Sambalpur Bomb Blast: ସମ୍ବଲପୁର ବୋମାମାଡ଼ ଘଟଣା, ଦୋଷୀକୁ ଖୁବ୍ ଶିଘ୍ର ଧରାଯିବା ନେଇ ପ୍ରତିଶୃତି ଦେଲେ ଜିଲ୍ଲାପାଳ
Advertisement

Sambalpur Bomb Blast: ସମ୍ବଲପୁର ବୋମାମାଡ଼ ଘଟଣା, ଦୋଷୀକୁ ଖୁବ୍ ଶିଘ୍ର ଧରାଯିବା ନେଇ ପ୍ରତିଶୃତି ଦେଲେ ଜିଲ୍ଲାପାଳ

Sambalpur Bomb Blast: ଗତ କାଲି ହୋଲିରେ ସମ୍ବଲପୁରରେ ହୋଇଥିବା ବୋମାମାଡ଼ ହଇଚଇ ସୃଷ୍ଟି କରିଛି। ସମ୍ବଲପୁର ପୀର ବାବା ଛକରେ ବୋମାମାଡ଼ ଘଟଣାରେ ଫୁଲ୍ ଆଲର୍ଟ ହୋଇଯାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ଏ ନେଇ ଆଜି ଲୋକଙ୍କୁ ଭୟ ନ କରି ଶାନ୍ତି ପାଇଁ ରେ ରହିବା ପାଇଁ ନିବେଦନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। 

Sambalpur Bomb Blast: ସମ୍ବଲପୁର ବୋମାମାଡ଼ ଘଟଣା, ଦୋଷୀକୁ ଖୁବ୍ ଶିଘ୍ର ଧରାଯିବା ନେଇ ପ୍ରତିଶୃତି ଦେଲେ ଜିଲ୍ଲାପାଳ

Sambalpur Bomb Blast: ଗତ କାଲି ହୋଲିରେ ସମ୍ବଲପୁରରେ ହୋଇଥିବା ବୋମାମାଡ଼ ହଇଚଇ ସୃଷ୍ଟି କରିଛି। ସମ୍ବଲପୁର ପୀର ବାବା ଛକରେ ବୋମାମାଡ଼ ଘଟଣାରେ ଫୁଲ୍ ଆଲର୍ଟ ହୋଇଯାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ଏ ନେଇ ଆଜି ଲୋକଙ୍କୁ ଭୟ ନ କରି ଶାନ୍ତି ପାଇଁ ରେ ରହିବା ପାଇଁ ନିବେଦନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ସମ୍ବଲପୁର ପୀର ବାବା ଛକରେ ହୋଇଥିବା ଘଟଣାକୁ ନେଇ ଏକ ଭିଡିଓ ମାଧ୍ୟମରେ ଲୋକଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି ଯିଏ ବି ଦୋଷୀ ତାଙ୍କୁ ଶୀଘ୍ର ଧରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସେହିଭଳି ଭାବରେ ମୁସଲିମ ସମ୍ପ୍ରଦାୟରୁ ମଧ୍ୟ ଜଣେ ବ୍ୟକ୍ତି ସମ୍ବଲପୁରରେ ଶାନ୍ତି ବଜାୟ ପାଇଁ ନିବେଦନ କରିଛନ୍ତି।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଟାଉନ୍‌ ପୀରବାବା ଛକ ନିକଟରେ ଠିଆ ହୋଇଥିବା ଏକ ବୁଲେଟ୍‌ ଉପରେ ବୋମାମାଡ଼ ହୋଇଛି। କେହି ଦୁବୃର୍ତ୍ତ ବୁଲେଟ୍‌ ଉପରେ ବୋମା ଫିଙ୍ଗି ସେଠାରୁ ଚମ୍ପଟ ମାରିଥିଲେ। ଫ୍ଲାଏଓଭର ବ୍ରିଜ ଉପରୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ବୋମାମାଡ଼ ଫଳରେ ୨ ଜଣ ଆହତ ହୋଇଥିବାବେଳେ ବୁଲେଟ୍‌ କ୍ଷତିଗ୍ରସ୍ତ ହୋଇଛି । କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି ତା’ର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସମ୍ବଲପୁର SP ଓ ଉତ୍ତରାଞ୍ଚଳ DIG ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।