Mohan Government: ମହିଳା ସଶକ୍ତି କରଣରେ ଦିଦିଙ୍କୁ ନକଲ କରୁଛନ୍ତି ବିଜେପି ଶାସିତ ରାଜ୍ୟ, ରାଜ୍ୟରେ ସର୍ବନିମ୍ନ ସହାୟତା
Advertisement
Article Detail0/zeeodisha/odisha2406710

Mohan Government: ମହିଳା ସଶକ୍ତି କରଣରେ ଦିଦିଙ୍କୁ ନକଲ କରୁଛନ୍ତି ବିଜେପି ଶାସିତ ରାଜ୍ୟ, ରାଜ୍ୟରେ ସର୍ବନିମ୍ନ ସହାୟତା

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁକରଣ କରୁଛନ୍ତି ବିଜେପି ଶାସିତ ରାଜ୍ୟ। ଓଡ଼ିଶା ହେଉ କି ମଧ୍ୟପ୍ରଦେଶ ଅଥବା ବାହାର ଓ ମହାରାଷ୍ଟ ସବୁ ରାଜ୍ୟ ଏହି ରାସ୍ତାରେ ଚାଲିଛନ୍ତି। ଗରିବ ମହିଳାଙ୍କ ପାଖକୁ ସିଧାସଳଖ ଟଙ୍କା ପହଞ୍ଚାଇବା କ୍ଷେତ୍ରରେ ମମତାଙ୍କ ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନା

Mohan Government: ମହିଳା ସଶକ୍ତି କରଣରେ ଦିଦିଙ୍କୁ ନକଲ କରୁଛନ୍ତି ବିଜେପି ଶାସିତ ରାଜ୍ୟ, ରାଜ୍ୟରେ ସର୍ବନିମ୍ନ ସହାୟତା

Mohan Government: ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁକରଣ କରୁଛନ୍ତି ବିଜେପି ଶାସିତ ରାଜ୍ୟ। ଓଡ଼ିଶା ହେଉ କି ମଧ୍ୟପ୍ରଦେଶ ଅଥବା ବାହାର ଓ ମହାରାଷ୍ଟ ସବୁ ରାଜ୍ୟ ଏହି ରାସ୍ତାରେ ଚାଲିଛନ୍ତି। ଗରିବ ମହିଳାଙ୍କ ପାଖକୁ ସିଧାସଳଖ ଟଙ୍କା ପହଞ୍ଚାଇବା କ୍ଷେତ୍ରରେ ମମତାଙ୍କ ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନା ସମସ୍ତଙ୍କ ପାଇଁ ମାର୍ଗ ଦର୍ଶିକା ପାଲଟିଛି।

କ୍ଷମତାକୁ ଆସିବା ପୂର୍ବରୁ  ଓଡ଼ିଶାରେ ବିଜେପି ଘୋଷଣା କରିଥିବା ‘ସୁଭଦ୍ରା’ ଯୋଜନା ପଶ୍ଚିମବଙ୍ଗ ସରକାରଙ୍କ ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନାର ଅବିକଳ ହୋଇଛି। ସେହି ଯୋଜନାର ଲକ୍ଷ୍ୟ ‘ସୁଭଦ୍ରା’ର ଲକ୍ଷ୍ୟ ସହ ସମାନ ରହିଛି। ଯୋଗ୍ୟ ବୟସ ସୀମା ଏବଂ ପ୍ରାପ୍ୟ ରାଶିରେ ପରିବର୍ତ୍ତନ କରାଯାଇଛି। ୨୦୨୧ ଜୁଲାଇ ମାସରେ ପଶ୍ଚିମବଙ୍ଗର ମମତା ସରକାର ମହିଳାଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ଏହି ଯୋଜନା ଅନୁମୋଦନ କରିଥିଲେ। ଏଥିରେ ୨୫ରୁ ୬୦ ବର୍ଷର ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା, ଯାହା ଏଯାଏ ଜାରି ରହିଛି। ଏହିକ୍ରମରେ ଜଣେ ଯୋଗ୍ୟ ଅନୁସୁଚିତ ଜାତି ବା ଜନଜାତି ବର୍ଗର ମହିଳା ମାସକୁ ୧୦୦୦ ଟଙ୍କା ହିସାବରେ ବର୍ଷକୁ ୧୨ ହଜାର ସହାୟତା ପାଉଥିବା ବେଳେ ସାଧାରଣ ବର୍ଗ ବା ଅନ୍ୟ ବର୍ଗର ମହିଳାଙ୍କୁ ମାସିକ ୫୦୦ ଟଙ୍କା  ହିସାବରେ ବର୍ଷକୁ ୬ ହଜାର ଟଙ୍କା ପାଉଛନ୍ତି।  

