Christmas: ବଡ଼ଦିନ ପାଇଁ ସଜେଇ ହୋଇଛି ରେଶମ ନଗରର ଚର୍ଚ୍ଚ ଓ ବଜାର
Advertisement

Christmas: ବଡ଼ଦିନ ପାଇଁ ସଜେଇ ହୋଇଛି ରେଶମ ନଗରର ଚର୍ଚ୍ଚ ଓ ବଜାର

Christmas decoration: ବ୍ରହ୍ମପୁର ଏବେ ସଜେଇ ହୋଇ ଝିଲ୍ ମିଲ୍ ଆଲୁଅରେ ଝଲସୁଛି । ସହରର ସମସ୍ତ ବଜାର ଓ ଚର୍ଚ୍ଚ ଗୁଡ଼ିକ ଆଲୋକ ମାଳା ସାଙ୍ଗକୁ ସାନ୍ତାକ୍ଲୋଜର ବିଭିନ୍ନ ସୁନ୍ଦର ପର୍ତିମୂର୍ତ୍ତିରେ ସଜେଇ ହୋଇଛି।

Christmas: ବଡ଼ଦିନ ପାଇଁ ସଜେଇ ହୋଇଛି ରେଶମ ନଗରର ଚର୍ଚ୍ଚ ଓ ବଜାର

ଗଞ୍ଜାମ/ବ୍ରହ୍ମପୁର: ଭାଇଚାରାର ସହର ବ୍ରହ୍ମପୁର ଏବେ ସଜେଇ ହୋଇ ଝିଲ୍ ମିଲ୍ ଆଲୁଅରେ ଝଲସୁଛି । ସହରର ସମସ୍ତ ବଜାର ଓ ଚର୍ଚ୍ଚ ଗୁଡ଼ିକ ଆଲୋକ ମାଳା ସାଙ୍ଗକୁ ସାନ୍ତାକ୍ଲୋଜର ବିଭିନ୍ନ ସୁନ୍ଦର ପର୍ତିମୂର୍ତ୍ତିରେ ସଜେଇ ହୋଇଛି। ସମସ୍ତଙ୍କ ଅପେକ୍ଷା ରହିଛି ବଡ଼ ଦିନକୁ । ଏହି ସହର ସଦା ସର୍ବଦା ସବୁ ଧର୍ମର ପରମ୍ପରା, ରିତିନୀତି, ସଂସ୍କୃତି ଓ ପୂଜାପଦ୍ଧତିର ଏକ ନିଆରା ଚିତ୍ର ପ୍ରଦାନ କରିଥାଏ। କାହିଁ କେଉ ଦୀର୍ଘ ବର୍ଷରୁ ପାଳିତ ହେଉଥିବା ଏହି ପରମ୍ପରା ଏବେ ବି ଉଜ୍ଜିବୀତ ରହିଛି। 

