ଗଣେଶ ପୂଜା ଭସାଣୀରେ ବାଜିବନି ଡିଜେ
Advertisement
Article Detail0/zeeodisha/odisha2390150

ଗଣେଶ ପୂଜା ଭସାଣୀରେ ବାଜିବନି ଡିଜେ

Ganesh puja: ପୂଜା କମିଟି ସହ ବିସ୍ତୃତ ଆଲୋଚନା ହୋଇଛି ଏବଂ ସେମାନଙ୍କ ସମସ୍ୟାର ସମାଧାନ କରାଯାଇଛି।

ଗଣେଶ ପୂଜା ଭସାଣୀରେ ବାଜିବନି ଡିଜେ

ଭୁବନେଶ୍ବର: ଚଳିତ ବର୍ଷ ଗଣେଶ ପୂଜାରେ ରାଜଧାନୀ ଭୁବନେଶ୍ବରରେ ଡିଜେ ବନ୍ଦ। ବାଜିବ କେବଳ ପାରମ୍ପରିକ ବାଦ୍ୟ। ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍। ତାସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି ହେବ କାର୍ଯ୍ୟାନୁଷ୍ଠାନ। 

ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ପୂଜା କମିଟି ସହ ବିସ୍ତୃତ ଆଲୋଚନା ହୋଇଛି ଏବଂ ସେମାନଙ୍କ ସମସ୍ୟାର ସମାଧାନ କରାଯାଇଛି। ସେପ୍ଟେମ୍ବର ୮, ୧୧ ଏବଂ ୧୫ରେ ଅନୁଷ୍ଠିତ ହେବାକୁ ଥିବା ଭସାଣି ଶୋଭାଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି। ଶୋଭାଯାତ୍ରା ସମୟରେ ଡିଜେ ବଦଳରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶୋଭାଯାତ୍ରା ସମୟରେ ସହରର ଟ୍ରାଫିକ୍ ବ୍ୟବସ୍ଥା ଯେଭଳି ପ୍ରଭାବିତ ନହୁଏ, ସେନେଇ କମିଟି ଗୁଡିକ ସୁନିଶ୍ଚିତ କରିବେ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ପୂଜା କମିଟି ସହିତ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସିସିଟିଭି କ୍ୟାମେରା ଏବଂ ସ୍ୱେଚ୍ଛାସେବୀ ନିୟୋଜନ ଭଳି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି।