Odisha News: ବିଜେପି-ଆରଏସଏସ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ
Advertisement
Article Detail0/zeeodisha/odisha2343256

Odisha News: ବିଜେପି-ଆରଏସଏସ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ

Odisha News: ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ କାର୍ଯ୍ୟଯୋଜନା ସମ୍ପର୍କରେ ମଧ୍ୟ ଦଳ ଆଲୋଚନା କରିଛି। ଦିନବ୍ୟାପୀ ଚାଲିଥିବା ଏହି ବୈଠକରେ ବିଧାନସଭା ଓ ଲୋକସଭାର ଏକକାଳୀନ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘ ନେତାମାନେ ଜାଣିବାକୁ ଚାହୁଁଥିଲେ ଯେ ବିଜେପି ୨୧ଟି ଆସନରୁ ୨୦ଟି ରେ ବିଜୟୀ ହୋଇ ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ପାଖାପାଖି ଦଖଲ କରିଥିବା ବେଳେ ଅଧିକ ବିଧାନସଭା ଆସନ ଜିତିପାରିଲା ନାହିଁ।

Odisha News: ବିଜେପି-ଆରଏସଏସ ବୈଠକରେ ମୁଖ୍ୟମନ୍ତ୍ରୀ ମାଝୀ

Odisha News: ପୁରୀରେ ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଏସଏସର ବରିଷ୍ଠ କର୍ମକର୍ତ୍ତାମାନଙ୍କ ସହ ଦଳର ସମନ୍ୱୟ ବୈଠକରେ ଯୋଗ ଦେଇଛନ୍ତି। ସଂଘ ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ପ୍ରଦର୍ଶନର ସମୀକ୍ଷା କରିଥିବାରୁ ଏହି ବୈଠକ ଗୁରୁତ୍ୱବହନ କରିଥିଲା। ନୂଆ ସରକାରର କାର୍ଯ୍ୟକାଳର ଏକ ମାସରୁ ଅଧିକ ସମୟ ପୂରିଥିବା ବେଳେ ଦଳ ନିଜର ପ୍ରଦର୍ଶନ ଏବଂ ସରକାରଙ୍କ ୧୦୦ ଦିନିଆ ଏଜେଣ୍ଡାର ରିପୋର୍ଟ କାର୍ଡ ସଂଘ ନିକଟରେ ଉପସ୍ଥାପନ କରିଛି।

ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ କାର୍ଯ୍ୟଯୋଜନା ସମ୍ପର୍କରେ ମଧ୍ୟ ଦଳ ଆଲୋଚନା କରିଛି। ଦିନବ୍ୟାପୀ ଚାଲିଥିବା ଏହି ବୈଠକରେ ବିଧାନସଭା ଓ ଲୋକସଭାର ଏକକାଳୀନ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସଂଘ ନେତାମାନେ ଜାଣିବାକୁ ଚାହୁଁଥିଲେ ଯେ ବିଜେପି ୨୧ଟି ଆସନରୁ ୨୦ଟି ରେ ବିଜୟୀ ହୋଇ ସଂସଦୀୟ ନିର୍ବାଚନ ମଣ୍ଡଳୀକୁ ପାଖାପାଖି ଦଖଲ କରିଥିବା ବେଳେ ଅଧିକ ବିଧାନସଭା ଆସନ ଜିତିପାରିଲା ନାହିଁ।

ନିର୍ବାଚନରେ ବିଜେପିର ଆଶ୍ଚର୍ଯ୍ୟଜନକ ସଫଳତା ପଛରେ ଆରଏସଏସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସଂଘ ସମସ୍ତ ଜିଲ୍ଲାରେ ନିଜ ନେତାଙ୍କୁ ନିୟୋଜିତ କରିବା ସହ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଥିଲା। ନିର୍ବାଚନ ପୂର୍ବରୁ ଜାତୀୟ ବିଜେପି ସାଧାରଣ ସମ୍ପାଦକ (ସଂଗଠନ) ବିଏଲ ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଏବଂ ଦଳର ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଏଠାରେ ସଂଘ ନେତାମାନଙ୍କ ସହ ବୈଠକ କରି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ବିଜେପିରେ ସାଂଗଠନିକ ପ୍ରସଙ୍ଗ, ସରକାର ଗଠନ ପରେ ଦଳୀୟ କର୍ମୀଙ୍କ ପାଇଁ ପ୍ରସ୍ତୁତ ଯୋଜନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଆର୍ ଏସ୍ ଏସ୍ ର ରାଷ୍ଟ୍ରୀୟ ସହସାଧାରଣ ସମ୍ପାଦକ ଅରୁଣ କୁମାର ଓ ରାମ ଦତ୍ତ ଚକ୍ରଧା (ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଆଣ୍ଡାମାନ ପ୍ରଭାରୀ), ଜଗଦୀଶ ଖାଡେଙ୍ଗା, ବିପିନ ପ୍ରସାଦ ନନ୍ଦ, ରାମାପଦ ବୋଷ, ସମୀର ମହାନ୍ତି, ଶଙ୍କର ପଣ୍ଡା, ଦୁର୍ଗା ସାହୁ ଙ୍କ ସମେତ ରାଜ୍ୟ ଆରଏସଏସର ଅନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।