କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ, ରିପୋର୍ଟ ପଜିଟିଭ୍ ଆସିଥିବା ସିଡିଭିଓ ଦେଲେ ସୂଚନା
Advertisement
Article Detail0/zeeodisha/odisha2420309

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ, ରିପୋର୍ଟ ପଜିଟିଭ୍ ଆସିଥିବା ସିଡିଭିଓ ଦେଲେ ସୂଚନା

Bird Flue: ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ, ରିପୋର୍ଟ ପଜିଟିଭ୍ ଆସିଥିବା ସିଡିଭିଓ ଦେଲେ ସୂଚନା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ନମୂନା ପରୀକ୍ଷା ପରେ ସ୍ପଷ୍ଟ ହୋଇଛି। ଡେରାବିଶ ବ୍ଳବର ବାଲିଆ ଏବଂ ଏଣ୍ଡର ପଞ୍ଚାୟତରୁ ଭୋପାଳକୁ ନମୁନା ପଠାଯାଇଥିବା ରିପୋର୍ଟ ପଜିଟିଭ୍ ଆସିଛି। କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା ସଂସ୍ପର୍ଶରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ବାର୍ଡ ଫ୍ଲୁ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି। ସିଡିଭିଓ ଏହି ସୂଚନା ଦେଇଛନ୍ତି। 

ସେହିପରି ନିମାପଡ଼ା ଏବଂ ଡେଲାଙ୍ଗରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସ୍ଥିତିରେ ସୁଧାର ଆସିଛି ବୋଲି ସୂଚନା ମିଳିଛି।