Odisha News: ଆଜି ବିଜେଡି ବିଧାୟକ ଦଳ ବୈଠକ
Advertisement
Article Detail0/zeeodisha/odisha2344085

Odisha News: ଆଜି ବିଜେଡି ବିଧାୟକ ଦଳ ବୈଠକ

Odisha News: ବିଧାନସଭା ବଜେଟ୍ ଅଧିବେଶନ ଆସନ୍ତା ୨୨ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟ ବିରୋଧି ଦଳ ବିଜେଡ଼ି ଆଜି ତାର ବିଧାୟକ ଦଳ ବୈଠକ ଡାକିଛି। ଦଳ ସଭାପତି ତଥା  ବିରୋଧି ଦଳ ନେତା ବିଧାୟକ ନବୀନ୍ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ବସିବ। ଅପରାହ୍ନ ୫ଟାରେ ଏହି ବୈଠର ବସିବ ବୋଲି ଜଣାପଡିଛି।  ବିଧାନସଭାର ବଜେଟ୍ ଅଧିବେଶନରେ ବିଜେଡିର ଭୂମିକା କଣ ରହିବ। ତାହୁ ନେଇ ରଣନୀତି ଚୁଡାନ୍ତ କରାଯିବ।  ଦଳ କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦେବ ଏବଂ ନୂତନ ବିଜେପି ସରକାର ବିରୋଧରେ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବ। ସେନେଇ ବିସ୍ତୁତ ଭାବରେ ଆଲୋଚନା ହେବ। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ଏଥର ଅଧିବେଶନ ପୂର୍ବରୁ ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ୫୦ ଜଣ ବିଧାୟକଙ୍କ ମଧ୍ୟରେ ବିଭିନ୍ନ ଦାୟିତ୍ବ ବଣ୍ଟିଛନ୍ତି। ଅର୍ଥାତ୍ ସରକାରରେ ନ ଥାଇ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ଉପରେ  ଏହି ବିଧାୟକମାନେ ନଜର ରଖିବେ। ସେହି ବିଭାଗ ଗୁଡିକର ଦୋଷତ୍ରୃଟି , ଦୁର୍ବଳତାକୁ ସାମ୍ନାକୁ ଆଣି ବିଧାନସଭାରେ ବିଭାଗ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉପସ୍ଥାପନ କରିବେ। ବିଭାଗୀୟ ଖର୍ଚ୍ଚ ଦାବିରେ ମଧ୍ୟ ଅଂଶ ଗ୍ରହଣ କରିବେ। ମିଳିଥିବା ସୂଚନା ଅନୁସାରେ, ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା,ଚାରମାଳ ପହଣ୍ତି ବେଳେ ବଡ଼ ଠାକୁର ପଡିଯିବା ଘଟଣା ଭଳି ପ୍ରମୁଖ ପ୍ରସଙ୍ଗକୁ ଉତ୍ଥାପନ କରିବେ। ବୈଠକରେ ଆଉ ଅନ୍ୟ ବିଭିନ୍ନ ପ୍ରସଙ୍ଗ ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।