Bus Accident: ବାରବାଟୀ ବସ୍ ଦୁର୍ଘଟଣା, ୩ ମୃତ ୪୦ ଆହତ
Advertisement

Bus Accident: ବାରବାଟୀ ବସ୍ ଦୁର୍ଘଟଣା, ୩ ମୃତ ୪୦ ଆହତ

Jajpur Bus Accident News: ୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ବସ୍ ଦୁର୍ଘଟଣା । ଓଭରବ୍ରିଜରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଫଳରେ ୩ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ ସମୁଦାୟ ୫୦ରୁ ଉର୍ଦ୍ଧ ଯାତ୍ରୀଥିଲେ ବୋଲି ସୂଚନା ମିଳିଛି ।

Bus Accident: ବାରବାଟୀ ବସ୍ ଦୁର୍ଘଟଣା, ୩ ମୃତ ୪୦ ଆହତ

ଯାଜପୁର: ୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ବସ୍ ଦୁର୍ଘଟଣା । ଓଭରବ୍ରିଜରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଫଳରେ ୩ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ ସମୁଦାୟ ୫୦ରୁ ଉର୍ଦ୍ଧ ଯାତ୍ରୀଥିଲେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଯାତ୍ରୀବାହୀ ବସଟି ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ଭାରସ୍ୟାମ ହରାଇ ବ୍ରିଜ୍ ତଳକୁ ଖସିପଡିଥିଲା । ସମସ୍ତ ଆହତଙ୍କୁ କଟକ ବଡ଼ ମେଡିକାଲକୁ ତୁରନ୍ତ ସ୍ଥାନାନ୍ତରଣ କରାଯାଇଥିବା ଜଣାପଡିଛି । ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନେ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଏବଂ ୨ଜଣ ପୁରୁଷ ଥିବା କୁହାଯାଉଛି । ସିଡିଏମ, ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିବା ସହ ସମସ୍ତ ସହାୟତା କରୁଛନ୍ତି । ଏଥିସହ ସ୍ଥାନୀୟଲୋକମାନେ ଉଦ୍ଧାରକାର୍ଯ୍ୟରେ ସହାୟତା କରିଥିବା ଜଣାପଡିଛି । ଉଦ୍ଧାରକାର୍ଯ୍ୟରେ କ୍ରେନ ବ୍ୟବହାର କରାଯାଇଛି । ପ୍ରାୟ ୨୦ଟି ଆମ୍ୱୁଲାନ୍ସ ଦ୍ୱାରା ଆହତକୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।

Also Read- Ayodhya Ram Navami 2024: ଦର୍ଶନ ପାଇଁ ବିଶେଷ ପ୍ରସ୍ତୁତି, ଏହି ଜିନିଷ ନେଲେ ପ୍ରବେଶ ନିଷେଧ

Also Read- 16 April Rashifal: କେଉଁ ରାଶି ପାଇଁ ମଙ୍ଗଳମୟ ମଙ୍ଗଳବାର, ଜାଣନ୍ତୁ ରାଶିଫଳ