Puri Srimandira: ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI ବେସଡ୍ କ୍ରାଉଡ ମ୍ୟାନେଜମେଣ୍ଟ, କ'ଣ ମିଳିବ ଫାଇଦା?
Advertisement
Article Detail0/zeeodisha/odisha2385910

Puri Srimandira: ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI ବେସଡ୍ କ୍ରାଉଡ ମ୍ୟାନେଜମେଣ୍ଟ, କ'ଣ ମିଳିବ ଫାଇଦା?

Puri Srimandira: ଭକ୍ତଙ୍କ ଗଣନା ରଖିବା ସହ ନିଷିଦ୍ଧ ସାମଗ୍ରୀ ଗୁଡିକ ଚିହ୍ନଟ କରିବାରେ ଏହା ସହାୟକ ହେବ ।ଯାହାଫଳରେ ଶ୍ରୀମନ୍ଦିର ଭିତର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ସୁଦୃଢ଼ ହେବ।ତେବେ ଗତ ରଥଯାତ୍ରା ସମନ୍ଵୟ ବୈଠକରେ ନୂଆ କରି ହେବାକୁ ଥିବା ଆପ ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

 

Puri Srimandira: ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ କରିବ AI ବେସଡ୍ କ୍ରାଉଡ ମ୍ୟାନେଜମେଣ୍ଟ, କ'ଣ ମିଳିବ ଫାଇଦା?

Puri Srimandira: ଚାରିଦ୍ୱାର ଖୋଲିବା ପରେ ସଫଳ ହୋଇଛି ଶ୍ରୀମନ୍ଦିର ବାହାର ଭିଡ ନିୟନ୍ତ୍ରଣ ।ହେଲେ ଚାରିଦ୍ଵାରରେ ଭକ୍ତଙ୍କ ପ୍ରବେଶ ପରେ ଭିତରେ ସାତପାହାଚ ନିକଟରେ ଜମୁଛି ଭିଡ। ତେବେ ଏହି ଭିଡ ନିୟନ୍ତ୍ରଣ ପାଇଁ ଏବେ ଅଣ୍ଟା ଭିଡ଼ିଛି ପ୍ରଶାସନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ତଥା TECHNOLOGY ଆଧାରରେ କ୍ରାଉଡ଼ ମ୍ୟାନେଜମେଣ୍ଟ କରିବାକୁ ଚିନ୍ତା କରାଯାଇଛି । ଭିତରେ ଦୁଇଟି ଦ୍ୱାରରୁ ବିପରୀତ flow ଯୋଗୁଁ ଭିଡ ନିୟନ୍ତ୍ରଣ ନାକେଦମ କରୁଛି ।ତେଣୁ କ୍ରାଉଡ ମ୍ୟାନେଜମେଣ୍ଟ ପାଇଁ ନୂଆ ଚିନ୍ତା କରିଛି ପ୍ରଶାସନ । ସମସ୍ତ ସ୍ଥାନରେ ସିସିଟିଭି ସଂଯୋଗ ସହିତ ଏହାକୁ AI ସହିତ ସଂଯୋଗ କରିବାକୁ ଲକ୍ଷ ରଖାଯାଇଛି। ବିଶେଷ କରି ୧୪ଟି ପଏଣ୍ଟ ଉପରେ ନଜର ରଖିଛି ପ୍ରଶାସନ ।

ଶ୍ରୀମନ୍ଦିର ଚାରିଦ୍ଵାର ସମେତ ସାତ ପାହାଚ ,ଚକଡା଼ , ଗୁମୁଟ,ଆନନ୍ଦ ବଜାର ଇତ୍ୟାଦି ସହ ବିଭିନ୍ନ ଷ୍ଟେଜିଂ ସ୍ଥାନରେ ସିସିଟିଭି ଲଗାଯାଇ ଭିଡ ଉପରେ ନଜର ରଖିବାକୁ ଚିନ୍ତା କରାଯାଇଛି ।ଡିଜିଟାଲି ସମସ୍ତ ସୂଚନା ସଂଗ୍ରହ କରି ଭିଡକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ସେ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ କହିଛନ୍ତି ।ଅନ୍ୟପଟରେ AI କିମ୍ଵା ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଶ୍ରୀମନ୍ଦିର ଭିତରକୁ ଯାଉଥିବା ମୋବାଇଲ୍ ତଥା ଅନ୍ୟ ବାରଣ ଜିନିଷ ସବୁକୁ ଚିହ୍ନଟ କରିବା ପାଇଁ ମଧ୍ୟ ଖୁବ୍ ଶୀଘ୍ର ବ୍ୟବସ୍ଥା କରାଯାଉଛି ।ଯାହାଦ୍ଵାରା ଭିଡ ନିୟନ୍ତ୍ରଣ ରେ ଏକ ବଡ ଶୃଙ୍ଖଳା ଆସିବ ବୋଲି ଆଶା କରାଯାଉଛି ।