ଓଡ଼ିଶା ସରକାର ଲାଗୁ କରିବାକୁ ଯାଉଥିବା ସୁଭଦ୍ରା ଯୋଜନାରେ ଅନୁରୂପ ଭାବେ ଗରିବ ମହିଳାଙ୍କ ପାଖରେ ଅର୍ଥ ପହଞ୍ଚାଇବା ଲାଗି ବ୍ୟବସ୍ଥା କରାଯାଇଛି। ଏ କ୍ଷେତ୍ରରେ ବୟସ ସୀମା ୨୧ରୁ ୬୦ ରଖାଯାଇଛି। ଆଧାର ସଂଯୋଗୀକୃତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ମାଧ୍ୟମରେ ସେମାନଙ୍କ ପାଖରେ ବର୍ଷକୁ ୧୦ ହଜାର ଟଙ୍କା ଦୁଇଟି କିସ୍ତିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। 

ଖାଲି ଓଡ଼ିଶା ନୁହେଁ ଏହା ପୂର୍ବରୁ ବିହାର, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ମଧ୍ୟ ଅନୁରୂପ ଯୋଜନା କରାଯାଇଛି। ମଧ୍ୟପ୍ରଦେଶରେ ଏହି ଯୋଜନା ‘ଲାଡ୍‍ଲୀ ବେହେନା’ ଭାବେ ପରିଚିତ ହୋଇଥିବା ବେଳେ ମହାରାଷ୍ଟ୍ରରେ ‘ମୁଖ୍ୟମନ୍ତ୍ରୀ ମାଝି ଲଡ଼କୀ ମାହେନ ଯୋଜନା’ ଭାବେ ପରିଚିତ। ବିହାରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଲାଡ୍‍ଲି ବେହେନା ଯୋଜନା ୨୮ ଜାନୁୟାରୀ ୨୦୨୩ରୁ ଆରମ୍ଭ କରାଯାଇଛି। ଏହି ଯୋଜନାରେ ମହିଳାଙ୍କୁ ୧୨୫୦ ଟଙ୍କା ସହାୟତା ଦେବାକୁ ବିହାର ସରକାର ଯୋଜନା କରିଛନ୍ତି। 

ମହାରାଷ୍ଟ୍ରରେ ଅଗଷ୍ଟ ୧୭, ୨୦୨୪ରୁ ଲାଗୁ ହୋଇଥିବା ଏହି ଯୋଜନା ଦ୍ୱାରା ପ୍ରତି ଯୋଗ୍ୟ ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ପ୍ରଦାନ କରିବା ବ୍ୟବସ୍ଥା ଥିବା ବେଳେ ମଧ୍ୟପ୍ରଦେଶରେ ମାସିକ ୧୨୫୦ ଟଙ୍କା ପ୍ରଦାନର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍‍ ଓଡ଼ିଶାରେ ସର୍ବନିମ୍ନ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି। 
ନିର୍ବାଚନ ସମୟରେ ବିଜେପି ବର୍ଷକୁ ୫୦ ହଜାର ଟଙ୍କା ସହାୟତା ଏହି ଯୋଜନାରେ ପ୍ରଦାନ କରିବାକୁ ଘୋଷଣା କରିଥିଲେ ମଧ୍ୟ ତାହା ଏବେ ୫ ବର୍ଷକୁ ୫୦ ହଜାର ଟଙ୍କାରେ ପରିଣତ ହୋଇଛି।