Jagatsinghpur News: ଘରେ ଚାଲିଥିଲା ବେଆଇନ୍ ଗ୍ୟାସ୍ ଟାଙ୍କି କାରବାର, ମାଡି଼ ବସିଲା ପ୍ରଶାସନ
Advertisement
Article Detail0/zeeodisha/odisha1861651

Jagatsinghpur News: ଘରେ ଚାଲିଥିଲା ବେଆଇନ୍ ଗ୍ୟାସ୍ ଟାଙ୍କି କାରବାର, ମାଡି଼ ବସିଲା ପ୍ରଶାସନ

Jagatsinghpur News: ବିନା ଅନୁମତିରେ ,ଘରେ ଚାଲିଥିଲା ଗ୍ୟାସ୍ ଦୋକାନ (illegal gas racket)। ପ୍ରତିଦିନ ବିକ୍ରି ହେଉଥିଲେ ଶହ ଶହ ଗ୍ୟାସ ଟାଙ୍କି (Gas Cylinder) । ତାହା ପୁଣି ଗୋଟିଏ କମ୍ପାନୀ ର ନୁହଁ ଏକାଧିକ କମ୍ପାନୀର ଗ୍ୟାସ ଟାଙ୍କି ତାଙ୍କ ପାଖରେ ଥିଲା।  ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡି଼ଆ

Jagatsinghpur News: ବିନା ଅନୁମତିରେ , ଘରେ ଚାଲିଥିଲା ଗ୍ୟାସ୍ ଦୋକାନ (illegal gas racket)। ପ୍ରତିଦିନ ବିକ୍ରି ହେଉଥିଲେ ଶହ ଶହ ଗ୍ୟାସ ଟାଙ୍କି (Gas Cylinder) । ତାହା ପୁଣି ଗୋଟିଏ କମ୍ପାନୀ ର ନୁହଁ ଏକାଧିକ କମ୍ପାନୀର ଗ୍ୟାସ ଟାଙ୍କି ତାଙ୍କ ପାଖରେ ଥିଲା। ଶୁଣାଯାଏ ଯେ, ବଟି ଆଉ ମାସିକିଆ ଚାନ୍ଦା ଦେଇ ଚଳାଇ ଆସୁଥିଲେ  ଏହି ବେଆଇନ୍ କାରବାର । ଖବରପାଇ ଶେଷରେ ପ୍ରସାଶନ ସେଠାରେ ପହଂଚି ଚଢାଉ କରିଥିଲା । ଆଉ ଚୋରା ବେପାରର ପର୍ଦ୍ଦାଫାସ୍ କରିଥିଲା । ଆଉ ୧୦୦ରୁ ଉର୍ଦ୍ଧ ପୂର୍ଣ୍ଣ ଥିବା ଗ୍ୟାସ ଟାଙ୍କି ଜବତ କରିଛି।  ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ସ୍ଥିତ ତାରେଣୀଗଡ଼ା ଗିରିଧାରୀ ଛକ ସୋମନାଥ ପୃଷ୍ଟି ଙ୍କ ଘରେ । 

 ନିଜ ଘରେ ବେଆଇନ ଭାବେ ଏହି ଗ୍ୟାସ ଟାଙ୍କି ରଖି ସେ ତାରେଣୀଗଡ଼ା ରେ ରହୁଥିବା ବିଭିନ୍ନ କମ୍ପାନୀର ଲୋକମାନଙ୍କ ସହିତ ବିଭିନ୍ନ ହୋଟେଲ କୁ ମଧ୍ଯ ଯୋଗାଉଥିଲେ । ଅନେକ ଲୋକ କାର୍ଯ୍ୟ ଅନ୍ୱେଷଣରେ ଆସି ବନ୍ଦର ନଗରୀ ପାରାଦୀପରେ ରହୁଥିବା ବେଳେ  ରୋଷେଇ କରିବା ପାଇଁ ଗ୍ୟାସ ଟିଏ ଦରକାର ହେଉଥିବା ବେଳେ ବିନା କାଗଜପତ୍ରରେ ସୋମନାଥ ସେମାନଙ୍କୁ ଯୋଗାଇ ଦେଇଥାନ୍ତି ଗ୍ୟାସ ଭରା ଥିବା ଟାଙ୍କି। ଚଢା ଦର ରେ ବିକ୍ରି କରୁଥିବା ବେଳେ ସୋମନାଥଙ୍କ ଠାରୁ ବାହାରୁ ଆସି ରହୁଥିବା ଲୋକମାନେ ଟାଙ୍କି କିଣି ନିଅନ୍ତି । 

ଏହି ଚୋରା କାରବାର ସ୍ଥଳରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ , ଯୋଗାଣ ନିରୀକ୍ଷକ ଏବଂ ସ୍ତାନୀୟ ପୋଲିସ ପହଂଚି ଚଢାଉ କରି ସବୁ ଟାଙ୍କି କୁ ଜବତ କରିବା ସହ ଗ୍ୟାସ ସିଲିଣ୍ଡରକୁ ଓଜନ କରିବାରେ ଲାଗି ପଡିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଖାଉଟିଙ୍କ ନାମରେ ଗ୍ୟାସ କମ୍ପାନୀ ଗ୍ୟାସ ଟାଙ୍କି ଯୋଗାଇ ଦେଉଥିବା ବେଳେ ଏତେ ପରିମାଣର ବିଭିନ୍ନ କମ୍ପାନୀ ର ଟାଙ୍କି ଆଉ ଗ୍ୟାସ ସୋମନାଥ ଆଣିଥିଲେ କେଉଁଠୁ ଓ ତାଙ୍କୁ ଦେଉଥିଲା କିଏ ? ପ୍ରତି ମାସରେ ହଜାର ହଜାର ଗ୍ୟାସ ଟାଙ୍କି ସୋମନାଥ ଙ୍କୁ ଯୋଗାଉଥିବା ଏଜେନ୍ସି କିଏ ? ଯାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।