଟିଲା ଯେଉଁଥି ପାଇଁ ସେ ଆତ୍ମହତ୍ୟ ଭଳି ପଦକ୍ଷେପ ନେଲେ ? ଏପରି ଅନେକ ପ୍ରଶ୍ନର କାରଣ ଖୋଜୁଛି ପୋଲିସ । ସେପଟେ ଶିଶୁ ସୁରକ୍ଷା କମିଶନ ପକ୍ଷରୁ ଭୁବନେଶ୍ବର ଡ଼ିସିପିଙ୍କୁ ରିପୋର୍ଟ ତଲବ କରାଯାଇଛି । ଏହି ମାମଲାରେ ବାର କର୍ମଚାରୀ, ପରିବାର ସଦସ୍ୟ ଓ ପୁରୁଷ ବନ୍ଧୁଙ୍କୁ ମିଶାଇ ମୋଟ ୧୨ ଜଣଙ୍କୁ ଜେରା କରିସାରିଛି ପୋଲିସ ।

Also Read- Weather Update: ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ଆଜି ୧୦ଟି ଜିଲ୍ଲାକୁ ଆଲର୍ଟ ଜାରି

ପ୍ରକାଶ ଥାଉ କି, ଶନିବାର ଦିନ ଭୁବନେଶ୍ବର କଟକ ରୋଡ଼ସ୍ଥିତ ଦିପାଳୀ ହୋଟେଲର ୨୦୫ ନମ୍ବର ରୁମରେ ଝୁଲନ୍ତା ଅବସ୍ଥାରେ ଏକ ଯୁବତୀ ମୃତହେହ ଉଦ୍ଧାର ହୋଇଥିଲା । ପରେ ସେହି ମୃତଦେହ ରମାଦେବୀ ମହାବିଦ୍ୟାଳୟର (Ramadevi university Bhubaneswar) ଯୁକ୍ତ ୨ କଳା ବିଭାଗରେ ପାଠ ପଢୁଥିବା ଶୁଭଲକ୍ଷ୍ମୀ ସାହୁଙ୍କର ବୋଲି ଜଣାପଡ଼ିଥିଲା । ନିଜ ଭଦ୍ରକ ସ୍ଥିତ ଘରୁ ଆସି ୪ ତାରିଖ ଅପରାହ୍ନରେ ସେ ହୋଟଲରେ ରହିଥିଲେ । ହେଲେ ପରଦିନ ଅର୍ଥାତ୍ ଶନିବାର ସକାଳରୁ ସଂଧ୍ୟା ଯାଏଁ ସେ ନିଜ ରୁମରୁ ବାହାରକୁ ବାହାରି ନଥିବାରୁ ହୋଟେଲ ମ୍ୟାନେଜରଙ୍କ ସନ୍ଦେହ ହୋଇଥିଲା । ବାରମ୍ବାର ଡାକିବା ପରେ ମଧ୍ୟ ସେ ରୁମ୍ କବାଟ ଖୋଲିନଥିବାରୁ ହୋଟେଲ କର୍ତ୍ତୃପକ୍ଷ କବାଟ ଭାଙ୍ଗି ରୁମ୍ ଭିତରକୁ ପଶିଥିଲେ । ସେଠାରେ ହୋଟେଲ କର୍ମଚାରୀ ଝୁଲନ୍ତା ଅବସ୍ଥାରେ ଶୁଭଲକ୍ଷ୍ମୀଙ୍କୁ ଦେଖିବାକୁ ପାଇଥିଲେ । ସେପଟେ ଝିଅର ମୃତ୍ୟୁ ପରେ ତାଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ସେମାନେ ଆର୍ଥିକ୍ ରୂପେ ସ୍ବଚ୍ଛଳ ନୁହଁନ୍ତି, ତେଣୁ ଶୁଭଲକ୍ଷ୍ମୀ ଏତେ ଟଙ୍କା ଖର୍ଚ୍ଚ କରି କିପରି ହୋଟେଲରେ ରହୁଥିଲେ? ଶୁଭଲକ୍ଷ୍ମୀଙ୍କ ବାପା କହିଥିଲେ ଯେ, ତାଙ୍କ ଝିଅ କାହିଁକି ଏହି ହୋଟେଲ୍‌କୁ ଆସିଥିଲା ସେ ଜାଣିନାହାନ୍ତି । କେହି ତାଙ୍କ ଝିଅକୁ ହୋଟକୁ ଡାକି ହତ୍ୟା କରିଥିବା ସେ ସନ୍ଦେହ କରୁଛନ୍ତି ।