ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ: ୪ଟା ଯାଏଁ ଗୃହ ମୁଲତବୀ
Advertisement
Article Detail0/zeeodisha/odisha2393240

ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ: ୪ଟା ଯାଏଁ ଗୃହ ମୁଲତବୀ

Assembly: ଗତକାଲି ବିଧାନସଭା ଆରମ୍ଭରୁ ବିରୋଧୀ କଲେଜ ନିର୍ବାଚନ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ, ଏଏସ୍‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ଇତ୍ୟାଦି ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଥିଲେ।

ଦ୍ବିତୀୟ ଦିନରେ ବି ଚାଲିପାରିଲାନି ଗୃହ: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ଵର: ଆଜି ବିଧାନସଭାର ଦ୍ୱିତୀୟ ଦିନ। ଏହି ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଛନ୍ତି। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ଦୁଇହାତ ହଲାଇ ଆଗରେ ଜନଜାତିଙ୍କ ସୁରକ୍ଷା ଦାବି କରୁଥିବା ବେଳେ ବିଧାୟକମାନେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରି ଗୃହରେ ହୋହଲ୍ଲା କରିଥିଲା ବିଜେଡି। ଏ ନେଇ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ୪ଟା ଯାଏ ଗୃହମୁଲତବୀ ଘୋଷଣା କରିଛନ୍ତି। 

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟ ହୋ-ହାଲ୍ଲା ଏବଂ ନାରାବାଜି କରିଥିଲେ। ଯାହାଫଳରେ ଗୃହକୁ ପ୍ରଥମ ୧୧ଟା ୩୦ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହି ସମୟ ବିତିବା ପରେ ପୁଣି ଥରେ ଆରମ୍ଭ ହୋଇଥିଲା ବିଧାନସଭା କାର୍ଯ୍ୟ, ହେଲେ ଚିକିଟି ମଦମୃତତ୍ୟୁର ଆର୍‌ଡିସି ସ୍ତରୀୟ ତଦନ୍ତ କରୁଥିଲା ବିଜେଡି। ଆଉ ସେପଟେ ଜନଜାତିଙ୍କୁ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକ ଗୃହରେ ହୋହାଲ୍ଲା କରିଥିଲେ। ଏପିରିକି ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ଶେଷରେ ବାଧ୍ୟ ହୋଇ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ମଙ୍ଗଳବାର ପରି ଆଜି ଗୃହରେ ସମାନ ଅବସ୍ଥା ଦେଖାଦେଇଛି। 

ତେବେ ଗତକାଲି ବିଧାନସଭା ଆରମ୍ଭରୁ ବିରୋଧୀ କଲେଜ ନିର୍ବାଚନ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ, ଏଏସ୍‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ଇତ୍ୟାଦି ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବ ଆଗତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କହିଥିଲେ। ବିଧାନସଭାରେ ୧୦ମିନିଟ୍‌ ଧରି ଶୋକ ପ୍ରସ୍ତାବ ଆଲୋଚନା ପରେ ୧୦ଟା ୪୦ମିନିଟ୍‌ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।