Odisha News: ଅବହେଳିତ ଅବସ୍ଥାରେ ଜାଗୁଳାଇପାଟଣାର ଅନନ୍ତ ପୁରୁଷୋତ୍ତମ ମନ୍ଦିର
Advertisement
Article Detail0/zeeodisha/odisha2035415

Odisha News: ଅବହେଳିତ ଅବସ୍ଥାରେ ଜାଗୁଳାଇପାଟଣାର ଅନନ୍ତ ପୁରୁଷୋତ୍ତମ ମନ୍ଦିର

Odisha News: ଖୋର୍ଦ୍ଧା ସହର ଠାରୁ ମାତ୍ର ୫ କିଲୋମିଟର ଦୂର ଜାଗୁଳାଇପାଟଣା ଠାରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମଙ୍କ ମନ୍ଦିର (Ananta Purushottam temple) ରହିଛି । ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମୂର୍ତ୍ତି ପୂଜା ପାଆନ୍ତି। ବହୁ ଦାବି ଓ ଆନ୍ଦୋଳନ ପରେ ଏହି ପୀଠଟି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୩ ମସିହା ଜୁଲାଇ ୨୭ ତାରିଖରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା । 

Odisha News: ଅବହେଳିତ ଅବସ୍ଥାରେ ଜାଗୁଳାଇପାଟଣାର ଅନନ୍ତ ପୁରୁଷୋତ୍ତମ ମନ୍ଦିର

Odisha News: ଖୋର୍ଦ୍ଧା ସହର ଠାରୁ ମାତ୍ର ୫ କିଲୋମିଟର ଦୂର ଜାଗୁଳାଇପାଟଣା ଠାରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମଙ୍କ ମନ୍ଦିର (Ananta Purushottam temple) ରହିଛି ।  ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କ ମୂର୍ତ୍ତି ପୂଜା ପାଆନ୍ତି। ବହୁ ଦାବି ଓ ଆନ୍ଦୋଳନ ପରେ ଏହି ପୀଠଟି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୩ ମସିହା ଜୁଲାଇ ୨୭ ତାରିଖରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ କେବଳ ଗୋଟଏ ପର୍ଯ୍ୟଟନ ସ୍ଥଳୀର ବୋର୍ଡ଼ ମାରିଦେଇ କାର୍ଯ୍ୟ ସାରି ଦେଇଛି ପର୍ଯ୍ୟଟନ ବିଭାଗ ।  ପର୍ଯ୍ୟଟନସ୍ଥଳୀର ବିକାଶ ହେବା ତ ଦୂରର କଥା, ଏଠାରେ ମାଟି ଗାଣ୍ଡୁଆଟି ଆଜି ପର୍ଯ୍ୟନ୍ତ ପଡ଼ିଲାନାହିଁ । ମନ୍ଦିରରେ ପରିସରରେ କୌଣସି ବିକାଶ ମୂଳକ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଓ ମନ୍ଦିର କମିଟିର ସଦସ୍ୟମାନେ ବାରମ୍ବାର ଆପତି ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ଗୋଟିଏ ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯାହାକୁ ନେଇ ପୂଜାକଙ୍କ ଠାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଉଛନ୍ତି । ହେଲେ ଏହି ଅନନ୍ତ ପୁରୁଷୋତମ ପୀଠଟି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ଆଢୁଆଳରେ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ପଡ଼ିରହିଛି । ନାଁ ଏଠାରେ ରହିଛି ପାନ୍ଥିକା, ନାଁ ନିର୍ମାଣ ହୋଇଛି ଶୌଚାଳୟ । ଅନ୍ୟପଟେ ଏହାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା କଥା ସମସ୍ତେ କହୁଛନ୍ତି । ହେଲେ ଟଙ୍କା କେଉଁଠି ଅଛି ଏବଂ କେଉଁ କାର୍ଯ୍ୟରେ ସେହି ଟଙ୍କା ଖର୍ଚ୍ଚ ହେଉଛି, ତାହା କେହି ଜାଣି ନାହାନ୍ତି । ସେପଟେ ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି, ଜାଗୁଳାଇପାଟଣା ମନ୍ଦିର ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର ହୋଇସାରିଛି । ଖୁବଶୀଘ୍ର ସେଠାରେ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଛନ୍ତି । ଖୋର୍ଦ୍ଧା ଜିଲ୍ଳାରେ ଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନନ୍ତ ପୁରୁଷୋତମ ପୀଠଟି ସଂପୁର୍ଣ୍ଣ ଅବହେଳିତ । ଯଦି ରାଜ୍ୟ ସରକାର ଏହି ପୀଠଟିର ପୁର୍ନଉଦ୍ଧାର କରନ୍ତେ, ତେବେ ଅଧିକରୁ ଅଧିକ ପର୍ଯ୍ୟଟକ ଏହି ପୀଠକୁ ଆସିପାରନ୍ତେ ଓ ପ୍ରଭୁଙ୍କ ରୀତିନୀତି ସୁଚାର ରୂପେ ଚାଲିପାରନ୍ତା ।