Odisha News: ଗାଁ ଭିତରେ ପଶିଲେ ୭୦ ବଣୁଆ ହାତୀ
Advertisement
Article Detail0/zeeodisha/odisha2217280

Odisha News: ଗାଁ ଭିତରେ ପଶିଲେ ୭୦ ବଣୁଆ ହାତୀ

Odisha News: ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଚାଷୀପଡାରେ ଓ ଅପରାହ୍ନ ସମୟରେ କାନପୁର ଅଞ୍ଚଳରେ ଏହି ହାତୀ ପଲରୁ କିଛି ହାତୀ ଆସି କାନପୁର ପୋଖରୀରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା ।

Odisha News: ଗାଁ ଭିତରେ ପଶିଲେ ୭୦ ବଣୁଆ ହାତୀ

Odisha News: ଗାଁରେ ପଶିଲେ ହାତୀ ପଲ । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ସିମାନ୍ତରେ ଥିବା ଚାଷୀପଡ଼ା ଗାଁରେ ୭୦ ଟିକିଆ ହାତୀପଲ ପଶିଥିବା ସୂଚନା ମିଳିଛି। ସୋମବାର ସକାଳେ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଚାଷୀପଡାରେ ଓ ଅପରାହ୍ନ ସମୟରେ କାନପୁର ଅଞ୍ଚଳରେ ଏହି ହାତୀ ପଲରୁ କିଛି ହାତୀ ଆସି କାନପୁର ପୋଖରୀରେ ପାଣି ପିଉଥିବା ଦେଖିବାକୁ ମିଳିଥିଲା ।

ହାତୀପଲ ଝାଡ଼ଖଣ୍ଡ ରାଜ୍ୟରୁ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ଦେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଥିବା ଜଣାପଡ଼ିଛି । ପ୍ରତ୍ୟେକ ବର୍ଷ ଚାଷ ଅମଳ ସମୟରେ ଏମାନେ ଦଳବଦ୍ଧ ହୋଇ ଆସି ବ୍ୟାପକ ଫସଲ ସହିତ ଧନ ଜୀବନ ନଷ୍ଟ କରିଆନ୍ତି । ଏମାନଙ୍କୁ ରୋକିବା ପାଇଁ ସରକାର କୌଣସି ସ୍ଥାୟୀ ପ୍ରତିକାର କରୁନଥିବାବେଳେ ହାତୀପଲ ଦେଖି ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।

ହାତୀପଲ ଦିନରେ ସ୍ଥାନୀୟ ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଗାଁ ମୁହାଁ ହୋଇ ଚାଷ ଜମି ଉଜାଡ଼ିବା, ଘର ଭାଙ୍ଗିବା ଓ ଲୋକଙ୍କୁ ଆକ୍ରମଣ କରିଥାଆନ୍ତି । ଏତେ ସବୁ ପରେ ବାରମ୍ବାର ବନ ବିଭାଗ ହାତୀ ଘଉଡାଇରେ ବିଫଳ ହେଉଛନ୍ତି । ତୁରନ୍ତ ହାତୀପଲକୁ ଗାଁ ଭିତରୁ ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ବନ ବିଭାଗକୁ ଦାବି କରିଛନ୍ତି ।