Odisha News: ବରଗଡ ଜିଲ୍ଲାରେ ଆତଙ୍କ ଖେଳାଇଛି ସ୍କ୍ରବ୍‌ ଟାଇଫସ୍‌ ରୋଗ।  ଏହି ରୋଗ ନେଲାଣୀ ୩ ଜୀବନ। ଯାହାକୁ ନେଇ ପୂରା ଜିଲ୍ଲାରେ କୋକୁଆଭୟ ଦେଖାଦେଇଛି। ଏପଟେ ରୋଗ ନିୟନ୍ତ୍ରଣ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଛି।  ସ୍କ୍ରବ୍‌ ଟାଇଫସ୍‌ ରେ ମୃତ୍ୟୁ ବରଣ କରିଥିବା ମୃତକମାନେ ହେଲେ, ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗାଁର ସରୋଜ ପ୍ରଧାନ(୪୨), ପଦ୍ମପୁରର ସଖୀ ପ୍ରଧାନ(୭୦) ଓ  ପଦ୍ମପୁରର ଶିଖା ରଣା(୧୬)।


COMMERCIAL BREAK
SCROLL TO CONTINUE READING

ALSO READ: Gold Rate Today: ପାର୍ବଣ ପୂର୍ବରୁ ଖସିଲା ସୁନା ରେଟ୍, ୫୫ ହଜାର ତଳେ ଭରି ପିଛା ମୂଲ୍ୟ


ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ...


 


 ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡ଼ଙ୍ଗୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୦ ତାରିଖ ସୁଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୨୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।  ସେମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏ-ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୌଣସି ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଭର୍ତ୍ତି ହୋଇ ନ ଥିବା ସେ କହିଛନ୍ତି। ସ୍କ୍ରବ୍‌ ଟାଇଫସ୍‌ ପରୀକ୍ଷା ପାଇଁ ଜିଲ୍ଲାର ସବ୍‌ -ସେଣ୍ଟର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍ଦିଷ୍ଟ କିଟ୍‌ ପଠାଯାଇଛି । ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଲିସା ଟେଷ୍ଟ କରାଯାଉଛି। କେବଳ ସେତିକି ନୁହେଁ,  ସ୍କ୍ରବ୍‌ ଟାଇଫସ୍‌ ନେଇ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।