Advertisement
Article Detail0/zeeodisha/odisha2295977
Zee OdishaOdisha StatePuri Sri Mandir: ସୁଧୁରୁନି ଦର୍ଶନ ବ୍ୟବସ୍ଥା, ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Puri Sri Mandir: ସୁଧୁରୁନି ଦର୍ଶନ ବ୍ୟବସ୍ଥା, ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନୂଆ ସରକାର ଆସିବା ପରେ ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ୱାର। ଏହି ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରରେ ଅସ୍ୱାଭାବିକ ଭାବେ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ଶେଷ ରଜ ଓ ରବିବାର ଥିବାରୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତମାନେ ପୁରୀରେ ପହଞ୍ଚିଥିଲେ। ଏକସଙ୍ଗେ ଏତେ ସଂଖ୍ୟାରେ ଭକ୍ତ ପହଞ୍ଚିବା ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ

Puri Sri Mandir: ସୁଧୁରୁନି ଦର୍ଶନ ବ୍ୟବସ୍ଥା, ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Puri Sri Mandir: ଭୁବନେଶ୍ୱର: ନୂଆ ସରକାର ଆସିବା ପରେ ଖୋଲିଛି ଶ୍ରୀମନ୍ଦିରର ଚାରି ଦ୍ୱାର। ଏହି ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରରେ ଅସ୍ୱାଭାବିକ ଭାବେ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ଶେଷ ରଜ ଓ ରବିବାର ଥିବାରୁ ଲକ୍ଷାଧିକ ସଂଖ୍ୟାରେ ଭକ୍ତମାନେ ପୁରୀରେ ପହଞ୍ଚିଥିଲେ। ଏକସଙ୍ଗେ ଏତେ ସଂଖ୍ୟାରେ ଭକ୍ତ ପହଞ୍ଚିବା ପରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିଲା। ପରିଣାମ ସ୍ୱରୂପ ମନ୍ଦିର ଭିତରେ ଭକ୍ତମାନେ ଭିଡ ମଧ୍ୟରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ସେପଟେ ମୁଣ୍ଡଫଟା ଖରାରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ରହିଥିଲେ ଭକ୍ତ। ଶ୍ରୀମନ୍ଦିର ଭିତର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। 

ସାତ ପାହାଚ, ନାଟମଣ୍ଡପ, ବାହାରକାଠ, ଭିତରକାଠରେ ଅସହ୍ୟ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ୫ ଜଣ ଭକ୍ତ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅପରପକ୍ଷେ ନୂଆ ସରକାରଙ୍କୁ ବଦନାମ କରିବାକୁ ଏହା ଏକ ପ୍ରାୟୋଜିତ ଭିଡ଼ ବୋଲି କେତେକ ସେବାୟତ ଅଭିଯୋଗ କରିଛନ୍ତି। ପ୍ରଶାସନ ଚାହିଁଲେ ବ୍ୟବସ୍ଥାକୁ ଶୃଙ୍ଖଳିତ କରିପାରିବେ। କିନ୍ତୁ ସେଭଳି କିଛି ଉଦ୍ୟମ ହେଉନି ବୋଲି ସେବାୟତ, ଭକ୍ତମାନେ ଅଭିଯୋଗ କରିଛନ୍ତି। 

ଏଠାରେ କହି ରଖୁ ପୂର୍ବରୁ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରୁଥିଲେ। ଶ୍ରୀମନ୍ଦିର ଭିତରକୁ ଯିବା ପରେ ସାତ ପାହାଚ ଠାରେ ଅଟକୁଥିଲେ। ଏଣୁ ଶ୍ରୀମନ୍ଦିର ଭିତରେ ବି ଭିଡ଼ ରହୁଥିଲା। ସେପଟେ ସାତ ପାହାଚରୁ ଦର୍ଶନ ପାଇଁ ନାଟମଣ୍ଡପକୁ ଯିବା ବେଳେ ଭିଡ ଭିତରେ ଅଣନିଶ୍ୱାସୀ ହେଇ ପଡ଼ୁଥିଲେ ଭକ୍ତଷ ପ୍ରତି ଶନିବାର, ରବିବାର ଓ ଅନ୍ୟ ପର୍ବପର୍ବାଣୀରେ  ସ୍ଥିତି ଅଣାୟତ ହୋଇ ପଡ଼ୁଥିଲା। ଏବେ ଚାରି ଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି ସତ, କିନ୍ତୁ ଭିତର ଦର୍ଶନ ବ୍ୟବସ୍ଥା ପୂର୍ବଭଳି ରହିଛି। ଫଳରେ ଚାରିଦ୍ୱାରେ ଦେଇ ଭକ୍ତ ପ୍ରବେଶ କଲେ ମଧ୍ୟ ସାତ ପାହାଚ ନିକଟରେ ଅଟକି ରହୁଛନ୍ତି ଭକ୍ତଗଣ। 

Add Zee News as a Preferred Source

ସେପଟେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି କି ଦର୍ଶନ ବ୍ବୟସ୍ଥା ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ମ୍ୟାନେଜିଂ କମିଟି ବୈଠକ। ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର କମିଟି ଗଠନ ହେବ। ସମସ୍ତଙ୍କ ସହିତ ଆଲୋଚନାପରେ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯିବ। ସେହିପରି ଏସପି ପିନାକ ମିଶ୍ର କହିଛନ୍ତି କି ଛୁଟି ଯୋଗୁଁ ଶ୍ରୀକ୍ଷେତ୍ରରେ ଦୁଇଗୁଣା ଭକ୍ତଙ୍କ ସମାଗମ ଘଟିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହୋଇଛି। ନୂତନ ନିର୍ଦ୍ଦେଶନାମା ଅନୁସାରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳିତ ହେବାକୁ ଆଉ କିଛି ଦିନ ସମୟ ଲାଗିବ। ଛୁଟି ଦିନ ମାନଙ୍କରେ ଅହେତୁକ ଭିଡ ଯୋଗୁଁ ଭକ୍ତମାନଙ୍କୁ ସଂଯମତା ରଖିବାକୁ ପଡିବ ବୋଲି ସେ କହିଛନ୍ତି। 

About the Author