Advertisement
Article Detail0/zeeodisha/odisha2310739
Zee OdishaOdisha StateOdisha News: ଏଏନ୍ଏମଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ ବିପିଏମଙ୍କ ବିରୋଧରେ ଥାନାରେ ଏତଲା

Odisha News: ଏଏନ୍ଏମଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ ବିପିଏମଙ୍କ ବିରୋଧରେ ଥାନାରେ ଏତଲା

Odisha News: ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ବିପିଏମ୍ ଶାନ୍ତନୁ ସାହୁ ଏଏନ୍ଏମ୍ ପୁଷ୍ପାଞ୍ଜଳୀଙ୍କୁ ପଛରୁ ଡାକି ଜାତିଆଣ ଆକ୍ଷେପ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏଥିସହିତ ତତେ ମୁଁ ଏଠୁ ବଦଳି କରିଛି ଏବଂ ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ତୋ ପୁଅକୁ ମାଓବାଦୀ ଲଗେଇ ଉଡେଇ ଦେବି ବୋଲି ସମ୍ପୃକ୍ତ ବିପିଏମ୍ ଶାନ୍ତନୁ ସାହୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୁଷ୍ପାଞ୍ଜଳି ଦିଗାଳ।

Odisha News: ଏଏନ୍ଏମଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ଆକ୍ଷେପ ଅଭିଯୋଗ ବିପିଏମଙ୍କ ବିରୋଧରେ ଥାନାରେ ଏତଲା

Odisha News: ଏଏନ୍ଏମ୍ ଙ୍କୁ ବିପିଏମଙ୍କ ଦୁର୍ବ୍ୟବହାର ଅଭିଯୋଗ । ଏନେଇ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏନ୍ଏମ୍ । ଅଭିଯୋଗ ପ୍ରକାରେ କୋଟଗଡ଼ ଥାନା କେସ୍ ନଂ ୮୬/୨୦୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି କୋଟଗଡ଼ ପୋଲିସ୍ । ଘଟଣା ପ୍ରକାରେ ବର୍ତ୍ତମାନ ବାଲିଗୁଡ଼ା ଅଞ୍ଚଳରେ କାର୍ଯ୍ୟରତ ଏଏନ୍ଏମ୍ ପୁଷ୍ପାଞ୍ଜଳି ଦିଗାଳ ଗତ ୨୪ ତାରିଖରେ ବ୍ୟକ୍ତିଗତ କାମରେ ନିଜ ଗାଁ କୋଟଗଡ଼କୁ ଯାଇଥିଲେ ଏବଂ କୋଟଗଡ଼ ଡାକ୍ତରଖାନା ପରିସରରେ ରହୁଥିବା ଜଣେ ସମ୍ପର୍କୀୟଙ୍କୁ ଦେଖାକରି ଫେରୁଥିଲେ।

 ସେହି ସମୟରେ ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ବିପିଏମ୍ ଶାନ୍ତନୁ ସାହୁ ଏଏନ୍ଏମ୍ ପୁଷ୍ପାଞ୍ଜଳୀଙ୍କୁ ପଛରୁ ଡାକି ଜାତିଆଣ ଆକ୍ଷେପ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏଥିସହିତ ତତେ ମୁଁ ଏଠୁ ବଦଳି କରିଛି ଏବଂ ସୁବର୍ଣ୍ଣଗିରି ଡାକ୍ତରଖାନାରେ କାର୍ଯ୍ୟରତ ତୋ ପୁଅକୁ ମାଓବାଦୀ ଲଗେଇ ଉଡେଇ ଦେବି ବୋଲି ସମ୍ପୃକ୍ତ ବିପିଏମ୍ ଶାନ୍ତନୁ ସାହୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୁଷ୍ପାଞ୍ଜଳି ଦିଗାଳ। ଅନ୍ୟପଟେ ଜାତିଆଣ ଆକ୍ଷେପ କଥା ଲିଖିତ ଅଭିଯୋଗରେ ଦର୍ଶାଇଥିଲେ ମଧ୍ୟ ଥାନା ଅଧିକାରୀ ସେନେଇ କୌଣସି ଦଫା ଲଗାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ କରିବା ସହ ନ୍ୟାୟ ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ଦିଗାଳ।

Add Zee News as a Preferred Source
About the Author