Crime News: ପ୍ରେମିକ ସାଜିଲା ଖଳନାୟକ, ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ
Advertisement

Crime News: ପ୍ରେମିକ ସାଜିଲା ଖଳନାୟକ, ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ

Crime News: ପ୍ରେମ ସମ୍ପର୍କରେ ସମସ୍ୟା କାରଣରୁ ରାସ୍ତା ମଝିରେ ପ୍ରେମିକା ଦେହରୁ ରକ୍ତ ଝରାଇଲା ପ୍ରେମିକ । ପ୍ରେମିକା ସହିତ ମନାନ୍ତର ହେବା କାରଣରୁ ଏକ ଅଜଣା ସ୍ଥାନକୁ ଡାକି କରିଛି ଛୁରାମାଡ । ହସପିଟାଲ ବେଡରେ ବର୍ତ୍ତମାନ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ପ୍ରେମିକା ।

ସୂଚନା ମୁତାବକ, ଯାଜପୁରର ଜଣେ ଯୁବତୀ ଭୁବନେଶ୍ୱରର ଏକ ଗାଡି ଶୋରୁମରେ ଚାକିରି କରୁଥିଲେ । ଚାକିରି ସମୟରେ ଏସ.କେ. କୁତୁବୁଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ସମ୍ପର୍କ ଗଢିଉଠିଥିଲା । ପ୍ରଥମେ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କରେ ତାହା ରୂପାନ୍ତରିତ ହୋଇଥିଲା । କିନ୍ତୁ କୌଣସି କାରଣବଶତଃ ଉଭୟଙ୍କ ସମ୍ପର୍କରେ କିଛିଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ପ୍ରେମିକଙ୍କ ମନରେ କ୍ରୋଧ ଜାତ ହେବା ସହିତ ପ୍ରେମିକାଙ୍କୁ ଜୀବନରୁ ମାରିଦେବାକୁ ପ୍ରେମିକ ଏସ.କେ. କୁତୁବୁଦ୍ଦିନ ଷଡଯନ୍ତ୍ର କରିଥିଲେ । ଚାଲାଖି କରି ଏକ ଅଜଣା ସ୍ଥାନକୁ ପ୍ରେମିକାଙ୍କୁ କଲ୍ କରି ଡାକିଥିଲେ ଏସ.କେ. କୁତୁବୁଦ୍ଦିନ । ପ୍ରେମିକା କଥା ରଖି ଭେଟିବା ପାଇଁ ଆସିବା ପରେ ଯୋଜନା ମୁତାବକ ପ୍ରେମିକାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ପ୍ରେମିକ । ଯନ୍ତ୍ରଣାରେ ଯୁବତୀ ଜଣକ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ପ୍ରେମିକ ଏସ.କେ. କୁତୁବୁଦ୍ଦିନ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପରେ ସ୍ଥାନୀୟଲୋକେ ଯୁବତୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ପଠାଇଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା

ଅନ୍ୟପଟେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଛାନଭିନ୍ କରିବା ସହ ସମ୍ପୃକ୍ତ ଯୁବକକୁ ଗିରଫ କରିଛି । କେଉଁ ପରିସ୍ଥିତିରେ ଯୁବକ ଏପରି ପଦକ୍ଷପ ନେଲା ସେନେଇ ପଚରାଉଚରା କରାଯିବାପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟକୁ ଫରୱାର୍ଡ କରାଯାଇଛି ।

Also Read- Shani 2024: ଶନିଦେବଙ୍କ ଆଶୀର୍ବାଦରୁ ଏହି ରାଶି ବ୍ୟକ୍ତିଙ୍କ ବଦଳିବ ଭାଗ୍ୟ, ଏହି ରାଶିଙ୍କୁ ବଡ଼ ସଙ୍କଟ

Also Read- ମାଲକାନଗିରିରେ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