ଡ଼ିସେମ୍ବର ୨୫ ତାରିଖରେ ଯିଶୁଙ୍କ ଧରାବତ୍ତରଣ ଉତ୍ସବ ପାଳନ କରିବେ ଖ୍ରୀଷ୍ଟଅବାଲମ୍ବୀ ଭାଇ ଭଉଣୀ। ଏହାକୁ ଖ୍ରୀଷ୍ଟ ଜୟନ୍ତୀ ବୋଲି ମଧ୍ୟ କୁହାଯାଏ। ଏଥିଲାଗି ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସହରରେ ଥିବା ଚର୍ଚ୍ଚରୋଡ଼ ସ୍ଥିତ ବଡ଼ ଚର୍ଚ୍ଚ, ଗିରିରୋଡ଼ଠାରେ ଥିବା ଚର୍ଚ୍ଚ ସହିତ ସହରର ସମସ୍ତ ଛୋଟ ଓ ବଡ଼ ଚର୍ଚ୍ଚ ଏବେ ସଜେଇ ହୋଇଛି। ଚର୍ଚ୍ଚ ଓ ଘରକୁ ବିଭିନ୍ନ ରୂପରେ ସଜାଯାଉଛି। ବିଶେଷ କରି ଆଲୋକୀକରଣକୁ ଗୁରୁତ୍ବ ଦିଆଯାଉଛି। ଏଣେ ଚର୍ଚ୍ଚ ଗୁଡ଼ିକରେ ପ୍ରତିଦିନ ରୀତିନୀତି ସହକାରେ ପୂଜାପାଠ ଆଦି ପାଳିତ ହେଉଛି। ନଭେମ୍ବର ୨୭ରେ କ୍ୟାଣ୍ଡେଲ ଶୋଭଯାତ୍ରା ପରଠାରୁ ସହରର ସମସ୍ତ ଚର୍ଚ୍ଚ ଗୁଡିକରେ ବଡଦିନ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ସମେତ ଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳନ ପାଇଁ ସମସ୍ତ ବ୍ୟବସ୍ଥା ପୂର୍ବରୁ କରିଥାନ୍ତି ଚର୍ଚ୍ଚ କର୍ତ୍ତୃପକ୍ଷ। ପ୍ରତିବର୍ଷ ଏହି ମାସର ୨୫ ତାରିଖକୁ ଅନାଇ ବସିଥାନ୍ତି ଖ୍ରୀଷ୍ଟଅବଲମ୍ବୀ ଭାଇ ଭଉଣୀମାନେ। ନିଜ ବନ୍ଧୁ ପରିଜନଙ୍କ ଘରକୁ ଯାଇ ଖୁସି ମନାଇବା ସହ ପ୍ରଭୂଙ୍କ ଆସିବା ବାଟକୁ ଅପେକ୍ଷା କରିଥାନ୍ତି। ଏହି ସମୟରେ ଯିଶୁଙ୍କ ମୂର୍ତ୍ତି ଧରି ଘରକୁ ଘର ଯାଇଥାନ୍ତି। ଏହାକୁ କେରଲ ସିଗିଂ କୁହାଯାଏ ବୋଲି ସୂଚନା ମିଳିଛି। ତେବେ ଡ଼ିସେମ୍ବର ମାସରେ ଖ୍ରୀଷ୍ଟ ସମ୍ପ୍ରଦାୟରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେଉନଥିବା ବେଳେ ଖ୍ରୀଷ୍ଟମାସ ପରେ ପୁଣି ବିବାହ କାର୍ଯ୍ୟ ଆଦି ହେଉଥିବା ଅଭିଶେଖ ପାଣ୍ଡେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଖ୍ରୀଷ୍ଟ ଜୟନ୍ତୀ ଉପଲକ୍ଷେ ବଜାରରେ ନାନା ପ୍ରକାରର ମିଠା ଆଦି ବିକ୍ରୀ ଧିରେ ଧିରେ ବୃଦ୍ଧି ହେବାରେ ଲାଗିଛି। ଆଲୋକୀକରଣ ଲାଗି ବଜାରରେ ରଙ୍ଗ ବେରଙ୍ଗର ଆଲୋକମାଳା ବି ବିକ୍ରୀ ହେଉଛି। ଏଥିସହିତ ବଜାର ଘାଟରେ ସାନ୍ତାକ୍ଲଜ ମଧ୍ୟ ଦୃଶ୍ୟମାନ ହେବାରେ ଲାଗିଛି। ସମସ୍ତେ ସାନ୍ତା କ୍ୟାପ ମଧ୍ୟ ପରିଧାନ କରୁଥିବା ଲକ୍ଷ୍ୟ କରାଯାଇଛି।

କେବଳ ସେତିକି ନୁହେଁ, ବିଭିନ୍ନ ସ୍କୁଲ ଓ କଲେଜରେ ସାନ୍ତା କ୍ଲଜ ପୋଷାକ ପରିଧାନ କରି ପିଲାମାନେ ବିଭିନ୍ନ ନୃତ୍ୟ ସଂଗୀତ ପରିବେଷଣ ମଧ୍ୟ କରୁଛନ୍ତି। ସେହିପରି ଖ୍ରୀଷ୍ଟଙ୍କ ଜନ୍ମ ଦିନ ପାଳନ କରିବା ପାଇଁ ବିଭିନ୍ନ ପ୍ରକାରର କେକ୍ ବଜାରରେ ଦେଖିବାକୁ ମିଳିଥାଏ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଖ୍ରୀଷ୍ଟ ଜନ୍ମ ଦିନ ତଥା ବଡଦିନକୁ ବେଶ୍ ଧୁମ ଧାମର ସହକାରେ ପାଳନ କରିବା ପାଇଁ ଅପେକ୍ଷା କରି ରହିଛନ୍ତି ସହରବାସୀ। ଏହି ବଡ ଦିନ ପାଳନ ପାଇଁ ବ୍ରହ୍ମପୁର ସହରକୁ ପଡୋଶୀ ଜିଲ୍ଲା ଗଜପତି ଓ କନ୍ଧମାଳରୁ ମଧ୍ୟ ବହୁ ଖ୍ରୀଷ୍ଟ ପ୍ରେମୀଙ୍କ ସୁଅ ଛୁଟିଥାଏ ଏହାକୁ ମିଳିତ ଭାବେ ପାଳନ କରିବା ପାଇଁ।

Also Read- ଭିଡିଓରେ ସଫେଇ ଦେଲେ କାମିୟା 'ବିଫ୍ ଖାଏନି', ପ୍ରତିକ୍ରିୟା ପରେ ପୁଣି ଝଡ଼

Also Read- Year Ender 2023: ଏହି ବର୍ଷ ଧମାଲ ମଚାଇଥିଲା ଏହି ୪ଟି ସ୍ମାର୍ଟଫୋନ, ଦାମ ୧୫ହଜାରରୁ କମ