କଟକ ମେୟରଙ୍କୁ ଓସିଏ ସଂପାଦକଙ୍କ ସମାଲୋଚନା
Advertisement
Article Detail0/zeeodisha/odisha2357190

କଟକ ମେୟରଙ୍କୁ ଓସିଏ ସଂପାଦକଙ୍କ ସମାଲୋଚନା

ସୁବାସଙ୍କୁ ସମାଲୋଚନା କରି ସଞ୍ଜୟ କହିଛନ୍ତି ଯେ, କ୍ରିକେଟରେ ରାଜନୀତି ପୂରାଇବା ଉଚିତ ନୁହେଁ ।

କଟକ ମେୟରଙ୍କୁ ଓସିଏ ସଂପାଦକଙ୍କ ସମାଲୋଚନା

ଭୁବନେଶ୍ୱର: ବାରବାଟୀ ସଂପ୍ରସାରଣ ପ୍ରସଙ୍ଗରେ ଆଜି କଟକ ମେୟର ସୁବାସ ସିଂଙ୍କ ଉପରେ ବର୍ଷିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା ।  ସୁବାସଙ୍କୁ ସମାଲୋଚନା କରି ସଞ୍ଜୟ କହିଛନ୍ତି ଯେ, କ୍ରିକେଟରେ ରାଜନୀତି ପୂରାଇବା ଉଚିତ ନୁହେଁ । ବାରବାଟୀ ସଂପ୍ରସାରଣ ବାବଦରେ ପୂର୍ବ ସରକାରଙ୍କ ସହ କୌଣସି ପ୍ରକାରର ଚୁକ୍ତି ହୋଇନଥିଲା ବୋଲି ସଞ୍ଜୟ ଗଣମାଧ୍ୟମରେ କହିଛନ୍ତି ।

କେବଳ ସେତିକି ନୁହେଁ ବାରବାଟି ସମ୍ପର୍କରେ କୌଣସି ବ୍ୟୟବରାଦ କିମ୍ୱା ଚୁକ୍ତି ହୋଇନଥିଲା ବୋଲି କହିଛନ୍ତି ଓସିଏ ସଂପାଦକ । ପୂର୍ବ ସରକାର ଆନୁଷଙ୍ଗିକ ସାହାଯ୍ୟ ଯୋଗାଇବେ ବୋଲି କହିଥିଲେ କିନ୍ତୁ ଏନେଇ କୌଣସି ଲିଖିତ ଚୁକ୍ତିନାମା ହୋଇନଥିଲା । 'BCCI ଓ OCA ସହଯୋଗରେ ଷ୍ଟାଡିଅମ ସଂପ୍ରସାରଣ ହୋଇଥାଆନ୍ତା ବୋଲି ସଞ୍ଜୟ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି କଟକ ମେୟର ସୁବାସ ସିଂ କଟକ ବାରବାଟି ସମ୍ପର୍କରେ ମୁହଁ ଖୋଲି ଶାସକ ଦଳକୁ ଟାର୍ଗେଟ୍ କରିଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

Also Read- ୧୩ କ୍ୱିଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ

Also Read- Guru Gochar 2024: ଅଗଷ୍ଟରେ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ଟି ରାଶିର ଭାଗ୍ୟରେ ଧନ