ଅନ୍ୟପଟରେ ଏକ ସରଳ ଆପ ମାଧ୍ୟମରେ ଦର୍ଶନ(Darshan System) ପାଇଁ ଘରୁ ବାହାରିବା ପୂର୍ବରୁ ସମସ୍ତ ସୂଚନା ଆଗୁଆ ପାଇପାରିବେ ଶ୍ରଦ୍ଧାଳୁ ।ଏନେଇ ଏକ ଆପ ର ଡିଜାଇନ୍ ପ୍ରସ୍ତୁତ କରାଯିବାକୁ ଚିନ୍ତା କରାଯାଇଛି।ଏହି ଆପ ମାଧ୍ୟମରେ ଟ୍ରାଫିକ ରେ ଥିବା ଭିଡ଼,ପାର୍କିଂ ସ୍ଥଳର ସ୍ଥିତି ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ନୀତିକାନ୍ତି ,ଭକ୍ତ ନିବାସ ବୁକିଂ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ତଥା ସ୍ଵର୍ଗଦ୍ଵାର ବୁକିଂ ସୁବିଧା ମଧ୍ୟ ପାଇପାରିବେ ଶ୍ରଦ୍ଧାଳୁ ।

ଏମିତି କି ନିଷିଦ୍ଧାଞ୍ଚଳ ରେ ଡ୍ରୋନ ଉଡ଼ିଲେ ପ୍ରଶାସନ ତାହାର ଡାଟା ମଧ୍ୟ ଏହି ଆପ ମାଧ୍ୟମରେ ପାଇପାରିବ ।ଅନ୍ୟପଟରେ ଭକ୍ତ ଙ୍କ ଗଣନା ରଖିବା ପାଇଁ ଫୁଟ୍ ଫଲ ସିଷ୍ଟମ ପାଇଁ ଟେଣ୍ଡର ଡକାଯାଇଛି । ଭକ୍ତଙ୍କ ଗଣନା ରଖିବା ସହ ନିଷିଦ୍ଧ ସାମଗ୍ରୀ ଗୁଡିକ ଚିହ୍ନଟ କରିବାରେ ଏହା ସହାୟକ ହେବ ।ଯାହାଫଳରେ ଶ୍ରୀମନ୍ଦିର ଭିତର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ସୁଦୃଢ଼ ହେବ।ତେବେ ଗତ ରଥଯାତ୍ରା ସମନ୍ଵୟ ବୈଠକରେ ନୂଆ କରି ହେବାକୁ ଥିବା ଆପ ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

ଦିନକୁ ଦିନ ଶ୍ରୀମନ୍ଦିରରେ ଭକ୍ତ ଙ୍କ ଗହଳି କୁ ଦୃଷ୍ଟିରେ ରଖିଲେ ଏଭଳି ପଦକ୍ଷେପ ଫଳପ୍ରଦ ହେବା ସହ ଭିଡ ନିୟନ୍ତ୍ରଣ ଦିଗରେ ଏକପ୍ରକାର ନୂଆ ଆଶା ସଞ୍ଚାର ହୋଇଛି।

Also Read: Sajana Saga Benefits: ସଜନା ଶାଗରେ ରହିଛି ଏହିସବୁ ପୋଷକ ତତ୍ତ୍ୱ, ଖାଇବା ମାତ୍ରେ ମିଳିଥାଏ ୫ଟି ବଡ଼ ଫାଇଦା

Also Read: Mpox Virus: କୋରୋନା ଠାରୁ ଘାତକ ହେଲାଣି ଏମପକ୍ସ ଭାଇରସ, ୧୩ଟି ଦେଶରେ ଆତଙ୍କ