Prayaskanti Samal: ବାରିପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରୀପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଅଡୁଆ ବଢିଛି । ଗତ ୧୬ ତାରିଖରେ ବିଧାୟକ ପ୍ରଫୁଲ୍ଲ ସାମଲ, ପୁଅ ପ୍ରୟାସକାନ୍ତି ସାମଲ ଓ କଲେଜର ପୂର୍ବତନ ଅଧ୍ଯକ୍ଷ ମନୋଜ ଗୋସ୍ବାମୀଙ୍କ ସମେତ ୭ ଜଣଙ୍କୁ ନୋଟିସ କରିଥିଲା ଇଡ଼ି । ମଙ୍ଗଳବାର ପ୍ରୟାସକାନ୍ତି ନୟାପଲ୍ଲୀ ସ୍ଥିତ ଇଡ଼ି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା ।
Trending Photos
Baripada Engineering College Land Scam: ଦିନ ସରି ରାତି ହେଲା ଦୀର୍ଘ ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡାଇ ତୁଡାଇ ପ୍ରଶ୍ନ କଲା ଇଡ଼ି । ୧୮ ଘଣ୍ଟାର ଜେରା ପରେ ଭୋର୍ ସାଢେ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ ଭଣ୍ଡାରୀପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ।
ଖବର ଅନୁଯାୟୀ, ବାରିପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରୀପୋଖରୀ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଅଡୁଆ ବଢିଛି । ଗତ ୧୬ ତାରିଖରେ ବିଧାୟକ ପ୍ରଫୁଲ୍ଲ ସାମଲ, ପୁଅ ପ୍ରୟାସକାନ୍ତି ସାମଲ ଓ କଲେଜର ପୂର୍ବତନ ଅଧ୍ଯକ୍ଷ ମନୋଜ ଗୋସ୍ବାମୀଙ୍କ ସମେତ ୭ ଜଣଙ୍କୁ ନୋଟିସ କରିଥିଲା ଇଡ଼ି । ମଙ୍ଗଳବାର ପ୍ରୟାସକାନ୍ତି ନୟାପଲ୍ଲୀ ସ୍ଥିତ ଇଡ଼ି କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ମାରାଥନ ଜେରା କରାଯାଇଥିଲା । ଇଡ଼ିର ଏକାଧିକ ଟିମ୍ ତାଙ୍କୁ ଦୁର୍ନୀତି ନେଉ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ପ୍ରୟାସକାନ୍ତିଙ୍କ ଘରେ ଚଢଉ ସମୟରେ ଜବତ ହୋଇଥିବା ତାଙ୍କୁ ମୋବାଇଲ ଫୋନରୁ ମାମଲା ସଂକ୍ରାନ୍ତରେ ଇଡ଼ି କିଛି ପ୍ରମାଣ ପାଇଥିବା ସୂଚନା ମିଳିଛି । ତେବେ ମୋବାଇଲର କିଛି ତଥ୍ୟ ଡ଼ିଲିଟ ହୋଇଥିବାରୁ ତାହାକୁ ରି-ଷ୍ଟୋର କରିବା ପାଇଁ ସାଇବର ଏକ୍ସପର୍ଟ ଟିମ୍ ପକ୍ଷରୁ ପ୍ରୟାସ କରାଯାଉଛି । ଏଥିସହ ପ୍ରୟାସକାନ୍ତି ଆଣିଥିବା କାଗଜପତ୍ରକୁ ମଧ୍ଯ ଇଡ଼ି ଟିମ୍ ଯାଞ୍ଚ କରୁଛି । ଏହାପୂର୍ବରୁ ଗତ ୨୮ ତାରିଖରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ମଧ୍ଯ ଇଡ଼ି ୮ ଘଣ୍ଟା ଜରି ଜେରା କରିଥିଲା ।
ପ୍ରୟାସକାନ୍ତିଙ୍କ ୨୦୦୮ ରୁ କଲେଜ ସୋସାଇଟିର ସଭାପତି ଦାୟିତ୍ବ ତୁଲାଉଛନ୍ତି । ସୋସାଇଟି ନାଁରେ ନାମୀ ଗାଡ଼ି ଓ ପ୍ଲଟ୍ କିଣାଯାଇ ବହୁ କୋଟି ଟଙ୍କା ହଡ଼ପ କରିଥିବା ନେଇ କଲେଜର କର୍ମଚାରୀମାନେ ବିଧାୟକ ଓ ତାଙ୍କ ପୁଅଙ୍କ ନାଁ ଅଭିଯୋଗ ଆଣିଥିଲେ । ତେବେ ଅଭିଯୋଗ ପରେ ଏହି ମାମଲାରୁ ଗୁରୁତ୍ବର ସହ ନେଇ ଇଡ଼ି ଖୋଳତାଡ଼ ଜାରି ରଖିଛି ।
ଗତ ଫେବୃୟାରୀ ୧୫ରେ ଇଡ଼ି ପକ୍ଷରୁ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ଘର, ଭୁବନେଶ୍ବର ସ୍ଥିତ ବାସଭବନ, ପ୍ରୟାସକାନ୍ତିଙ୍କ ଘର, ବାରିପଦା ଇଞ୍ଜନିୟରିଂ କଲେଜ ଆଦି ୧୦ଟି ସ୍ଥାନରେ ଏକକାଳୀନ ଚଢଉ କରାଯାଇଥିଲେ । ଏହି ଚଢଉ ବେଳେ ୯ ଲକ୍ଷ ଟଙ୍କା, ୪୦ ଲକ୍ଷ ଟଙ୍କାର ଏକ ଫର୍ଚ୍ୟୁନର କାର, ଜମି ଚୁକ୍ତି ପତ୍ର ଓ ବିଭିନ୍ନ ଦସ୍ତାବଜ୍ ଜବତ କରାଯାଇଥିଲା ।