Advertisement
Photo Details/zeeodisha/odisha2426200
photoDetails0hindi

Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ...

Shani Budh Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅତି ନିଷ୍ଠୁର ଗ୍ରହ ଭାବରେ ବିବେଚନା କରାଯାଏ। ବର୍ତ୍ତମାନ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତାମାସ (ଅକ୍ଟୋବର ୧୦) ତାରିଖ ସକାଳ ୭ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ବୁଧ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଏହି ଅପୂର୍ବ ମିଳନ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଶନି-ବୁଧଙ୍କ ସ୍ଥିତି ଜାତକ ବା ରଶିରେ ମଜବୁତ୍ ସ୍ଥିତିରେ ରହିଲେ ବ୍ୟକ୍ତି ଜଣକ ଜୀବନରେ ସୁଖି ଓ ଧନୀ ମଧ୍ୟ ହୋଇଥାଆନ୍ତି ବୋଲି ବିଶ୍ବାସ ରହିଛି । ତେବେ, ଆସନ୍ତୁ ଜାଣିବା ବୁଧ-ଶନି କେଉଁ ସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି ।....

1/5
ବୃଷ : ଶନି ଓ ବୁଧଙ୍କ ଏହି ମିଳନ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ଅବଧି ମଧ୍ୟରେ ଆର୍ଥିକ ଅବସ୍ଥାରେ ବେଶ୍ ସୁଧାର ଆସିବ। ଦିର୍ଘ ଦିନର ଆଶା ପୂରଣ ହେବା ସହ ଯେଉଁମାନେ ଚାକିରି କରୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବା। ଆୟ-ବ୍ୟୟ ସମାନ ରହିବ। 

ALSO READ:  Surya Gochar 2024: ସେପ୍ଟେମ୍ବର ୧୬ରେ କନ୍ୟାକୁ ଚଳନ କରିବେ ସୂର୍ଯ୍ୟ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ:  Guru Vakri 2024: ବୃହସ୍ପତିଙ୍କ ଓଲଟା ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସାଙ୍ଗକୁ...

2/5
ମିଥୁନ:  ଶନି -ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆସିବ। ବିଶେଷକରି, ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ଖୁବଶିଘ୍ର ପୂରଣ ହେବ।  ବିଦେଶରେ ପାଠ ପଢିବାର ସୁଯୋଗ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ନିଜ ସାଥୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଏବଂ ଦାମୀ ଉପହାର ମଧ୍ୟ ପାଇପାରନ୍ତି। ଯେଉଁମାନେ ରିୟଲି-ଇଷ୍ଟେଟ୍ ବ୍ୟବସାୟ କରୁଛନ୍ତି। ସେମାନେ ଏହି ଅବଧି ମଧ୍ୟରେ ନୂତନ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ କମିଶନ ମିଳିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। 

3/5
ବିଛା: ଏ-ହି ରାଶିର ଲୋକଙ୍କ ପାଇଁ ଆସନ୍ତାମାସ ଅତ୍ୟନ୍ତ ମଙ୍ଗଳମୟ ହେବାକୁ ଯାଉଛି। ଶନି-ବୁଧଙ୍କ ଆର୍ଶିବାଦରୁ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ସମାଧାନ ଘଟିବ। ସରକାରୀ ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପଦୋନ୍ନତି ସହ ଦରମା ବଢିବ। ନିଜ ପରିବାର ଲୋକଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ନିଜ ସମ୍ପର୍କୀୟ ମାନଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ପିତାମାତାଙ୍କ ସ୍ବାସ୍ଥ୍ୟ ବସ୍ଥାକୁ ନେଇ ଚିନ୍ତାରେ ରହିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଘରକୁ ଆସିପାରେ। 

4/5

କୁମ୍ଭ: ଶନି-ବୁଧଙ୍କ କୃପାରୁ ଉଦୟ ହେବାକୁ ଯାଇଛି ଏହି ରାଶିର ଭାଗ୍ୟ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟୀମାନେ ଆର୍ଥିକ ଦେଣନେଣ କରିବା ପାଇଁ ସମୟ ଭଲ ରହିବ। ସେୟାର ମାର୍କେଟ୍ , ଲଟେରୀରୁ ଲାଭବାନ୍ ହେବେ। ପୁଞ୍ଚି ବିନିଯୋଗ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କୌଣସି ସଂସ୍ଥାରେ ଟଙ୍କା ଲଗାଇଲେ ଅଧିକ ଲାଭ ପାଇବେ। ଏହି ସମୟ ମଧ୍ୟରେ ନୂଆ ଗାଡି କିମ୍ବା ଜମି କିଣିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା। ହେଲେ କିନ୍ତୁ ପ୍ରେମୀ ମାନଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। 

5/5
ମୀନ:  ଶନି ଓ ବୁଧ ୟୁତି ବା ଏହି ଦୁର୍ଲଭ ସଂଯୋଗରୁ ଅତ୍ୟନ୍ତ ଲାଭବାନ୍ ହେବେ ଏହି ରାଶିର ବ୍ୟକ୍ତି ବିଶେଷ। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। କୌଣସି ସ୍ଥାନରୁ ଭଲ ନିଯୁକ୍ତି ଅଫର ମିଳିପାରେ । ପୈତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ନିଜ ସନ୍ତାନ ସନ୍ତତିଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ।      ​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)