Angul Weather: ଅନୁଗୋଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର, ପଛରେ ପଡିଲା ଦିଲ୍ଲୀ
Advertisement
Article Detail0/zeeodisha/odisha2052556

Angul Weather: ଅନୁଗୋଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର, ପଛରେ ପଡିଲା ଦିଲ୍ଲୀ

 ପରିବହନ ସମୟରେ କିଛି କୋଇଲା ବୋଝେଇ ଗାଡ଼ି ଉପରେ ପାଲ ଘୋଡାଉ ନଥିବାରୁ କୋଇଲା ଗୁଣ୍ଡ ଉଡ଼ି ବାୟୁମଣ୍ଡଳରେ ମିଶୁଛି। ଯାହା ଫଳରେ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗୁଛି। 

Angul Weather: ଅନୁଗୋଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର, ପଛରେ ପଡିଲା ଦିଲ୍ଲୀ

Angul Weather: ଓଡ଼ିଶାରେ ବାୟୁ ମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଅନୁଗୋଳ ସ୍ଥିତି ସାଂଘାତିକ ବର୍ଗରେ ରହିଥିଲା। କଟକ, ବାଲେଶ୍ୱର, ଭୁବନେଶ୍ୱର, ବାରିପଦା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବାୟୁମଣ୍ଡଳରେ ଘୂରି ବୁଲୁଥିବା ପ୍ରତିଟି ଧୂଳିକଣା ଏବେ ଲୋକଙ୍କ ଜୀବନ ନେବାକୁ ଲାଗିଛି। ସହରବାସୀ ଶ୍ୱାସ ରୋଗରେ ପଡ଼ିବା ସହିତ ପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିବା ନଜରକୁ ଆସିଛି। ତେବେ ସବୁଠାରୁ ବଡ଼ କାରଣ ହେଉଛି ଦେଶର ସର୍ବାଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ଓଡ଼ିଶାର ୪ଟି ସ୍ଥାନ ରହିଛି। ସୋମବାର ଅନୁଗୋଳର ଏକ୍ୟୁଆଇ ୩୫୨ ରହିଥିବା ବେଳେ ମଙ୍ଗଳବାର ୩୫୭ରେ ପହଞ୍ଚିଛି। ଅନୁଗୋଳ ଉପରକୁ ନୋଏଡ଼ା ରହିଥିଲା।  

ନୋଏଡ଼ାର ପ୍ରଦୂଷଣ ମାତ୍ରା ୩୫୯ ରହିଥିବା ବେଳେ ଦିଲ୍ଲୀର ୩୪୩ ଏକ୍ୟୁଆଇ ରହିଥିଲା। କଟକ ଓ ଭୁବନେଶ୍ୱର ଆଜି ବି ଜଟିଳ ସ୍ଥିତିରେ ରହିଛି। କଟକ ଓ ବାଲେଶ୍ୱର ଏକ୍ୟୁଆଇ ମାତ୍ରା ୩୩୮ ରହିଥିବା ବେଳେ ଭୁବନେଶ୍ୱରରେ ୩୩୪, ବାରିପଦାରେ ୩୨୧ ରହିଥିଲା। ସେହିପରି କେନ୍ଦୁଝର ଓ ତାଳଚେରର ପ୍ରଦୂଷଣ ମାତ୍ରା ଯଥାକ୍ରମେ ୨୮୫ ଓ ୨୭୮ ରହିଥିଲା। 

ଅନୁଗୋଳ ସହିତ ତାଳଚେରରେ ମଧ୍ୟ ହୁ ହୁ ହୋଇ ବଢୁଛି ପ୍ରଦୂଷଣ। ଅନୁଗୋଳ ଜିଲ୍ଲାର ତାଳଚେର, କଣିହାଁ, ଛେଣ୍ଡିପଦା ବ୍ଲକରେ କୋଇଲା ଖଣି ଥିବାରୁ ଏହି ଅଞ୍ଚଳରେ ବ୍ୟାପକ ମାତ୍ରାରେ କୋଇଲା ଖନନ କାର୍ଯ୍ୟ କରାଯାଉଛି। ଫଳରେ ବାୟୁମଣ୍ଡଳରେ ବିଷାକ୍ତ ଧୂଳିକଣାରେ ଭର୍ତ୍ତି ହେଉଛି। ପରିବହନ ସମୟରେ କିଛି କୋଇଲା ବୋଝେଇ ଗାଡ଼ି ଉପରେ ପାଲ ଘୋଡାଉ ନଥିବାରୁ କୋଇଲା ଗୁଣ୍ଡ ଉଡ଼ି ବାୟୁମଣ୍ଡଳରେ ମିଶୁଛି। ଯାହା ଫଳରେ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗୁଛି।