ମୋ ବସରେ ଯାତ୍ରା କରୁଥିଲେ ସାବଧାନ ! ୩ ଲୁଟେରାଙ୍କୁ ଧରିଲା ପୋଲିସ
Advertisement
Article Detail0/zeeodisha/odisha2357225

ମୋ ବସରେ ଯାତ୍ରା କରୁଥିଲେ ସାବଧାନ ! ୩ ଲୁଟେରାଙ୍କୁ ଧରିଲା ପୋଲିସ

ଅଭିଯୋଗ ପରେ ପୋଲିସ ତୁରନ୍ତ ଆକ୍ସନ ମୁଡରେ ଆସି ସାଦା ପୋଷାକରେ ବସରେ ଯାତ୍ରା କରିବା ସହ ୩ ଜଣ ମହିଳାଙ୍କୁ ସନ୍ଦେହଜନକ ଭାବେ ଅଟକ ରଖି ପଚରାଉଚରା କରୁଛି । 

ମୋ ବସରେ ଯାତ୍ରା କରୁଥିଲେ ସାବଧାନ ! ୩ ଲୁଟେରାଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଯଦି ଆପଣ ମୋ ବସରେ ଯାତ୍ରା କରୁଛନ୍ତି ତେବେ ସାବାଧନ ହୋଇଯାନ୍ତୁ । କାରଣ ଜନଗହଳୀ ସ୍ଥାନ ଗୁଡିକରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଆଖି ପିଛୁଳାକେ ହଡପ୍ କରିନେଉଛନ୍ତି ଯାତ୍ରୀଙ୍କ ସାମଗ୍ରୀ ସହ ପର୍ସ, ସୁନା ଗହଣା ସହ ଓ ଅନ୍ୟାନ୍ୟ ଜିନିଷ । ଏପରି ଏକ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ ।

ସୂଚନା ମୁତାବକ, ଗତକାଲି ଜଣେ ଯାତ୍ରୀ ମୋ ବସରୁ ଲୁଟର ଶିକାର ହେବା ପରେ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ, ନୟାପଲ୍ଲୀ ଦୁର୍ଗାମଣ୍ଡପ ନିକଟରେ ଥିବା ନାବାର୍ଡ ସ୍ଥିତ 'ମୋ ବସ' ରହଣି ସ୍ଥାନରେ ଓହ୍ଲାଇବା ପରେ ଯାତ୍ରୀଙ୍କ ପକେଟରୁ ୨୫ ହଜାର ଟଙ୍କା ପକେଟମାର୍ ହୋଇଯାଇଥିଲା । ଅଭିଯୋଗ ପରେ ପୋଲିସ ତୁରନ୍ତ ଆକ୍ସନ ମୁଡରେ ଆସି ସାଦା ପୋଷାକରେ ବସରେ ଯାତ୍ରା କରିବା ସହ ୩ ଜଣ ମହିଳାଙ୍କୁ ସନ୍ଦେହଜନକ ଭାବେ ଅଟକ ରଖି ପଚରାଉଚରା କରୁଛି । ଯାହା ଜଣାପଡିଛି କିଛି ମହିଳା ଛତିଶଗଡରୁ ଭୁବନେଶ୍ୱର ଆସି ବିଭିନ୍ନ ଜନଗହଳୀପୂର୍ଣ୍ଣ ସ୍ଥାନରେ ରହି ବସଯାତ୍ରୀଙ୍କଠାରୁ ଲୁଟପାଟ୍ କରୁଛନ୍ତି ।

Also Read- କଟକ ମେୟରଙ୍କୁ ଓସିଏ ସଂପାଦକଙ୍କ ସମାଲୋଚନା

Also Read- ୧୩ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