Advertisement
Article Detail0/zeeodisha/odisha2473049
Zee OdishaOdisha Stateଭରତପୁର ଥାନା ମାମଲା, ସରିଲା ଦୀନକୃଷ୍ଣଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ

ଭରତପୁର ଥାନା ମାମଲା, ସରିଲା ଦୀନକୃଷ୍ଣଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ

Bharatpur police station: ପୁଲିସ ଅଧିକାରୀମାନଙ୍କର ଏହି ଟେଷ୍ଟସବୁ ସୁରୁଖୁରୁରେ ସରିଥିବା କୁହାଯାଉଛି। ବିଶେଷଜ୍ଞମାନଙ୍କ ପ୍ରଶ୍ନ ଓ ଉତ୍ତର ସଂଗ୍ରହ ହୋଇନାହିଁ। ଟେଷ୍ଟ ସମୟରେ ଆଇଆଇସି ଶ୍ରୀ ମିଶ୍ରଙ୍କ ସମେତ ଏସ୍‌ଆଇ, ଏଏସ୍‌ଆଇ ଓ ଅନ୍ୟମାନେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେମାନଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା।

ଭରତପୁର ଥାନା ମାମଲା, ସରିଲା ଦୀନକୃଷ୍ଣଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଭରତପୁର ଥାନା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ସାଇଣ୍ଟିଫିକ୍ ତଦନ୍ତର ଗୋଟିଏ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଶେଷ ହୋଇଛି। ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ଶେଷ ହୋଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି। ଶନିବାର ବ୍ରେନ୍‌ମ୍ୟାପ୍ତି ଟେଷ୍ଟ ହୋଇଛି। ପୂର୍ବରୁ ଦୀନକୃଷ୍ଣଙ୍କ କରାଯାଇଥିବା ବେଳେ ଆଜି ନାର୍କୋ ସମେତ ୫ପୁଲିସ କର୍ମଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଥିଲା। ଗୁଜୁରାଟର ଗାନ୍ଧୀନଗରସ୍ଥିତ ଡିଏଫ୍ସ୍ଏସ୍ଏଲ୍‌କୁ ଯାଇଥିବା ସବୁ ପୁଲିସ କର୍ମଚାରୀଙ୍କ ସମସ୍ତ ଟେଷ୍ଟ ଶେଷ ହୋଇଛି। ଦୀନକୃଷ୍ଣଙ୍କୁ ଛାଡ଼ି ବାକି ପୁଲିସ କର୍ମଚାରୀମାନେ ଓଡ଼ିଶା ଫେରିଆସିଛନ୍ତି। ଦିନେ- ଦୁଇଦିନ ପରେ ତଦନ୍ତକାରୀ ଅଫିସରଙ୍କ ସହ ଦୀନକୃଷ୍ଣ ମଧ୍ୟ ପେରିପାରନ୍ତି। ଗାନ୍ଧୀନଗର ଫୋରେନ୍‌ସିକ୍ ଲାବ୍‌ରେ ହୋଇଥିବା ସମସ୍ତ ଟେଷ୍ଟର ରିପୋର୍ଟ ମିଳିବା ପରେ ସେସବୁକୁ ତର୍ଜମା କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଜି, କକ୍ରାଇମ୍ ବ୍ରାଞ୍ଚ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। 

ପୁଲିସ ଅଧିକାରୀମାନଙ୍କର ଏହି ଟେଷ୍ଟସବୁ ସୁରୁଖୁରୁରେ ସରିଥିବା କୁହାଯାଉଛି। ବିଶେଷଜ୍ଞମାନଙ୍କ ପ୍ରଶ୍ନ ଓ ଉତ୍ତର ସଂଗ୍ରହ ହୋଇନାହିଁ। ଟେଷ୍ଟ ସମୟରେ ଆଇଆଇସି ଶ୍ରୀ ମିଶ୍ରଙ୍କ ସମେତ ଏସ୍‌ଆଇ, ଏଏସ୍‌ଆଇ ଓ ଅନ୍ୟମାନେ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି। ସେମାନଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିଲା। ସେମାନେ କେତେ ସତ, କେତେ ମିଛ କହିଛନ୍ତି, ତାହା ବିଶେଷଜ୍ଞମାନେ ନିର୍ଦ୍ଧାରଣ କରି ବନ୍ଦ ଲଫାପାରେ ଗୋଟିଏ ସପ୍ତାହ ଭିତରେ ରିପୋର୍ଟ କୋର୍ଟରେ ଦାଖଲ କରିବେ। ତା’ପରେ କ୍ରାଇମବ୍ରାଞ୍ଚ ଏହାକୁ ସଂଗ୍ରହ କରିବା ରିପୋର୍ଟର ତର୍ଜମା କରାଯାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ମିଶ୍ର କହିଛନ୍ତି। 

Add Zee News as a Preferred Source
About the Author