Somalika Das: ଏସଡିଜେଏମ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କଲେ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ପ୍ରେମିକା ସୋମାଲିକା
Advertisement
Article Detail0/zeeodisha/odisha2130619

Somalika Das: ଏସଡିଜେଏମ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କଲେ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ପ୍ରେମିକା ସୋମାଲିକା

Somalika Das: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ। ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ବାନ୍ଧବୀ ସୋମାଳିକା ଜଗତସିଂପୁର ଏସ ଡି ଜେ ଏମ୍ କୋର୍ଟରେ ଆଜି ହାଜର ହୋଇ ତାଙ୍କର ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।

Somalika Das: ଏସଡିଜେଏମ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କଲେ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ପ୍ରେମିକା ସୋମାଲିକା

Somalika Das: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଙ୍କ ପୂର୍ବତନ ପ୍ରେମିକା ସୋମାଲିକା ଦାସ। ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ବାନ୍ଧବୀ ସୋମାଳିକା ଜଗତସିଂପୁର ଏସ ଡି ଜେ ଏମ୍ କୋର୍ଟରେ ଆଜି ହାଜର ହୋଇ ତାଙ୍କର ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।ସୋମାଲିକା ଦାସ ଜଗତସିଂପୁର ଥାନାରେ ଏନେଇ କେଶ ନଂ ୩୯୭/୨୦୨୨ଅଭିଯୋଗ କରିଥିଲେ ।ଅଭିଯୋଗରେ ବିଧାୟକ ଏକାଧିକ ଝିଅ ମାନଙ୍କ ସହିତ ଅନୈତିକ କାରବାର କରୁଥିବା ଦର୍ଶାଯାଇଥିଲା।

ପୋଲିସ କୋର୍ଟରେ ଦାଖଲ କରିଥିବା ଫାଇନାଲ୍ ରିପୋର୍ଟରେ ବିଧାୟକଙ୍କ ବିରୁଦ୍ଧରେ ହୋଇଥିବା ଏଭଳି ଅଭିଯୋଗ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା ଦର୍ଶାଇଥିବା ବେଳେ ଆଜି କେଶକୁ ରିଓପନ କରିବାକୁ ସୋମାଲିକା ତାଙ୍କ ଓକିଲଙ୍କ ମାଧ୍ୟମରେ ଜଗତସିଂହପୁର ଏସ୍ଡିଜେମ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।

ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (Tirtol MLA Bijay Shankar Das)ଓ  ପୂର୍ବତନ ପ୍ରେମିକା ସୋମାଲିକାଙ୍କ ( ex girl friend Somalika Das) ମଧ୍ୟରେ ଦିର୍ଘ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ବିବାହ କରିବା ପାଇଁ ସୋମାଲିକାଙ୍କୁ କଥା ଦେଇଥିଲେ ବିଧାୟକ। କିନ୍ତୁ ପରେ ସୋମାଲିକାଙ୍କୁ ବିବାହ କରିବା ପାଇଁ ମନା କରିଦେଇଥିଲେ ବିଧାୟକ। ଏନେଇ  ସୋମାଲିକା ଥାନାର ଦ୍ବାରସ୍ତ ହୋଇଥିଲେ। କେବଳ ସେତିକି ନୁହେଁ,  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାସ ସେକ୍ସ ରାକେଟ, ବହୁ ବିବାହିତ ନାରୀ ମାନଙ୍କ ସମ୍ପର୍କ ଥିବା ଭଳି ଅନେକ ଅଭିଯୋଗ ଆଣିଥିଲେ।