Accident News: ବରଗଡ଼ ସୁଲିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର
Advertisement

Accident News: ବରଗଡ଼ ସୁଲିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର

Accident News: ବରଗଡ଼ ସୁଲିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସକାଳୁ ସକାଳୁ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା । ଫଳରେ ବସରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ଥିବା ସମସ୍ତ ଯାତ୍ରୀ ପୁରୀରୁ ଦର୍ଶନ ପରେ ନୃସିଂହନାଥଙ୍କୁ ଦର୍ଶନ ସାରି ଛତିଶଗଡ଼ ବରୋଦାକୁ ଫେରୁଥିଲେ ।

Also Read- Pana Sankranti 2024: ଆଜି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ

Also Read- Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଅନ୍ୟପଟେ, ଜମ୍ମୁ କାଶ୍ମୀରର ଦୋହା ଜିଲ୍ଲାରେ ମଧ୍ଯ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୋହା ଜିଲ୍ଲା (Thathri)ର ଏକ ପରିବାରର ୯ ଜଣ ସଦସ୍ୟ ଶନିବାର ସନ୍ଧ୍ୟା ସମୟରେ କାର ଯୋଗେ ଖାନପୁରା ଯାତ୍ରା କରୁଥିଲେ। ଏହି ସମୟରେ ହଠାତ୍ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସମସ୍ତ ମୃତଦେହକୁ ପୋଷ୍ଟମଟମ୍ ପାଇଁ ପଠାଇବା ସହ ପୋଲିସ ଘଟଣାର ଛାନଭିନ୍ ଚଳାଇଛି।