Advertisement
Photo Details/zeeodisha/odisha2426255
photoDetails0hindi

Gold Rate Today: ପାର୍ବଣ ପୂର୍ବରୁ ଖସିଲା ସୁନା ରେଟ୍, ୫୫ ହଜାର ତଳେ ଭରି ପିଛା ମୂଲ୍ୟ

Gold Rate Today: ଗ୍ରାହକଙ୍କ ପାଇଁ ଖୁସି ଖବର। ପାର୍ବଣ ପୂର୍ବରୁ ଖସିଲା ସୁନା ରେଟ୍। ଗତକାଲି ସୁନାରେଟ୍ ବଢି ଥିବା ବେଳେ ଆଜି ଦର ଖସିଛି। ଯାହା ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା-ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ଆଜିର ଦର?

1/5

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୧୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ହ୍ରାସ ପାଇଛି। 

ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ...

ALSO READ: Surya Gochar 2024: ସେପ୍ଟେମ୍ବର ୧୬ରେ କନ୍ୟାକୁ ଚଳନ କରିବେ ସୂର୍ଯ୍ୟ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

2/5

ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୩୦୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ହ୍ରାସ ପାଇଛି। 

 

3/5

ସେପଟେ ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୧୫୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ହ୍ରାସ ପାଇଛି। 

 

4/5

ଦକ୍ଷିଣ ଭାରତର ପ୍ରମୁଖ ସହରରେ ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୧୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା କମିଛି।

 

5/5

ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୧୫୦ ଓ ୧୮ କ୍ୟାରେଟ୍ ର ଦାମ୍ ୫୪,୮୬୦ ଟଙ୍କା ରହିଛି। ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଟଙ୍କା ଖସିଥିବା ବେଳେ ୧୮ କ୍ୟାରେଟ୍ ରେ ୮୦ ଟଙ୍କା ହ୍ରାସ ପାଇଛି।